ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ୩ ଏସ୍‌ପିଙ୍କୁ ଦାୟିତ୍ବ , ୩ ଜିଲ୍ଲାର ପୁଲିସ ହାଇଆଲର୍ଟ

The Sakala Picture
Published On

ଭୁବନେଶ୍ବର : କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର କଟକ ବଡମେଡିକାଲ( ଏସ୍‌ସିବି) ସର୍ଜରୀ ୱାର୍ଡରୁ ଫେରାର ହେବାପରେ ଆଲର୍ଟରେ ପୁଲିସ। ହାଇଦରକୁ ଠାବ କରିବାକୁ ଯାଜପୁର ଓ କେନ୍ଦ୍ରାପଡା ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କଟକ ଡିସିପି ମଧ୍ୟ ହାଇଦରକୁ ଧରିବାକୁ ଦାୟିତ୍ୱରେ ରହିଛନ୍ତି । ହାଇଦରକୁ ଧରିବାକୁ ଏବେ ଜୋରଦାର ଅପରେସନ ଆରମ୍ଭ କରିଛି ପୁଲିସ । ଏନେଇ କଟକ ଡିସିପି ପ୍ରତିକ୍ରିୟା ଦେଇ କହିଛନ୍ତି, ସୁରକ୍ଷାକର୍ମୀଙ୍କୁ ଅଚେତ କରି ଫେରାର ହୋଇଛି ହାଇଦର । […]

ଭୁବନେଶ୍ବର : କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର କଟକ ବଡମେଡିକାଲ( ଏସ୍‌ସିବି) ସର୍ଜରୀ ୱାର୍ଡରୁ ଫେରାର ହେବାପରେ ଆଲର୍ଟରେ ପୁଲିସ। ହାଇଦରକୁ ଠାବ କରିବାକୁ ଯାଜପୁର ଓ କେନ୍ଦ୍ରାପଡା ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କଟକ ଡିସିପି ମଧ୍ୟ ହାଇଦରକୁ ଧରିବାକୁ ଦାୟିତ୍ୱରେ ରହିଛନ୍ତି । ହାଇଦରକୁ ଧରିବାକୁ ଏବେ ଜୋରଦାର ଅପରେସନ ଆରମ୍ଭ କରିଛି ପୁଲିସ । ଏନେଇ କଟକ ଡିସିପି ପ୍ରତିକ୍ରିୟା ଦେଇ କହିଛନ୍ତି, ସୁରକ୍ଷାକର୍ମୀଙ୍କୁ ଅଚେତ କରି ଫେରାର ହୋଇଛି ହାଇଦର । ସବୁ ଟିମକୁ ଆଲର୍ଟ କରିଦିଆଯାଇଛି । ଖୁବ ଶୀଘ୍ର ହାଇଦରକୁ ଧରିବାରେ ସଫଳ ହେବୁ ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରୋଷଘରୁ ୩୦ ପ୍ୟାକେଟ୍ ଡାଲଡ଼ା ଘିଅ ଜବତ, ତଦନ୍ତ ନିର୍ଦ୍ଦେଶ

ସୂଚନାଯୋଗ୍ୟ  ସର୍ଜରୀ ବିଭାଗରେ ଚିକିତ୍ସାଧିନ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଫେରାର ହୋଇଯାଇଛି । ଗତ ୧୨ ଦିନ ତଳେ ଏସସିବି ମେଡିକାଲରେ ହାଇଦର ଭର୍ତ୍ତି ହୋଇଥିଲା । ଗ୍ୟାଙ୍ଗଷ୍ଟର ସୁଲେମାନ ହତ୍ୟାକାଣ୍ଡରେ ସଜ୍ଜ୍ଜା ଭୋଗୁଥିଲା ହାଇଦର । ସମ୍ବଲପୁର ସର୍କଲ ଜେଲରେ ସଜା କାଟୁଥିଲା । ୨୦୦୯ର ଗ୍ୟାଙ୍ଗଷ୍ଟର ସୁଲେମାନ ହତ୍ୟା ମାମଲାରେ ଜେଲରେ ଥିଲା ହାଇଦର । ବୁର୍ଲା ମେଡିକାଲରୁ ରେଫର ହୋଇ ଏସ୍‌ସିବି ଆସିଥିଲା ହାଇଦର। ତେବେ ଏସ୍‌ସିବି ସର୍ଜରୀ ବିଭାଗ ୫ ନମ୍ବର କ୍ୟାବିନରେ ହାଇଦରର ଚିକିତ୍ସା ଚାଲିଥିଲା। ହାଇଦରକୁ ଜଗିବା ପାଇଁ ଜଣେ ସୁରକ୍ଷା କର୍ମୀ ନିୟୋଜିତ ବି ହୋଇଥିଲେ।  କିନ୍ତୁ ସୁରକ୍ଷା କର୍ମୀଙ୍କୁ ନିଶା ଦେଇ ହାଇଦର ଖସି ଯାଇଥିଲା।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା +୩ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ, ଅଧିକାଂଶ ଷ୍ଟ୍ରିମ୍‌ରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଆଗରେ

୯୦ ଦଶକରେ ଆତଙ୍କ ଖେଳାଇଥିଲା କେନ୍ଦ୍ରାପଡ଼ାର ହାଇଦର । ରିକ୍ସା ଚାଳକରୁ ଗ୍ୟାଙ୍ଗଷ୍ଟର ସାଜିଥିଲା ହାଇଦର । ଛୋଟମୋଟ ଚୋରିରୁ ହାଇଦର ଅପରାଧ ଦୁନିଆକୁ ଆସିଥିଲା । ସୁଲେମାନ ସହ ମିଶି ଆରମ୍ଭ କରିଥିଲା ଗ୍ୟାଙ୍ଗ । ଟେଣ୍ଡର ପିକ୍ସିଂ, ହତ୍ୟା, ରାହାଜାନୀ ଭଳି ଏକାଧିକ କ୍ରାଇମ କରି ହାଇଦର ଗ୍ୟାଙ୍ଗଷ୍ଟର ପାଲଟିଥିଲା ।

ଆହୁରି ପଢ଼ନ୍ତୁ: ପୁରୀର ଐତିହାସିକ ଅଠରନଳା ଉପରେ ମାଂସ ରନ୍ଧା ଓ ଭୋଜିଭାତ: ଐତିହ୍ୟସ୍ଥଳୀର ଅବମାନନାକୁ ନେଇ ତୀବ୍ର ଅସନ୍ତୋଷ

10 Apr 2021 By The Sakala

ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ୩ ଏସ୍‌ପିଙ୍କୁ ଦାୟିତ୍ବ , ୩ ଜିଲ୍ଲାର ପୁଲିସ ହାଇଆଲର୍ଟ

ଭୁବନେଶ୍ବର : କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର କଟକ ବଡମେଡିକାଲ( ଏସ୍‌ସିବି) ସର୍ଜରୀ ୱାର୍ଡରୁ ଫେରାର ହେବାପରେ ଆଲର୍ଟରେ ପୁଲିସ। ହାଇଦରକୁ ଠାବ କରିବାକୁ ଯାଜପୁର ଓ କେନ୍ଦ୍ରାପଡା ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି କଟକ ଡିସିପି ମଧ୍ୟ ହାଇଦରକୁ ଧରିବାକୁ ଦାୟିତ୍ୱରେ ରହିଛନ୍ତି । ହାଇଦରକୁ ଧରିବାକୁ ଏବେ ଜୋରଦାର ଅପରେସନ ଆରମ୍ଭ କରିଛି ପୁଲିସ । ଏନେଇ କଟକ ଡିସିପି ପ୍ରତିକ୍ରିୟା ଦେଇ କହିଛନ୍ତି, ସୁରକ୍ଷାକର୍ମୀଙ୍କୁ ଅଚେତ କରି ଫେରାର ହୋଇଛି ହାଇଦର । ସବୁ ଟିମକୁ ଆଲର୍ଟ କରିଦିଆଯାଇଛି । ଖୁବ ଶୀଘ୍ର ହାଇଦରକୁ ଧରିବାରେ ସଫଳ ହେବୁ ।

ସୂଚନାଯୋଗ୍ୟ  ସର୍ଜରୀ ବିଭାଗରେ ଚିକିତ୍ସାଧିନ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଫେରାର ହୋଇଯାଇଛି । ଗତ ୧୨ ଦିନ ତଳେ ଏସସିବି ମେଡିକାଲରେ ହାଇଦର ଭର୍ତ୍ତି ହୋଇଥିଲା । ଗ୍ୟାଙ୍ଗଷ୍ଟର ସୁଲେମାନ ହତ୍ୟାକାଣ୍ଡରେ ସଜ୍ଜ୍ଜା ଭୋଗୁଥିଲା ହାଇଦର । ସମ୍ବଲପୁର ସର୍କଲ ଜେଲରେ ସଜା କାଟୁଥିଲା । ୨୦୦୯ର ଗ୍ୟାଙ୍ଗଷ୍ଟର ସୁଲେମାନ ହତ୍ୟା ମାମଲାରେ ଜେଲରେ ଥିଲା ହାଇଦର । ବୁର୍ଲା ମେଡିକାଲରୁ ରେଫର ହୋଇ ଏସ୍‌ସିବି ଆସିଥିଲା ହାଇଦର। ତେବେ ଏସ୍‌ସିବି ସର୍ଜରୀ ବିଭାଗ ୫ ନମ୍ବର କ୍ୟାବିନରେ ହାଇଦରର ଚିକିତ୍ସା ଚାଲିଥିଲା। ହାଇଦରକୁ ଜଗିବା ପାଇଁ ଜଣେ ସୁରକ୍ଷା କର୍ମୀ ନିୟୋଜିତ ବି ହୋଇଥିଲେ।  କିନ୍ତୁ ସୁରକ୍ଷା କର୍ମୀଙ୍କୁ ନିଶା ଦେଇ ହାଇଦର ଖସି ଯାଇଥିଲା।

୯୦ ଦଶକରେ ଆତଙ୍କ ଖେଳାଇଥିଲା କେନ୍ଦ୍ରାପଡ଼ାର ହାଇଦର । ରିକ୍ସା ଚାଳକରୁ ଗ୍ୟାଙ୍ଗଷ୍ଟର ସାଜିଥିଲା ହାଇଦର । ଛୋଟମୋଟ ଚୋରିରୁ ହାଇଦର ଅପରାଧ ଦୁନିଆକୁ ଆସିଥିଲା । ସୁଲେମାନ ସହ ମିଶି ଆରମ୍ଭ କରିଥିଲା ଗ୍ୟାଙ୍ଗ । ଟେଣ୍ଡର ପିକ୍ସିଂ, ହତ୍ୟା, ରାହାଜାନୀ ଭଳି ଏକାଧିକ କ୍ରାଇମ କରି ହାଇଦର ଗ୍ୟାଙ୍ଗଷ୍ଟର ପାଲଟିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର