ସବୁ ଜିଲ୍ଲାରେ ଖୋଲିବ ନୂଆ ବୃଦ୍ଧାଶ୍ରମ, ପୁରୁଣାର ଭିତ୍ତିଭୂମି ସୁଦୃଢ଼ ହେବ

The Sakala Picture
Published On

ଭୁବନେଶ୍ୱର: ଏବେ ପୂର୍ବାପେକ୍ଷା ହାରାହାରି ଜୀବନ ଧାରଣ ସମୟ ବୃଦ୍ଧି ପାଇଛି, ଲୋକେ ଅଧିକ ଦିନ ବଞ୍ଚୁଛନ୍ତି। କିନ୍ତୁ ଦୀର୍ଘାୟୁ ହେବା ଅନେକ ବୟୋଜ୍ୟେଷ୍ଠ ନାଗରିକଙ୍କ ପାଇଁ ଦୁଃଖର କାରଣ ପାଲଟିଛି। କିଏ ନିଜ ସନ୍ତାନ ଦ୍ୱାରା ନିର୍ଯ୍ୟାତନାର ଶିକାର ହେଉଛନ୍ତି ତ ଆଉ କିଏ ରୋଜଗାର ପାଇଁ ନିଜ ପିଲାଙ୍କୁ ଦୂରକୁ ପଠେଇ ନିଃସଙ୍ଗ ଜୀବନ ଅତିବାହିତ କରୁଛନ୍ତି। ଏପରି ଲୋକଙ୍କ ପାଇଁ ବୃଦ୍ଧାଶ୍ରମ କୌଣସି ଆର୍ଶିବାଦ ଠାରୁ କମ୍‍ ନୁହେଁ। ସେମାନଙ୍କୁ ସେଠାରେ ନିଜ […]

ଭୁବନେଶ୍ୱର: ଏବେ ପୂର୍ବାପେକ୍ଷା ହାରାହାରି ଜୀବନ ଧାରଣ ସମୟ ବୃଦ୍ଧି ପାଇଛି, ଲୋକେ ଅଧିକ ଦିନ ବଞ୍ଚୁଛନ୍ତି। କିନ୍ତୁ ଦୀର୍ଘାୟୁ ହେବା ଅନେକ ବୟୋଜ୍ୟେଷ୍ଠ ନାଗରିକଙ୍କ ପାଇଁ ଦୁଃଖର କାରଣ ପାଲଟିଛି। କିଏ ନିଜ ସନ୍ତାନ ଦ୍ୱାରା ନିର୍ଯ୍ୟାତନାର ଶିକାର ହେଉଛନ୍ତି ତ ଆଉ କିଏ ରୋଜଗାର ପାଇଁ ନିଜ ପିଲାଙ୍କୁ ଦୂରକୁ ପଠେଇ ନିଃସଙ୍ଗ ଜୀବନ ଅତିବାହିତ କରୁଛନ୍ତି। ଏପରି ଲୋକଙ୍କ ପାଇଁ ବୃଦ୍ଧାଶ୍ରମ କୌଣସି ଆର୍ଶିବାଦ ଠାରୁ କମ୍‍ ନୁହେଁ। ସେମାନଙ୍କୁ ସେଠାରେ ନିଜ ପରିବାର ଠାରୁ ଅଧିକ ସ୍ନେହ, ଯତ୍ନ ମିଳୁଛି।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁ ଜିଲ୍ଲାରେ ପୁରୁଣା ବୃଦ୍ଧାଶ୍ରମରେ ଭିତ୍ତିଭୂମି ସୁଦୃଢ଼ କରିବା ସହ ନୂଆ ବୃଦ୍ଧାଶ୍ରମ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ମର୍ମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସବୁ ଜିଲ୍ଲାପାଳଙ୍କ ଠାରୁ ନୂଆ ଏବଂ ପୁରୁଣା ବୃଦ୍ଧାଶ୍ରମ ସମ୍ପର୍କରେ ପ୍ରସ୍ତାବ ମାଗିଛନ୍ତି। ଆସନ୍ତା ଆର୍ଥିକ ବର୍ଷରୁ ବୃଦ୍ଧାଶ୍ରମ ପରିଚାଳନା ବ୍ୟୟବରାଦ ବୃଦ୍ଧି ପାଇବା ସମ୍ଭାବନା ଅଛି। ସମ୍ପ୍ରତି ରାଜ୍ୟରେ ଭାରତ ସରକାରଙ୍କର ଅଟଳ ବୟୋ ଅଭ୍ୟୁଦୟ ଯୋଜନା (ଅଭୟ) ଅଧୀନରେ ସମୁଦାୟ ୯୧ଟି ବୃଦ୍ଧାଶ୍ରମ ଚାଲୁଛି। ସେହିପରି ଏସ୍‍ଏସ୍‍ଇପିଡି ବିଭାଗ ପକ୍ଷରୁ ମଧ୍ୟ କିଛି ଜିଲ୍ଲାରେ ବୃଦ୍ଧାଶ୍ରମ ଖୋଲାଯାଇଛି। ସରକାରଙ୍କ ପକ୍ଷରୁ ଏଗୁଡିକୁ ବେସରକାରୀ ଅନୁଷ୍ଠାନ ପରିଚାଳନା କରୁଛନ୍ତି। ପରିଚାଳନା ବାବଦରେ ବାର୍ଷିକ ପ୍ରାୟ ୭୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଉଛି। ତେବେ ଇତିମଧ୍ୟରେ ବୃଦ୍ଧାଶ୍ରମର ଆବଶ୍ୟକତା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ନୂଆ ବୃଦ୍ଧାଶ୍ରମ ପ୍ରତିଷ୍ଠା ପାଇଁ ଜିଲ୍ଲାପାଳମାନଙ୍କ ଠାରୁ ପ୍ରସ୍ତାବ ଆହ୍ୱାନ କରାଯାଇଛି। ଏଥିସହ କାର୍ଯ୍ୟକ୍ଷମ ଥିବା ବୃଦ୍ଧାଶ୍ରମ ପାଇଁ ଅଧିକ ଅର୍ଥ ବ୍ୟୟ କରିବା ପାଇଁ ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ଏରସମା ଶିଆଳି ବେଳାଭୂମି ନିକଟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ନେଇଗଲେ ଦୁବୃର୍ତ୍ତ

ଏସ୍‍ଏସ୍‍ଇପିଡି ବିଭାଗର ଅନୁସଚିବ ସତ୍ୟବ୍ରତ ସାମଲ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି କହିଛନ୍ତି ଯେ ଅନୁଦାନ ପାଇବା ପାଇଁ ସରକାରଙ୍କୁ ଯେଉଁ ପ୍ରସ୍ତାବ ପଠାଯିବ ତାହା ଜିଲ୍ଲାସ୍ତରରେ ଭଲ ଭାବେ ଯାଞ୍ଚ କରାଯିବା ସହିତ ଜିଲ୍ଲାସ୍ତରୀୟ ପ୍ରକଳ୍ପ ପରିଯୋଜନା କମିଟି (ଡିଏଲ୍‍ପିଏସି)ର ଅନୁମୋଦନ ଲାଭ କରିବା ଆବଶ୍ୟକ। ଡିସେମ୍ବର ୨୨ ତାରିଖ ସୁଦ୍ଧା ଇ-ଅନୁଦାନ ପୋର୍ଟାଲ ମାଧ୍ୟମରେ ବୃଦ୍ଧାଶ୍ରମ ସମ୍ପର୍କିତ ପ୍ରସ୍ତାବ ଦାଖଲ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ଶ୍ରୀ ସାମଲ କହିଛନ୍ତି।

ଆହୁରି ପଢ଼ନ୍ତୁ: ମାଲକାନଗିରିରେ ଲଗାଣ ବର୍ଷା: ଜଳମଗ୍ନ ପୋଲ, ବିଚ୍ଛିନ୍ନ ହେଲା ଯୋଗାଯୋଗ

୨୦୨୬ ସୁଦ୍ଧା ରାଜ୍ୟରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ୬୩ ଲକ୍ଷରେ ପହଞ୍ଚିବ ବୋଲି ସରକାରୀ ସ୍ତରରେ ଆକଳନ କରାଯାଇଛି। ବରିଷ୍ଠ ନାଗରିକଙ୍କ ସମସ୍ୟା ସମାଧାନ ଏବଂ ଅଭିଯୋଗ ଗ୍ରହଣ ପାଇଁ ଓକାକ୍‍ ସହାୟତାରେ ଏକ ହେଲ୍ପ ଲାଇନ୍‍ ନମ୍ବର ୧୪୫୬୭ ଜାରି କରାଯାଇଛି। ଏଥିରେ ବର୍ଷକୁ ହାରାହାରି ୧୫ ହଜାରରୁ ଅଧିକ ଫୋନ୍‍ ଆସୁଥିବା ବେଳେ ସେଥିରୁ ପ୍ରାୟ ୩୦% ଅତ୍ୟନ୍ତ ସମ୍ବେଦନଶୀଳ। ୫ ହଜାରରୁ ଅଧିକ ବରିଷ୍ଠ ନାଗରିକ ଏକାଧିକବାର ଫୋନ୍‍ କରୁଛନ୍ତି। ଆଉ ଅଧିକ ସଂଖ୍ୟକ ବରିଷ୍ଠ ନାଗରିକ ପରିବାର ଲୋକଙ୍କ ନିର୍ଯ୍ୟାତନା ଏବଂ ଅନ୍ୟ କାରଣ ପାଇଁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ଇଛା ପ୍ରକାଶ କରୁଛନ୍ତି।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ବୃଦ୍ଧାଶ୍ରମ ଖୋଲିବା ସହିତ ପୁରୁଣାର ଭିତ୍ତିଭୂମି ସୁଦୃଢ଼ କରିବାକୁ ଯାଉଛନ୍ତି। ବୃଦ୍ଧାଶ୍ରମରେ ସେମାନଙ୍କ ମନୋରଞ୍ଜନ ବ୍ୟବସ୍ଥା ସହିତ ଚିକିତ୍ସା ସୁନିଶ୍ଚିତ କରାଯାଉଛି। ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଭ୍ରାମ୍ୟମାଣ ମେଡିକେୟାର ୟୁନିଟ୍‍ ଏବଂ ଫିଜିଓଥେରାପି କ୍ଲିନିକ୍‍ ସେବାକୁ ବୃଦ୍ଧାଶ୍ରମ ସହିତ ଯୋଡ଼ାଯାଇଛି। ସେହିପରି ପରିବାରର ଆନନ୍ଦ ପ୍ରଦାନ ପାଇଁ ବୃଦ୍ଧାଶ୍ରମ ସହିତ ଅନାଥ ଆଶ୍ରମକୁ ଯୋଡ଼ିବା ପାଇଁ ମଧ୍ୟ ଯୋଜନା ହୋଇଛି। ଫଳରେ ଅନାଥ ପିଲାଙ୍କୁ ବରିଷ୍ଠ ନାଗରିକଙ୍କ ସ୍ନେହ ଆଦର ମିଳିପାରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର