'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

Madhusudan Das Picture
Published On

ଉଦଳା: ଏ ଡାଏରୀ ସେ ଡାଏରୀ ନୁହେଁ, ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ବିସ୍ଫୋରକ ତଥ୍ୟ। 'DIE DIE DIE' ଲେଖାଯାଇଥିବା ଡାଏରୀ ଚନ୍ଦ୍ରିକାଙ୍କ ନିଖୋଜ ଡାଏରୀ ନୁହେଁ ବୋଲି କହିଲେ ମାମୁଁ ଝିଅ ରଶ୍ମିତା। ବ୍ୟାଗ ରୁ ମିଳିଥିବା ପକେଟ ଡାଏରୀରେ ହିଁ ଲେଖାଯାଇଥିଲା DIE DIE DIE, ଯାହା ଘଟଣା ଦିନ ଦେଖିଥିଲେ ରଶ୍ମିତା। ଘଟଣା ଦିନ ବ୍ୟାଗ ଜବତ ପରେ ପୋଲିସ ତାହା ସମ୍ପର୍କୀୟଙ୍କୁ ଦେଖାଇଥିଲା ଏବଂ ରଶ୍ମିତା ମଧ୍ୟ ତାହା ଦେଖିଥିବା କହିଛନ୍ତି। ହେଲେ ନିଜ ଜୀବନ କାହାଣୀ ଲେଖୁଥିବା ଚନ୍ଦ୍ରିକାଙ୍କ ସେ ବଡ଼ ଡାଏରୀ ଏବେ ସୁଦ୍ଧା ମିଳିନାହିଁ, ତାହା ମିଳିଲେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି ରଶ୍ମିତା।  କେବଳ ସେତିକି ନୁହେଁ, ଚନ୍ଦ୍ରିକାଙ୍କ ଲାପଟପ ଏବଂ ଟାଵଲେଟ ମିଳିଲେ ଅନେକ ଗୁମର ଖୋଲିବ ବୋଲି କହିଛନ୍ତି ରଶ୍ମିତା ଯାହା ପୁରୁଷ ବନ୍ଧୁ ଭୀମସେନଙ୍କ ନିକଟରେ ରହିଛି । 

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ବୋମାମାଡ଼ ଆତଙ୍କ ପରେ କ୍ୟାମ୍ପସରେ ପୋଲିସ ଛାଉଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର