ପରଲୋକରେ ଜୟପୁର ରାଜପରିବାରର ଶେଷ ରାଣୀ ରମାକୁମାରୀ ଦେବୀ
ଜୟପୁର: ଚିର ନିଦ୍ରାରେ ଜୟପୁର ରାଜପରିବାରର ଶେଷ ରାଣୀ ରମାକୁମାରୀ ଦେବୀ । ଦୀର୍ଘ ବର୍ଷ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପରେ ଗତକାଲି ବିଳମ୍ବିତ ରାତିରେ ମୋତି ମହଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ରାଣୀଙ୍କ ଶେଷ ଦର୍ଶନ କରିବାକୁ ସହରର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସୁଅ ଛୁଟୁଛି। ହରର ଚନ୍ଦନବାଡ଼ସ୍ଥିତ ରାଜ ଶ୍ମଶାନରେ ରାଜକୀୟ ପରମ୍ପରା ଅନୁଯାୟୀ ଆଜି ରାଣୀଙ୍କ ଅନ୍ତ୍ୟେଷ୍ଟି ସଂପନ୍ନ ହେବ ବୋଲି […]
ଜୟପୁର: ଚିର ନିଦ୍ରାରେ ଜୟପୁର ରାଜପରିବାରର ଶେଷ ରାଣୀ ରମାକୁମାରୀ ଦେବୀ । ଦୀର୍ଘ ବର୍ଷ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପରେ ଗତକାଲି ବିଳମ୍ବିତ ରାତିରେ ମୋତି ମହଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ରାଣୀଙ୍କ ଶେଷ ଦର୍ଶନ କରିବାକୁ ସହରର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସୁଅ ଛୁଟୁଛି। ହରର ଚନ୍ଦନବାଡ଼ସ୍ଥିତ ରାଜ ଶ୍ମଶାନରେ ରାଜକୀୟ ପରମ୍ପରା ଅନୁଯାୟୀ ଆଜି ରାଣୀଙ୍କ ଅନ୍ତ୍ୟେଷ୍ଟି ସଂପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।
ରମା କୁମାରୀ ହେଉଛନ୍ତି ଜୟପୁର ରାଜ ପ୍ରସାଦର ଶେଷ ରାଜା ରାମକୃଷ୍ଣ ଦେଓଙ୍କ ପତ୍ନୀ । ମହାରାଜ ରାମକୃଷ୍ଣ ଦେଓ ହେଉଛନ୍ତି ମହାରାଜ ବିକ୍ରମ ଦେବ ବର୍ମାଙ୍କ ପୌଷ୍ୟ ପୁତ୍ର । ରାଣୀ ରମା କୁମାରୀ ଦେବୀ ଆନ୍ଧ୍ରପ୍ରଦେଶ ମଡ ଗୁଲର ବିଧାୟିକା ଥିଲେ। ତେବେ ଶେଷ ରାଣୀଙ୍କ ଅନ୍ତିମସଂସ୍କାର ରାଜକୀୟ ନୀତିରେ କରାଯିବ ।