ଦୁଷ୍କର୍ମ ଉଦ୍ୟମକାରୀକୁ କୋଦାଳରେ ହାଣି ହତ୍ୟା, ୮ ଦିନ ପରେ ମୃତଦେହ ଉଦ୍ଧାର

The Sakala Picture
Published On

ବାରିପଦା: ନିଜକୁ ରକ୍ଷା କରିବାକୁ ଯାଇ ଦୁଷ୍କର୍ମ ଉଦ୍ୟମକାରୀକୁ କୋଦାଳରେ ହାଣି ହତ୍ୟା କରିଛନ୍ତି ଜଣେ ମହିଳା। ଯାହାକି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାଟି ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜୁସାହି ଅଞ୍ଚଳରେ। ମୃତକ ଜଣଙ୍କ ହେଉଛନ୍ତି ଉକ୍ତ ଗ୍ରାମର ମଙ୍ଗଲ ମୁର୍ମୁ(୨୨)। ଗୁଞ୍ଜୁସାହି ଅଞ୍ଚଳରେ ଏକ ଗଳିତ ମୃତଦେହ ଜଙ୍ଗଲରେ ପଡିଥିବା ବେଳେ ରବିବାର ଦୁର୍ଗନ୍ଧ ହେବାରୁ ଗ୍ରାମବାସୀମାନେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା […]

ବାରିପଦା: ନିଜକୁ ରକ୍ଷା କରିବାକୁ ଯାଇ ଦୁଷ୍କର୍ମ ଉଦ୍ୟମକାରୀକୁ କୋଦାଳରେ ହାଣି ହତ୍ୟା କରିଛନ୍ତି ଜଣେ ମହିଳା। ଯାହାକି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାଟି ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜୁସାହି ଅଞ୍ଚଳରେ। ମୃତକ ଜଣଙ୍କ ହେଉଛନ୍ତି ଉକ୍ତ ଗ୍ରାମର ମଙ୍ଗଲ ମୁର୍ମୁ(୨୨)।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଗୁଞ୍ଜୁସାହି ଅଞ୍ଚଳରେ ଏକ ଗଳିତ ମୃତଦେହ ଜଙ୍ଗଲରେ ପଡିଥିବା ବେଳେ ରବିବାର ଦୁର୍ଗନ୍ଧ ହେବାରୁ ଗ୍ରାମବାସୀମାନେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲେ। ତେବେ ଶନିବାର ଦିନ ସଦର ଥାନାରେ ୭ଦିନ ପୂର୍ବରୁ ନିହତ ଜଣଙ୍କ ନିଖୋଜ ନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଶବ ଚିହ୍ନଟ ପୂର୍ବକ ପୁଲିସ ତଦନ୍ତ କରି ମୃତଦେହ ପରିଚୟ ପାଇଥିଲା।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

୧୫ତାରିଖ ଦିନ ମକରପର୍ବ ମେଳାକୁ ଯାଇ ମଙ୍ଗଲ ଆଉ ଘରକୁ ଫେରିନଥିଲେ। ମଙ୍ଗଲଙ୍କ ମା’ ମାଉସି ମୁର୍ମୁ ଖୋଜାଖୋଜି କରି ନପାଇବାରୁ ଥାନାରେ ଅଭିଯୋଗ କରିଥିଲେ। ପ୍ରାଥମିକ ତଦନ୍ତରୁ ମଙ୍ଗଲ ମୁର୍ମୁ ନିଶାଶକ୍ତ ଅବସ୍ଥାରେ ୧୫ ତାରିଖ ରାତିରେ ସ୍ଥାନୀୟ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହି ସମୟରେ ମହିଳା ଜଣଙ୍କ ମଙ୍ଗଳଙ୍କୁ ଏକ କୋଦାଳ ସାହାଯ୍ୟରେ ପିଟିପିଟି ହତ୍ୟା କରିଥିଲେ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପିଆରଏମ ହସ୍ପିଟାଲକୁ ପଠାଇଛି। ଏଥି ସହିତ ଉକ୍ତ ଘଟଣାରେ ସଦର ଥାନାରେ ହତ୍ୟା ମାମଲା ରୁଜୁ କରିବା ସହ ମହିଳା କୁନି ମୁର୍ମୁଙ୍କୁ ଗିରଫ କରି ତଦନ୍ତ ଜାରି ଥିବା ସଦର ଥାନା ଅଧିକାରୀଣି ମଧୁସ୍ମିତା ମହାନ୍ତି ସୂଚନା ଦେଇଛନ୍ତି। ତେବେ ହତ୍ୟା ଘଟଣାର ପ୍ରମାଣ ନଷ୍ଟ ପାଇଁ ମୃତ ଦେହକୁ ଜଙ୍ଗଲରେ ପିଙ୍ଗିବାରେ ସହଯୋଗ କରିଥିବା ଅଭିଯୁକଙ୍କ ନାମରେ ମଧ୍ୟ ମାମଲା ରୁଜୁ ସାଙ୍ଗକୁ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।

22 Jan 2023 By The Sakala

ଦୁଷ୍କର୍ମ ଉଦ୍ୟମକାରୀକୁ କୋଦାଳରେ ହାଣି ହତ୍ୟା, ୮ ଦିନ ପରେ ମୃତଦେହ ଉଦ୍ଧାର

ବାରିପଦା: ନିଜକୁ ରକ୍ଷା କରିବାକୁ ଯାଇ ଦୁଷ୍କର୍ମ ଉଦ୍ୟମକାରୀକୁ କୋଦାଳରେ ହାଣି ହତ୍ୟା କରିଛନ୍ତି ଜଣେ ମହିଳା। ଯାହାକି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାଟି ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ଗୁଞ୍ଜୁସାହି ଅଞ୍ଚଳରେ। ମୃତକ ଜଣଙ୍କ ହେଉଛନ୍ତି ଉକ୍ତ ଗ୍ରାମର ମଙ୍ଗଲ ମୁର୍ମୁ(୨୨)।

ଗୁଞ୍ଜୁସାହି ଅଞ୍ଚଳରେ ଏକ ଗଳିତ ମୃତଦେହ ଜଙ୍ଗଲରେ ପଡିଥିବା ବେଳେ ରବିବାର ଦୁର୍ଗନ୍ଧ ହେବାରୁ ଗ୍ରାମବାସୀମାନେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲେ। ତେବେ ଶନିବାର ଦିନ ସଦର ଥାନାରେ ୭ଦିନ ପୂର୍ବରୁ ନିହତ ଜଣଙ୍କ ନିଖୋଜ ନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଶବ ଚିହ୍ନଟ ପୂର୍ବକ ପୁଲିସ ତଦନ୍ତ କରି ମୃତଦେହ ପରିଚୟ ପାଇଥିଲା।

୧୫ତାରିଖ ଦିନ ମକରପର୍ବ ମେଳାକୁ ଯାଇ ମଙ୍ଗଲ ଆଉ ଘରକୁ ଫେରିନଥିଲେ। ମଙ୍ଗଲଙ୍କ ମା’ ମାଉସି ମୁର୍ମୁ ଖୋଜାଖୋଜି କରି ନପାଇବାରୁ ଥାନାରେ ଅଭିଯୋଗ କରିଥିଲେ। ପ୍ରାଥମିକ ତଦନ୍ତରୁ ମଙ୍ଗଲ ମୁର୍ମୁ ନିଶାଶକ୍ତ ଅବସ୍ଥାରେ ୧୫ ତାରିଖ ରାତିରେ ସ୍ଥାନୀୟ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହି ସମୟରେ ମହିଳା ଜଣଙ୍କ ମଙ୍ଗଳଙ୍କୁ ଏକ କୋଦାଳ ସାହାଯ୍ୟରେ ପିଟିପିଟି ହତ୍ୟା କରିଥିଲେ।

ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପିଆରଏମ ହସ୍ପିଟାଲକୁ ପଠାଇଛି। ଏଥି ସହିତ ଉକ୍ତ ଘଟଣାରେ ସଦର ଥାନାରେ ହତ୍ୟା ମାମଲା ରୁଜୁ କରିବା ସହ ମହିଳା କୁନି ମୁର୍ମୁଙ୍କୁ ଗିରଫ କରି ତଦନ୍ତ ଜାରି ଥିବା ସଦର ଥାନା ଅଧିକାରୀଣି ମଧୁସ୍ମିତା ମହାନ୍ତି ସୂଚନା ଦେଇଛନ୍ତି। ତେବେ ହତ୍ୟା ଘଟଣାର ପ୍ରମାଣ ନଷ୍ଟ ପାଇଁ ମୃତ ଦେହକୁ ଜଙ୍ଗଲରେ ପିଙ୍ଗିବାରେ ସହଯୋଗ କରିଥିବା ଅଭିଯୁକଙ୍କ ନାମରେ ମଧ୍ୟ ମାମଲା ରୁଜୁ ସାଙ୍ଗକୁ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।

https://www.thesakala.in/latest-odisha-news/youth-killed-by-lady-during-rape-attempted/article-18334
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର