ପ୍ରବଳ ବନ୍ୟାକୁ ଏଡାଇବା ପାଇଁ ନିଆଯାଉଛି ସମସ୍ତ ପ୍ରକାର ପଦକ୍ଷେପ – ଏସଆରସି

The Sakala Picture
Published On

ଭୁବନେଶ୍ବର: ବର୍ତ୍ତମାନ ସ୍ଥିତି ଅନୁଯାୟୀ ମଧ୍ୟମ ଧରଣର ବନ୍ୟା ବୋଲି କହି ପାରିବା ବୋଲି ସ୍ବତନ୍ତ୍ର ରିଲିଫ କମିଶନର କହିଛନ୍ତି। ପ୍ରବଳ ବନ୍ୟାକୁ ଏଡାଇ ପାଇଁ ପଦକ୍ଷେପ ନିଆଯାଉଛି । ତେଲ ନଦୀରେ ୫ ଲକ୍ଷ କ୍ୟୁସେକ ପାଣି ଆସୁଥିବାରୁ ହୀରାକୁଦର ୮ଟି ଗେଟ ବନ୍ଦ କରିଦିଆଯାଇଛି। ତେଣୁ ମୁଣ୍ଡଳୀ ଦେଇ ଆମେ ୧୧ ଲକ୍ଷ କ୍ୟୁସେକ ପାଣି ପାସ କରାଇବା ପାଇଁ ଚେଷ୍ଟା କରୁଛୁ । ହୀରାକୁଦରେ ୬୨୧ ଫୁଟ ପାଣି ରହିଛି । ଉପର ମୁଣ୍ଡରେ […]

ଭୁବନେଶ୍ବର: ବର୍ତ୍ତମାନ ସ୍ଥିତି ଅନୁଯାୟୀ ମଧ୍ୟମ ଧରଣର ବନ୍ୟା ବୋଲି କହି ପାରିବା ବୋଲି ସ୍ବତନ୍ତ୍ର ରିଲିଫ କମିଶନର କହିଛନ୍ତି। ପ୍ରବଳ ବନ୍ୟାକୁ ଏଡାଇ ପାଇଁ ପଦକ୍ଷେପ ନିଆଯାଉଛି । ତେଲ ନଦୀରେ ୫ ଲକ୍ଷ କ୍ୟୁସେକ ପାଣି ଆସୁଥିବାରୁ ହୀରାକୁଦର ୮ଟି ଗେଟ ବନ୍ଦ କରିଦିଆଯାଇଛି। ତେଣୁ ମୁଣ୍ଡଳୀ ଦେଇ ଆମେ ୧୧ ଲକ୍ଷ କ୍ୟୁସେକ ପାଣି ପାସ କରାଇବା ପାଇଁ ଚେଷ୍ଟା କରୁଛୁ । ହୀରାକୁଦରେ ୬୨୧ ଫୁଟ ପାଣି ରହିଛି । ଉପର ମୁଣ୍ଡରେ ବର୍ଷାରେ ହେଉଥିବାରୁ ଆହୁରି ଏହି ପାଣି ବଢ଼ିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି।

ଆହୁରି ପଢ଼ନ୍ତୁ:  INS ଚିଲିକାରେ ଆଉ ଜଣେ ଅଗ୍ନିବୀରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ବିଶେଷ କରି ମହାନଦୀ ସିଷ୍ଟମରେ ଅଧିକ ବର୍ଷା ରେକର୍ଡ କରାଯାଇଛି। ସବୁଠୁ ଅଧିକ ୭ ଟି ବ୍ଲକ ରେ ୨୦୦ ରୁ ଅଧିକ ମିମି ବର୍ଷା ରେକର୍ଡ କରାଯାଇଛି । ୧୩୨ ଟି ବ୍ଲକ ରେ ୫୦ ମିମି ରୁ ଅଧିକ ବର୍ଷା ହୋଇଛି । ହୀରାକୁଦକୁ ବନ୍ୟା ଜଳ ପ୍ରବେଶ ବଢିଛି । ଆସନ୍ତା କାଲି ପ୍ରାୟ ୯ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ଯାଇ ପାରେ । ତେଲ ନଦୀରେ ପାଖାପାଖି ୫ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ପାଣି ଆସି ପାରେ । ପ୍ରବଳ ବନ୍ୟା ହୋଇପାରେ। ହୀରାକୁଦର ୮ ଟି ଗେଟ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି ବୈଠକରେ। ଯାହା ଦ୍ୱାରା ହୀରାକୁଦରୁ ବନ୍ୟା ଜଳ ଛାଡିବା କମିଛି। ୧ ଲକ୍ଷ କ୍ୟୁସେକ ପାଣି ଆସିବା କମିଯିବ। ଜଳ ସମ୍ପଦ ବିଭାଗ ଚେଷ୍ଟା କରୁଛି ମୁଣ୍ଡଳୀ ନିକଟରେ ୧୧ ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରାଇବ। ଯଦି ସବୁ ପାଣି ଛଡ଼ାଯାଏ ତେବେ ସାଢ଼େ ୧୨ ଲକ୍ଷ କ୍ୟୁସେକ ପାଣି ହୋଇଯିବ। ମୁଣ୍ଡଳୀରେ ଏବେ ୯ ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରୁଛି। ଯାହା କି ଆସନ୍ତା କାଲି ୧୧ ଲକ୍ଷ କ୍ୟୁସେକ ରେ ପହଞ୍ଚିବ। ତେବେ ଏହାର ମୁକାବିଲା ଲାଗି ଯାହା ଟିମ ଗତକାଲି ନିୟୋଜିତ ହୋଇଥିଲେ । ତାହା ବାଦ ଓଡ୍ରାଫର ଆଉ ଏନଡ଼ିଆରଫ ୧୨ ଟି ଓ ଅଗ୍ନି ଶମ ବିଭାଗର ୨୦ ଟି ଟିମ ଅତିରିକ୍ତ ପଠାଯାଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏପ୍ରିଲ ୨୭ରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି

କେନ୍ଦ୍ରାପଡା,ଜଗତସିଂହପୁର, ପୁରୀ,ଖୋର୍ଦ୍ଧା ଓ କଟକ ଭଳି ଜିଲ୍ଲା ଅଧିକ ପ୍ରଭାବିତ ହେବ । ତେଣୁ ସ୍ଥାନୀୟ ପ୍ରଶାସନକୁ ଆଲର୍ଟ କରାଯାଇଛି । ଆସନ୍ତା ୧୮ ତାରିଖରେ ଆଉ ଏକ ଲଘୁଚାପ ଆସିବ । IMD DG ଙ୍କ ସହ ଆଲୋଚନା ହୋଇଛି । ତାହାର ଏତେ ପ୍ରଭାବ ରହିବ ନାହିଁ ବୋଲି ଏସଆରସି କହିଛନ୍ତି।

ଆହୁରି ପଢ଼ନ୍ତୁ: ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ କଳା ପତାକା ସହ ବାଙ୍କୀରେ ଜୋରଦାର ବିରୋଧ ପ୍ରଦର୍ଶନ

15 Aug 2022 By The Sakala

ପ୍ରବଳ ବନ୍ୟାକୁ ଏଡାଇବା ପାଇଁ ନିଆଯାଉଛି ସମସ୍ତ ପ୍ରକାର ପଦକ୍ଷେପ – ଏସଆରସି

ଭୁବନେଶ୍ବର: ବର୍ତ୍ତମାନ ସ୍ଥିତି ଅନୁଯାୟୀ ମଧ୍ୟମ ଧରଣର ବନ୍ୟା ବୋଲି କହି ପାରିବା ବୋଲି ସ୍ବତନ୍ତ୍ର ରିଲିଫ କମିଶନର କହିଛନ୍ତି। ପ୍ରବଳ ବନ୍ୟାକୁ ଏଡାଇ ପାଇଁ ପଦକ୍ଷେପ ନିଆଯାଉଛି । ତେଲ ନଦୀରେ ୫ ଲକ୍ଷ କ୍ୟୁସେକ ପାଣି ଆସୁଥିବାରୁ ହୀରାକୁଦର ୮ଟି ଗେଟ ବନ୍ଦ କରିଦିଆଯାଇଛି। ତେଣୁ ମୁଣ୍ଡଳୀ ଦେଇ ଆମେ ୧୧ ଲକ୍ଷ କ୍ୟୁସେକ ପାଣି ପାସ କରାଇବା ପାଇଁ ଚେଷ୍ଟା କରୁଛୁ । ହୀରାକୁଦରେ ୬୨୧ ଫୁଟ ପାଣି ରହିଛି । ଉପର ମୁଣ୍ଡରେ ବର୍ଷାରେ ହେଉଥିବାରୁ ଆହୁରି ଏହି ପାଣି ବଢ଼ିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ବିଶେଷ କରି ମହାନଦୀ ସିଷ୍ଟମରେ ଅଧିକ ବର୍ଷା ରେକର୍ଡ କରାଯାଇଛି। ସବୁଠୁ ଅଧିକ ୭ ଟି ବ୍ଲକ ରେ ୨୦୦ ରୁ ଅଧିକ ମିମି ବର୍ଷା ରେକର୍ଡ କରାଯାଇଛି । ୧୩୨ ଟି ବ୍ଲକ ରେ ୫୦ ମିମି ରୁ ଅଧିକ ବର୍ଷା ହୋଇଛି । ହୀରାକୁଦକୁ ବନ୍ୟା ଜଳ ପ୍ରବେଶ ବଢିଛି । ଆସନ୍ତା କାଲି ପ୍ରାୟ ୯ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ଯାଇ ପାରେ । ତେଲ ନଦୀରେ ପାଖାପାଖି ୫ ଲକ୍ଷ କ୍ୟୁସେକ ପର୍ଯ୍ୟନ୍ତ ପାଣି ଆସି ପାରେ । ପ୍ରବଳ ବନ୍ୟା ହୋଇପାରେ। ହୀରାକୁଦର ୮ ଟି ଗେଟ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି ବୈଠକରେ। ଯାହା ଦ୍ୱାରା ହୀରାକୁଦରୁ ବନ୍ୟା ଜଳ ଛାଡିବା କମିଛି। ୧ ଲକ୍ଷ କ୍ୟୁସେକ ପାଣି ଆସିବା କମିଯିବ। ଜଳ ସମ୍ପଦ ବିଭାଗ ଚେଷ୍ଟା କରୁଛି ମୁଣ୍ଡଳୀ ନିକଟରେ ୧୧ ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରାଇବ। ଯଦି ସବୁ ପାଣି ଛଡ଼ାଯାଏ ତେବେ ସାଢ଼େ ୧୨ ଲକ୍ଷ କ୍ୟୁସେକ ପାଣି ହୋଇଯିବ। ମୁଣ୍ଡଳୀରେ ଏବେ ୯ ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରୁଛି। ଯାହା କି ଆସନ୍ତା କାଲି ୧୧ ଲକ୍ଷ କ୍ୟୁସେକ ରେ ପହଞ୍ଚିବ। ତେବେ ଏହାର ମୁକାବିଲା ଲାଗି ଯାହା ଟିମ ଗତକାଲି ନିୟୋଜିତ ହୋଇଥିଲେ । ତାହା ବାଦ ଓଡ୍ରାଫର ଆଉ ଏନଡ଼ିଆରଫ ୧୨ ଟି ଓ ଅଗ୍ନି ଶମ ବିଭାଗର ୨୦ ଟି ଟିମ ଅତିରିକ୍ତ ପଠାଯାଇଛି ।

କେନ୍ଦ୍ରାପଡା,ଜଗତସିଂହପୁର, ପୁରୀ,ଖୋର୍ଦ୍ଧା ଓ କଟକ ଭଳି ଜିଲ୍ଲା ଅଧିକ ପ୍ରଭାବିତ ହେବ । ତେଣୁ ସ୍ଥାନୀୟ ପ୍ରଶାସନକୁ ଆଲର୍ଟ କରାଯାଇଛି । ଆସନ୍ତା ୧୮ ତାରିଖରେ ଆଉ ଏକ ଲଘୁଚାପ ଆସିବ । IMD DG ଙ୍କ ସହ ଆଲୋଚନା ହୋଇଛି । ତାହାର ଏତେ ପ୍ରଭାବ ରହିବ ନାହିଁ ବୋଲି ଏସଆରସି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର