ଓଡ଼ିଶା ମାଟିର ପୁଅ ଚଣ୍ଡି ପ୍ରସାଦ ମହାନ୍ତି ହେଲେ ସେନାବାହିନୀ ଟ୍ରିବ୍ୟୁନାଲର ସଦସ୍ୟ

The Sakala Picture
Published On

ଜଗତସିଂହପୁର :  ଭରତୀୟ ସେନାର ୪୨ ତମ ଉପମୁଖ୍ୟ ଭାବରେ କାର୍ଯ୍ୟକରି ଅବସର ଗ୍ରହଣ କରିଥିବା ଜଗତସିଂହପୁର ମାଟିର ପୁଅ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ସଶସ୍ତ୍ର ବାହିନୀ ଟ୍ରିନ୍ୟୁନାଲ (ଏଫଟି)ର ସଦସ୍ୟ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି। ଖବରରୁ ପ୍ରକାଶ, ନଭେମ୍ବର ୧୫ରେ କେନ୍ଦ୍ର କ୍ୟାବିନେଟ ନିଯୁକ୍ତ କମିଟି ୧୧ ଜଣ ନ୍ୟାୟିକ ସଦସ୍ୟ ଓ ଏଏଫଟିର ୧୨ଜଣ ପ୍ରଶାସନିକ ସଦସ୍ୟଙ୍କୁ ୬୭ ବର୍ଷ ବୟସ ପର୍ଯ୍ୟନ୍ତ ତଥା ଆସନ୍ତା ୪ ବର୍ଷ ପାଇଁ […]

ଜଗତସିଂହପୁର :  ଭରତୀୟ ସେନାର ୪୨ ତମ ଉପମୁଖ୍ୟ ଭାବରେ କାର୍ଯ୍ୟକରି ଅବସର ଗ୍ରହଣ କରିଥିବା ଜଗତସିଂହପୁର ମାଟିର ପୁଅ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ସଶସ୍ତ୍ର ବାହିନୀ ଟ୍ରିନ୍ୟୁନାଲ (ଏଫଟି)ର ସଦସ୍ୟ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି। ଖବରରୁ ପ୍ରକାଶ, ନଭେମ୍ବର ୧୫ରେ କେନ୍ଦ୍ର କ୍ୟାବିନେଟ ନିଯୁକ୍ତ କମିଟି ୧୧ ଜଣ ନ୍ୟାୟିକ ସଦସ୍ୟ ଓ ଏଏଫଟିର ୧୨ଜଣ ପ୍ରଶାସନିକ ସଦସ୍ୟଙ୍କୁ ୬୭ ବର୍ଷ ବୟସ ପର୍ଯ୍ୟନ୍ତ ତଥା ଆସନ୍ତା ୪ ବର୍ଷ ପାଇଁ ନିଯୁକ୍ତ କରିଛନ୍ତି। ଏଥିରେ ଭାରତୀୟ ସ୍ଥଳସେନାର ପୂର୍ବତନ ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ସ୍ଥାନ ପାଇଛନ୍ତି।

ଆହୁରି ପଢ଼ନ୍ତୁ: ପୁଣି ବିବାଦରେ ନାଣ୍ଡୁ ବାବୁ ! ଆଡଭାନ୍ସ ନେଇ ଯାତ୍ରା କରୁନଥିବା ଅଭିଯୋଗ କଲେ ପୂଜା କମିଟି ସଦସ୍ୟ

ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ଜଗତସିଂହପୁରର ଜୟବଡରେ ଜନ୍ମ ଗ୍ରହଣ କରିଥିଲେ। ସେ ପରମବୀର ସମ୍ମାନ , ଅତିବିଶିଷ୍ଟ ସେବା ସମ୍ମାନ ଓ କର୍ଣ୍ଣେଲ ଅଫ ରାଜପୁତ ରେଜିମେଂଟ ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ପୁରୀ ଜିଲ୍ଲା ସବରେଜିଷ୍ଟାରରୁ ଅବସର ନେଇଥିବା ସରକାରୀ କର୍ମଚାରୀ ଜିତେନ୍ଦ୍ର କୁମାର ମହାନ୍ତି ଓ ଏସଭିଏମ କଲେଜର ପୂର୍ବତନ ପ୍ରଫେସର ସାରଦା କୁମାରୀ ମାହନ୍ତିଙ୍କ ଜ୍ୟେଷ୍ଠପୁତ୍ର ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ବାଗସାହି ଉପ୍ରା ବିଦ୍ୟାଳୟରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ। ଏହାପରେ ସେ ରାଷ୍ଟ୍ରୀୟ ଇଣ୍ଡିୟାନ ମିଲିଟାରୀ କଲେଜ (ଆରଏମସି ) ଡେରାଡୁନରେ ନାମ ଲେଖାଇଥିଲେ। ସେ ରାଷ୍ଟ୍ରିୟ ଡିଫେନ୍ସ ଏକାଡେମୀରେ ଯୋଗ ଦେଇଥିଲେ। ୧୯୮୨ରେ ସେ ରାଜପୁତ ରେଜିମେଂଟରେ ଦ୍ୱିତୀୟ ଲେଫ୍ଟନାଣ୍ଟ ଭାବରେ ନିଯୁକ୍ତ ହୋଇଥିଲେ।

ଆହୁରି ପଢ଼ନ୍ତୁ: ପୋଲିସ SI ନିଯୁକ୍ତି କେଳେଙ୍କାରୀ: ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ଟେକ୍ନୋ ସ୍କୁଲ୍‌ କ୍ୟାମ୍ପସ୍‌ରେ CBI ରେଡ୍‌

ଜମ୍ମୁ କାଶ୍ମିର ଉତର ପୂର୍ବାଂଚଳ ସହିତ ପାକିସ୍ତାନ ଓ ଚୀନ ସୀମାରେ ଗୁରୁଦାୟିତ୍ୱ ନେବା ସହିତ ଅସାମରେ ବିଦ୍ରୋହର ମୁକାବିଲା ତଥା କଂଗୋରେ ଜାତିସଂଘର ବ୍ରିଗେଡ ଭାବରେ ଜେନେରାଲ ମହାନ୍ତି ନେତୃତ୍ୱ ନେଇଥିଲେ। ଚଳିତ ବର୍ଷ ଜାନୁଆରୀ ୩୧ରେ ସେ ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଭାବରେ ଅବସର ଗ୍ରହଣ କରିଥିଲେ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ତେବେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ସଶସ୍ତ୍ର ବାହିନୀ ଟ୍ରିନ୍ୟୁନାଲ (ଏଫଟି)ର ସଦସ୍ୟ ଭାବରେ ନିଯୁକ୍ତି ପ୍ରଦାନ କରାଯିବା ଜଣାପଡିବା ପରେ  ଜଗତସିଂହପୁର ଜିଲ୍ଲାର ବହୁ ବ୍ୟକ୍ତି ଲେଫ୍ଟନାଂଟଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତିଙ୍କର ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି , ପୂର୍ବତନ ବିଧାୟକ ଚିରଞ୍ଜିବ ବିଶ୍ୱାଳ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ, ପୂର୍ବତନ ନଗରପାଳ ବିପ୍ଳବ ଚୌଧୂରୀ, ସମାଜସେବୀ ପ୍ରଦୀପ ମିତ୍ର, ସାରସ୍ୱତ ପରିଷଦର ସଭାପତି ହିମାଂସୁ ଆଚାର୍ଯ୍ୟ, ଶିକ୍ଷାବିତ ନିକୁଞ୍ଜ ପ୍ରସାଦ ବେହେରା, ମହେନ୍ଦ୍ର ଆଚାର୍ଯ୍ୟ , ପରିବେଶବିତ୍ ଉତ୍କଳ ରଂଜନ ମହାନ୍ତି , ନଟବର ବାରିକ୍, ରବିନ୍ଦ୍ର ନାଥ ମହାନ୍ତି, ଅଭୟ କୁମାର ମହାନ୍ତି, ପ୍ରଶାନ୍ତ ମଲ୍ଲିକ, କୃଷ୍ଣ ଚନ୍ଦ୍ର ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଶୁଭକାମନା ଜଣାଇଛନ୍ତି।

18 Nov 2022 By The Sakala

ଓଡ଼ିଶା ମାଟିର ପୁଅ ଚଣ୍ଡି ପ୍ରସାଦ ମହାନ୍ତି ହେଲେ ସେନାବାହିନୀ ଟ୍ରିବ୍ୟୁନାଲର ସଦସ୍ୟ

ଜଗତସିଂହପୁର :  ଭରତୀୟ ସେନାର ୪୨ ତମ ଉପମୁଖ୍ୟ ଭାବରେ କାର୍ଯ୍ୟକରି ଅବସର ଗ୍ରହଣ କରିଥିବା ଜଗତସିଂହପୁର ମାଟିର ପୁଅ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ସଶସ୍ତ୍ର ବାହିନୀ ଟ୍ରିନ୍ୟୁନାଲ (ଏଫଟି)ର ସଦସ୍ୟ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି। ଖବରରୁ ପ୍ରକାଶ, ନଭେମ୍ବର ୧୫ରେ କେନ୍ଦ୍ର କ୍ୟାବିନେଟ ନିଯୁକ୍ତ କମିଟି ୧୧ ଜଣ ନ୍ୟାୟିକ ସଦସ୍ୟ ଓ ଏଏଫଟିର ୧୨ଜଣ ପ୍ରଶାସନିକ ସଦସ୍ୟଙ୍କୁ ୬୭ ବର୍ଷ ବୟସ ପର୍ଯ୍ୟନ୍ତ ତଥା ଆସନ୍ତା ୪ ବର୍ଷ ପାଇଁ ନିଯୁକ୍ତ କରିଛନ୍ତି। ଏଥିରେ ଭାରତୀୟ ସ୍ଥଳସେନାର ପୂର୍ବତନ ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ସ୍ଥାନ ପାଇଛନ୍ତି।

ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ଜଗତସିଂହପୁରର ଜୟବଡରେ ଜନ୍ମ ଗ୍ରହଣ କରିଥିଲେ। ସେ ପରମବୀର ସମ୍ମାନ , ଅତିବିଶିଷ୍ଟ ସେବା ସମ୍ମାନ ଓ କର୍ଣ୍ଣେଲ ଅଫ ରାଜପୁତ ରେଜିମେଂଟ ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ପୁରୀ ଜିଲ୍ଲା ସବରେଜିଷ୍ଟାରରୁ ଅବସର ନେଇଥିବା ସରକାରୀ କର୍ମଚାରୀ ଜିତେନ୍ଦ୍ର କୁମାର ମହାନ୍ତି ଓ ଏସଭିଏମ କଲେଜର ପୂର୍ବତନ ପ୍ରଫେସର ସାରଦା କୁମାରୀ ମାହନ୍ତିଙ୍କ ଜ୍ୟେଷ୍ଠପୁତ୍ର ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ବାଗସାହି ଉପ୍ରା ବିଦ୍ୟାଳୟରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ। ଏହାପରେ ସେ ରାଷ୍ଟ୍ରୀୟ ଇଣ୍ଡିୟାନ ମିଲିଟାରୀ କଲେଜ (ଆରଏମସି ) ଡେରାଡୁନରେ ନାମ ଲେଖାଇଥିଲେ। ସେ ରାଷ୍ଟ୍ରିୟ ଡିଫେନ୍ସ ଏକାଡେମୀରେ ଯୋଗ ଦେଇଥିଲେ। ୧୯୮୨ରେ ସେ ରାଜପୁତ ରେଜିମେଂଟରେ ଦ୍ୱିତୀୟ ଲେଫ୍ଟନାଣ୍ଟ ଭାବରେ ନିଯୁକ୍ତ ହୋଇଥିଲେ।

ଜମ୍ମୁ କାଶ୍ମିର ଉତର ପୂର୍ବାଂଚଳ ସହିତ ପାକିସ୍ତାନ ଓ ଚୀନ ସୀମାରେ ଗୁରୁଦାୟିତ୍ୱ ନେବା ସହିତ ଅସାମରେ ବିଦ୍ରୋହର ମୁକାବିଲା ତଥା କଂଗୋରେ ଜାତିସଂଘର ବ୍ରିଗେଡ ଭାବରେ ଜେନେରାଲ ମହାନ୍ତି ନେତୃତ୍ୱ ନେଇଥିଲେ। ଚଳିତ ବର୍ଷ ଜାନୁଆରୀ ୩୧ରେ ସେ ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଭାବରେ ଅବସର ଗ୍ରହଣ କରିଥିଲେ।

ତେବେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ସଶସ୍ତ୍ର ବାହିନୀ ଟ୍ରିନ୍ୟୁନାଲ (ଏଫଟି)ର ସଦସ୍ୟ ଭାବରେ ନିଯୁକ୍ତି ପ୍ରଦାନ କରାଯିବା ଜଣାପଡିବା ପରେ  ଜଗତସିଂହପୁର ଜିଲ୍ଲାର ବହୁ ବ୍ୟକ୍ତି ଲେଫ୍ଟନାଂଟଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତିଙ୍କର ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି , ପୂର୍ବତନ ବିଧାୟକ ଚିରଞ୍ଜିବ ବିଶ୍ୱାଳ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ, ପୂର୍ବତନ ନଗରପାଳ ବିପ୍ଳବ ଚୌଧୂରୀ, ସମାଜସେବୀ ପ୍ରଦୀପ ମିତ୍ର, ସାରସ୍ୱତ ପରିଷଦର ସଭାପତି ହିମାଂସୁ ଆଚାର୍ଯ୍ୟ, ଶିକ୍ଷାବିତ ନିକୁଞ୍ଜ ପ୍ରସାଦ ବେହେରା, ମହେନ୍ଦ୍ର ଆଚାର୍ଯ୍ୟ , ପରିବେଶବିତ୍ ଉତ୍କଳ ରଂଜନ ମହାନ୍ତି , ନଟବର ବାରିକ୍, ରବିନ୍ଦ୍ର ନାଥ ମହାନ୍ତି, ଅଭୟ କୁମାର ମହାନ୍ତି, ପ୍ରଶାନ୍ତ ମଲ୍ଲିକ, କୃଷ୍ଣ ଚନ୍ଦ୍ର ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଶୁଭକାମନା ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର