ହାଇଦ୍ରାବାଦରେ ନିବେଶକ ସମ୍ମିଳନୀ: ରାଜ୍ୟରେ ନିବେଶ ପାଇଁ ପୁଞ୍ଜିପତିଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର:  ମେକ୍‌‌ ଇନ୍‌‌ ଓଡ଼ିଶା କନକ୍ଲେଭ-୨୦୨୨କୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରୟାସ ଜାରି ରଖିଛନ୍ତି।  ହାଇଦ୍ରାବାଦରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ନିବେଶକ ସମ୍ମିଳନୀ। ଏହା ପୂର୍ବରୁ ପୁଞ୍ଜିପତିଙ୍କୁ ରାଜ୍ୟରେ ନିବେଶ ପାଇଁ ନିମନ୍ତ୍ରଣ କରିବା ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ। ତିନୋଟି ପର୍ଯ୍ୟାୟରେ ପ୍ରାୟ ୩୭ ଉଦ୍ୟୋଗପତିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରୁଛନ୍ତି। ବିଶେଷକରି ଆଇଟି ଓ ଆଇଟିଇଏସ୍‌, ହେଲଥ କେୟାର ଓ ଫାର୍ମାସ୍ଯୁଟିକାଲ, ଖାଦ୍ୟ […]

ଭୁବନେଶ୍ବର:  ମେକ୍‌‌ ଇନ୍‌‌ ଓଡ଼ିଶା କନକ୍ଲେଭ-୨୦୨୨କୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରୟାସ ଜାରି ରଖିଛନ୍ତି।  ହାଇଦ୍ରାବାଦରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ନିବେଶକ ସମ୍ମିଳନୀ। ଏହା ପୂର୍ବରୁ ପୁଞ୍ଜିପତିଙ୍କୁ ରାଜ୍ୟରେ ନିବେଶ ପାଇଁ ନିମନ୍ତ୍ରଣ କରିବା ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ। ତିନୋଟି ପର୍ଯ୍ୟାୟରେ ପ୍ରାୟ ୩୭ ଉଦ୍ୟୋଗପତିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରୁଛନ୍ତି। ବିଶେଷକରି ଆଇଟି ଓ ଆଇଟିଇଏସ୍‌, ହେଲଥ କେୟାର ଓ ଫାର୍ମାସ୍ଯୁଟିକାଲ, ଖାଦ୍ୟ ପ୍ରକ୍ରିୟାକରଣ, ମେଟାଲ ଡାଉନଷ୍ଟ୍ରିମ୍‌‌, ପ୍ଲାଷ୍ଟିକ ଏବଂ ରିୟଲ ଇଷ୍ଟେଟ କ୍ଷେତ୍ରର ନିବେଶକୁ ବ୍ୟାପକ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆଗାମୀ ୨୦୨୫ ମସିହା ସୁଦ୍ଧା ରାଜ୍ୟକୁ ବିପୁଳ ନିବେଶ ଆଣିବା ଓ ରାଜ୍ୟରେ ଶିଳ୍ପଭିତ୍ତିକ ନିଯୁକ୍ତି ସଂଖ୍ୟାକୁ ଲକ୍ଷେରେ ପହଞ୍ଚାଇବାକୁ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ସ୍ଥିର ଶାସନ ଯୋଗୁ ଓଡ଼ିଶା ଦେଶର ସବୁଠୁ ନିବେଶ ଅନୁକୂଳ ସ୍ଥାନ ହୋଇପାରିଛି। ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ବ୍ୟବସ୍ଥା ୫ଟି ଭିତ୍ତିଭୂମି ପ୍ରକଳ୍ପ ଉପରେ ଫୋକସ୍ ଯୋଗୁ ଓଡ଼ିଶା ପ୍ରତି ନିବେଶକଙ୍କ ଆତ୍ମବିଶ୍ୱାସ ବଢ଼ିଛି। ଫଳରେ ସେମାନେ ନିବେଶ ଲାଗି ଆଗଭର ହେଉଛନ୍ତି ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଏହି କ୍ରମରେ ଆଜି ଆକ୍ସିସ ଏନର୍ଜି ସିଏମଡି କେ ରବୀ କୁମାର, ଚୁବର ସିଏଫଓ ଶ୍ରୀକାନ୍ତ ଲାଙ୍କା, ମେଘା ଇଞ୍ଜିନିୟରିଂ ଇନଫ୍ରାଷ୍ଟ୍ରକଚର ଲିଃର ଚେୟାରମ୍ଯାନ, ଜେଏଲଏଲର ଏମଡ଼ି ସନ୍ଦୀପ ପଟ୍ଟନାୟକ, ମହା ସିମେଣ୍ଟ ଏକ୍ସିକ୍ଯୁଟିଭ ଚେୟାର ମ୍ଯାନ ଜେ ରାଓ, ଶ୍ରୀମାଲାନି ଫୋମ୍ସ ପ୍ରା.ଲିଃର ଚେୟାରମ୍ଯାନ, ଏନଏସଏଲ ଗ୍ରୃପର ଚେୟାରମ୍ୟାନ ଏମ ପ୍ରଭାକର ରାଓ, ସିଜିଏସଏଲ୍ ନିର୍ଦ୍ଦେଶକ କେ ରାଘବରାମ,  ଓରାକେଲ ଏମଡି- ଇଣ୍ଡିଆର ଶୈଳେନ୍ଦ୍ର କୁମାର, ମାଇକ୍ରୋସଫ୍ଟ ଏମଡି ରାଜୀବ କୁମାର ଓ ଭାରତ- ବାଇଓଟେକର ଚେୟାରମ୍ୟାନ ଡ. କ୍ରିଷ୍ଣା ଏମ. ଇଲାଙ୍କ ସହ ଆଲୋଚନା କରିଛନ୍ତି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର