ରାଜରାସ୍ତାରେ ଓଲିଉଡ ସେଲିବ୍ରିଟିଙ୍କ ହାଇଡ୍ରାମା ମାମଲା: ଥାନାରେ ଏତଲା ଦେଲେ ଅଭିନେତ୍ରୀ ପ୍ରକୃତିଙ୍କ ପରିବାର

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ରାଜରାସ୍ତାରେ ଓଲିଉଡ ସେଲିବ୍ରିଟିଙ୍କ ହାଇଡ୍ରାମା ପରେ ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତିଙ୍କ ପରିବାର । ଝିଅର ମାନହାନି ହୋଇଥିବା ନେଇ ଥାନାରେ ଏତଲା ଦେଲେ କଣ୍ଠଶିଳ୍ପୀ ମନ୍ମଥ ମିଶ୍ର । ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନରଙ୍କ ସହ କଥା ହୋଇଛନ୍ତି ପ୍ରକୃତି । ସେପଟେ ବାବୁସାନଙ୍କ ପତ୍ନୀ ମାନସିକ ରୋଗରେ ପୀଡିତ ଥିବା କହିଛନ୍ତି ପ୍ରକୃତିଙ୍କ ବାପା ତଥା ମନ୍ମଥ ମିଶ୍ର । ଆଜି ସକାଳୁ ଖୁଲମଖୁଲା ବିଚ୍‌ […]

ଭୁବନେଶ୍ୱର: ଭୁବନେଶ୍ୱର ରାଜରାସ୍ତାରେ ଓଲିଉଡ ସେଲିବ୍ରିଟିଙ୍କ ହାଇଡ୍ରାମା ପରେ ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତିଙ୍କ ପରିବାର । ଝିଅର ମାନହାନି ହୋଇଥିବା ନେଇ ଥାନାରେ ଏତଲା ଦେଲେ କଣ୍ଠଶିଳ୍ପୀ ମନ୍ମଥ ମିଶ୍ର । ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନରଙ୍କ ସହ କଥା ହୋଇଛନ୍ତି ପ୍ରକୃତି ।

ଆହୁରି ପଢ଼ନ୍ତୁ: ଆଜି ବାହୁଡ଼ିବେ ମହାବାହୁ: ମଧ୍ୟାହ୍ନ ୧୨ଟାରୁ ୨ଟା ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ଅପରାହ୍ଣ ୪ଟାରେ ରଥଟଣା

ସେପଟେ ବାବୁସାନଙ୍କ ପତ୍ନୀ ମାନସିକ ରୋଗରେ ପୀଡିତ ଥିବା କହିଛନ୍ତି ପ୍ରକୃତିଙ୍କ ବାପା ତଥା ମନ୍ମଥ ମିଶ୍ର । ଆଜି ସକାଳୁ ଖୁଲମଖୁଲା ବିଚ୍‌ ରାସ୍ତାରେ ପ୍ରକୃତିଙ୍କୁ ଦୁର୍ବ୍ୟବହାର କରିଥିଲେ ତୃପ୍ତି ।

ଆହୁରି ପଢ଼ନ୍ତୁ: ବାହୁଡ଼ିବେ ମହାବାହୁ; ରଥାରୁଢ଼ ହୋଇସାରିଲେଣି ବଳଭଦ୍ର ଏବଂ ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ

ସର୍ବସମ୍ମୁଖରେ ତାଙ୍କ ଚୁଟି ଟାଣି ଗାଡିରୁ ଘୋଷାଡି ଆଣିବା ସହ ଠେଲାପେଲା କରିଥିଲେ ତୃପ୍ତି । ଯାହା ବିରୋଧରେ ଅଭିଯୋଗ କରିଛନ୍ତି ପ୍ରକୃତି । ଜାଣିଶୁଣି ତୃପ୍ତି ଓ ତାଙ୍କ ବାପା ଶାରିରୀକ ଓ ମାନସିକ ନିର୍ଯାତନା ଦେଇଛନ୍ତି । ଲୋକ ଲଗାଇ ହଇରାଣ କରିଥିବା ସେ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଖୋଲିଲା ରେଙ୍ଗାଲି ଡ୍ୟାମ୍ ଗେଟ୍: ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ୪ ଜିଲ୍ଲାକୁ ସତର୍କ ସୂଚନା

ସେପଟେ ଏହି ଘଟଣାରେ ମୁହଁ ଖୋଲିଛନ୍ତି ପ୍ରତ୍ୟକ୍ଷଦର୍ଶୀ ସାଜିଥିବା ଖୋଦ୍‌ ବାବୁସାନ୍‌ । ଆଗାମୀ ଫିଲ୍ମ ‘ପ୍ରେମମ୍‌’ର ପ୍ରମୋସନ ପାଇଁ ଆଜି ସକାଳୁ ସେ ପ୍ରକୃତିଙ୍କ ସହ ଚେନ୍ନାଇ ଯିବାର ଥିଲା । ସେଥିପାଇଁ ପ୍ରକୃତିଙ୍କୁ ନେଇ ବିମାନ ବନ୍ଦର ଅଭିମୁଖେ ଯାଉଥିଲେ ବାବୁସାନ୍‌ । ହେଲେ ହଠାତ୍ ସ୍ତ୍ରୀ ସେଠାରେ ପହଞ୍ଚି ଅଚାନକ ହାଇଡ୍ରାମା କରିଥିବା କହିଛନ୍ତି ବାବୁସାନ୍‌ ।

23 Jul 2022 By The Sakala

ରାଜରାସ୍ତାରେ ଓଲିଉଡ ସେଲିବ୍ରିଟିଙ୍କ ହାଇଡ୍ରାମା ମାମଲା: ଥାନାରେ ଏତଲା ଦେଲେ ଅଭିନେତ୍ରୀ ପ୍ରକୃତିଙ୍କ ପରିବାର

ଭୁବନେଶ୍ୱର: ଭୁବନେଶ୍ୱର ରାଜରାସ୍ତାରେ ଓଲିଉଡ ସେଲିବ୍ରିଟିଙ୍କ ହାଇଡ୍ରାମା ପରେ ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତିଙ୍କ ପରିବାର । ଝିଅର ମାନହାନି ହୋଇଥିବା ନେଇ ଥାନାରେ ଏତଲା ଦେଲେ କଣ୍ଠଶିଳ୍ପୀ ମନ୍ମଥ ମିଶ୍ର । ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନରଙ୍କ ସହ କଥା ହୋଇଛନ୍ତି ପ୍ରକୃତି ।

ସେପଟେ ବାବୁସାନଙ୍କ ପତ୍ନୀ ମାନସିକ ରୋଗରେ ପୀଡିତ ଥିବା କହିଛନ୍ତି ପ୍ରକୃତିଙ୍କ ବାପା ତଥା ମନ୍ମଥ ମିଶ୍ର । ଆଜି ସକାଳୁ ଖୁଲମଖୁଲା ବିଚ୍‌ ରାସ୍ତାରେ ପ୍ରକୃତିଙ୍କୁ ଦୁର୍ବ୍ୟବହାର କରିଥିଲେ ତୃପ୍ତି ।

ସର୍ବସମ୍ମୁଖରେ ତାଙ୍କ ଚୁଟି ଟାଣି ଗାଡିରୁ ଘୋଷାଡି ଆଣିବା ସହ ଠେଲାପେଲା କରିଥିଲେ ତୃପ୍ତି । ଯାହା ବିରୋଧରେ ଅଭିଯୋଗ କରିଛନ୍ତି ପ୍ରକୃତି । ଜାଣିଶୁଣି ତୃପ୍ତି ଓ ତାଙ୍କ ବାପା ଶାରିରୀକ ଓ ମାନସିକ ନିର୍ଯାତନା ଦେଇଛନ୍ତି । ଲୋକ ଲଗାଇ ହଇରାଣ କରିଥିବା ସେ ଅଭିଯୋଗ କରିଛନ୍ତି ।

ସେପଟେ ଏହି ଘଟଣାରେ ମୁହଁ ଖୋଲିଛନ୍ତି ପ୍ରତ୍ୟକ୍ଷଦର୍ଶୀ ସାଜିଥିବା ଖୋଦ୍‌ ବାବୁସାନ୍‌ । ଆଗାମୀ ଫିଲ୍ମ ‘ପ୍ରେମମ୍‌’ର ପ୍ରମୋସନ ପାଇଁ ଆଜି ସକାଳୁ ସେ ପ୍ରକୃତିଙ୍କ ସହ ଚେନ୍ନାଇ ଯିବାର ଥିଲା । ସେଥିପାଇଁ ପ୍ରକୃତିଙ୍କୁ ନେଇ ବିମାନ ବନ୍ଦର ଅଭିମୁଖେ ଯାଉଥିଲେ ବାବୁସାନ୍‌ । ହେଲେ ହଠାତ୍ ସ୍ତ୍ରୀ ସେଠାରେ ପହଞ୍ଚି ଅଚାନକ ହାଇଡ୍ରାମା କରିଥିବା କହିଛନ୍ତି ବାବୁସାନ୍‌ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର