ହଜିଗଲା ମାନବିକତା; ସମ୍ପତ୍ତି ପାଇଁ ଦୁଇ ପୁଅ ଦେଉଛନ୍ତି ବାପାକୁ ନିର୍ଯାତନା

The Sakala Picture
Published On

ବାଲିଅନ୍ତା: ରାଜଧାନୀ ଉପକଣ୍ଠ ବେଣୁପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ତାଙ୍କର ଦୁଇ ପୁଅ ଏବଂ ବୋହୂ ଘର ଭିତରେ ମାଡ଼ ମାରିବା ସହିତ ଖାଇବାକୁ ଦେଉ ନ ଥିବା ସମ୍ପର୍କରେ ବାଲିଅନ୍ତା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବେଣୁପୁର ଗ୍ରାମର କାଶୀନାଥ ପଲେଇ (ବୟସ- ୫୭) ଓପିଟିସିଏଲରେ କେଶୁରା ଗ୍ରୀଡ଼ରେ ଲାଇନମ୍ୟାନ ଭାବରେ କାର୍ଯ୍ୟ କରୁଛନ୍ତି। କାଶୀନାଥଙ୍କର ଦୁଇପୁଅ ଥିବା ବେଳେ ସେମାନେ ବିବାହିତ। କାଶୀନାଥ ତାଙ୍କର ସ୍ୱଳ୍ପ ରୋଜଗାରରେ ପକ୍କାଘର କରିବା ସହିତ ପିଲାମାନଙ୍କୁ […]

ବାଲିଅନ୍ତା: ରାଜଧାନୀ ଉପକଣ୍ଠ ବେଣୁପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ତାଙ୍କର ଦୁଇ ପୁଅ ଏବଂ ବୋହୂ ଘର ଭିତରେ ମାଡ଼ ମାରିବା ସହିତ ଖାଇବାକୁ ଦେଉ ନ ଥିବା ସମ୍ପର୍କରେ ବାଲିଅନ୍ତା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବେଣୁପୁର ଗ୍ରାମର କାଶୀନାଥ ପଲେଇ (ବୟସ- ୫୭) ଓପିଟିସିଏଲରେ କେଶୁରା ଗ୍ରୀଡ଼ରେ ଲାଇନମ୍ୟାନ ଭାବରେ କାର୍ଯ୍ୟ କରୁଛନ୍ତି। କାଶୀନାଥଙ୍କର ଦୁଇପୁଅ ଥିବା ବେଳେ ସେମାନେ ବିବାହିତ। କାଶୀନାଥ ତାଙ୍କର ସ୍ୱଳ୍ପ ରୋଜଗାରରେ ପକ୍କାଘର କରିବା ସହିତ ପିଲାମାନଙ୍କୁ ପାଠପଢ଼ାଇ ମଣିଷ କରି ଦୁଇ ପୁଅଙ୍କର ବିଭାଘର ମଧ୍ୟ କରାଇଛନ୍ତି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

କାଶୀନାଥଙ୍କ ଅଭିଯୋଗ ଅନୁଯାୟୀ, ବଡ଼ପୁଅର ବାହାଘର ପରେ ଘରକୁ ବୋହୂ ଆସିଲା ପରେ ଆରମ୍ଭ ହୋଇଛି ବିଶୃଙ୍ଖଳା। ଏପରିକି ତାଙ୍କର ବଡ଼ ପୁଅ କେଶବ ପଲେଇ ଓ ବୋହୂ କାଶୀନାଥଙ୍କ ଗୋଡ଼ ହାତ ବାନ୍ଧି ମାଡ଼ ମାରିବା ସହିତ ଖାଇବାକୁ ଦିଅନ୍ତି ନାହିଁ। ଶ୍ରୀ ପଲେଇ ସବୁଦିନ ନିଜର ଅଫିସ କାର୍ଯ୍ୟ ସାରି ବାହାରେ ଖାଦ୍ୟ ଖାଇ ଘରକୁ ବିଶ୍ରାମ ନେବା ପାଇଁ ଅସନ୍ତି। ସାନ ପୁଅଟିର ବିଭାଘର ପରେ ସେ ମଧ୍ୟ୍ୟ ବଡ଼ ଭାଇ ସାଙ୍ଗରେ ମିଶି ବାପାକୁ ନିର୍ଯାତନା ଦବାକୁ ପଛାଇଲାନି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

କାଶୀନାଥ ପଲେଇଙ୍କୁ ଦୁଇ ପୁଅ ଖାଇବାକୁ ନ ଦେବା ସହିତ ନିର୍ଯାତନା ଦେବାର ମୁଖ୍ୟ ଉଦ୍ଦେଶ୍ୟ ତାଙ୍କର ଚାକିର ସମୟର ଇପିଏଫ, ଏଲଆଇସି ଓ ଘରବାରି ଜାଗା। ଜାଗାବାଡ଼ି ଓ ଟଙ୍କା ଦୁଇପୁଅଙ୍କ ନାମରେ କରିବା ସହିତ ବେପାର କରିବା ପାଇଁ ୧୫ ଲକ୍ଷ ଟଙ୍କା ଦେବା ପାଇଁ ଜିଦ କରି ତାଙ୍କ ଉପରେ ପୁଅମାନେ ଏଭଳି ବାରମ୍ବାର ଆକ୍ରମଣ କରୁଥିବା କାଶୀନାଥ ଅଭିଯୋଗ କରିଛନ୍ତି। ଗତକାଲି ରାତି ୧୦.୩୦ ମିନିଟ୍ ସମୟରେ କାଶୀନାଥ ବର୍ଷାରେ ଓଦା ହୋଇ ବାହାରୁ ଖାଇ ଘରେ କବାଟ ଦେଇ ଶୋଇଥିଲେ, ହଠାତ୍ ଭୋର ସମୟରେ ତାଙ୍କୁ ପରିସ୍ରା ମାଡ଼ିବାରୁ ସେ ଯେତବେଳେ କବାଟ ଖୋଲିବାକୁ ଚେଷ୍ଟାକରନ୍ତି , କବାଟ ଖୋଲି ନ ଥିଲା, ସେ ବାରମ୍ବାର ଡାକ ପକାଇଥିଲେ , କିନ୍ତୁ କେହି ଖୋଲିନଥିଲେ, ବାଧ୍ୟ ହୋଇ ସେ ସେଇ ଘରେ ପରିସ୍ରା କରିଥିଲେ। କିଛି ସମୟ ପରେ ବଡ଼ପୁଅ କେଶବ, ସାନପୁଅ ତ୍ରିଲୋଚନ, ଦୁଇବୋହୂ ଶ୍ରୀ ପଲେଇଙ୍କୁ କାଠ ଫାଳିଆରେ ମାଡ଼ ମାରିବା ସହିତ, ଖାଲି କାଗଜରେ ଦସ୍ତଖତ କରିବା ପାଇଁ ବାଧ୍ୟ କରିଥିଲେ, ଏଥିରେ ଜଦି ରାଜି ନ ହେବୁ ତହେଲେ ତତେ ଆମେ ସମସ୍ତେ ମିଶି ବାଡ଼େଇ ବାଡ଼େଇ ମାରି ଫ୍ୟାନରେ ଟାଙ୍ଗିଦେବୁ। ଶ୍ରୀ ପଲେଇ କୌଶଳକ୍ରମେ ସେଠାରୁ ଖସିଆଶି ବାଲିଅନ୍ତା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

10 Jul 2022 By The Sakala

ହଜିଗଲା ମାନବିକତା; ସମ୍ପତ୍ତି ପାଇଁ ଦୁଇ ପୁଅ ଦେଉଛନ୍ତି ବାପାକୁ ନିର୍ଯାତନା

ବାଲିଅନ୍ତା: ରାଜଧାନୀ ଉପକଣ୍ଠ ବେଣୁପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ତାଙ୍କର ଦୁଇ ପୁଅ ଏବଂ ବୋହୂ ଘର ଭିତରେ ମାଡ଼ ମାରିବା ସହିତ ଖାଇବାକୁ ଦେଉ ନ ଥିବା ସମ୍ପର୍କରେ ବାଲିଅନ୍ତା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବେଣୁପୁର ଗ୍ରାମର କାଶୀନାଥ ପଲେଇ (ବୟସ- ୫୭) ଓପିଟିସିଏଲରେ କେଶୁରା ଗ୍ରୀଡ଼ରେ ଲାଇନମ୍ୟାନ ଭାବରେ କାର୍ଯ୍ୟ କରୁଛନ୍ତି। କାଶୀନାଥଙ୍କର ଦୁଇପୁଅ ଥିବା ବେଳେ ସେମାନେ ବିବାହିତ। କାଶୀନାଥ ତାଙ୍କର ସ୍ୱଳ୍ପ ରୋଜଗାରରେ ପକ୍କାଘର କରିବା ସହିତ ପିଲାମାନଙ୍କୁ ପାଠପଢ଼ାଇ ମଣିଷ କରି ଦୁଇ ପୁଅଙ୍କର ବିଭାଘର ମଧ୍ୟ କରାଇଛନ୍ତି।

କାଶୀନାଥଙ୍କ ଅଭିଯୋଗ ଅନୁଯାୟୀ, ବଡ଼ପୁଅର ବାହାଘର ପରେ ଘରକୁ ବୋହୂ ଆସିଲା ପରେ ଆରମ୍ଭ ହୋଇଛି ବିଶୃଙ୍ଖଳା। ଏପରିକି ତାଙ୍କର ବଡ଼ ପୁଅ କେଶବ ପଲେଇ ଓ ବୋହୂ କାଶୀନାଥଙ୍କ ଗୋଡ଼ ହାତ ବାନ୍ଧି ମାଡ଼ ମାରିବା ସହିତ ଖାଇବାକୁ ଦିଅନ୍ତି ନାହିଁ। ଶ୍ରୀ ପଲେଇ ସବୁଦିନ ନିଜର ଅଫିସ କାର୍ଯ୍ୟ ସାରି ବାହାରେ ଖାଦ୍ୟ ଖାଇ ଘରକୁ ବିଶ୍ରାମ ନେବା ପାଇଁ ଅସନ୍ତି। ସାନ ପୁଅଟିର ବିଭାଘର ପରେ ସେ ମଧ୍ୟ୍ୟ ବଡ଼ ଭାଇ ସାଙ୍ଗରେ ମିଶି ବାପାକୁ ନିର୍ଯାତନା ଦବାକୁ ପଛାଇଲାନି।

କାଶୀନାଥ ପଲେଇଙ୍କୁ ଦୁଇ ପୁଅ ଖାଇବାକୁ ନ ଦେବା ସହିତ ନିର୍ଯାତନା ଦେବାର ମୁଖ୍ୟ ଉଦ୍ଦେଶ୍ୟ ତାଙ୍କର ଚାକିର ସମୟର ଇପିଏଫ, ଏଲଆଇସି ଓ ଘରବାରି ଜାଗା। ଜାଗାବାଡ଼ି ଓ ଟଙ୍କା ଦୁଇପୁଅଙ୍କ ନାମରେ କରିବା ସହିତ ବେପାର କରିବା ପାଇଁ ୧୫ ଲକ୍ଷ ଟଙ୍କା ଦେବା ପାଇଁ ଜିଦ କରି ତାଙ୍କ ଉପରେ ପୁଅମାନେ ଏଭଳି ବାରମ୍ବାର ଆକ୍ରମଣ କରୁଥିବା କାଶୀନାଥ ଅଭିଯୋଗ କରିଛନ୍ତି। ଗତକାଲି ରାତି ୧୦.୩୦ ମିନିଟ୍ ସମୟରେ କାଶୀନାଥ ବର୍ଷାରେ ଓଦା ହୋଇ ବାହାରୁ ଖାଇ ଘରେ କବାଟ ଦେଇ ଶୋଇଥିଲେ, ହଠାତ୍ ଭୋର ସମୟରେ ତାଙ୍କୁ ପରିସ୍ରା ମାଡ଼ିବାରୁ ସେ ଯେତବେଳେ କବାଟ ଖୋଲିବାକୁ ଚେଷ୍ଟାକରନ୍ତି , କବାଟ ଖୋଲି ନ ଥିଲା, ସେ ବାରମ୍ବାର ଡାକ ପକାଇଥିଲେ , କିନ୍ତୁ କେହି ଖୋଲିନଥିଲେ, ବାଧ୍ୟ ହୋଇ ସେ ସେଇ ଘରେ ପରିସ୍ରା କରିଥିଲେ। କିଛି ସମୟ ପରେ ବଡ଼ପୁଅ କେଶବ, ସାନପୁଅ ତ୍ରିଲୋଚନ, ଦୁଇବୋହୂ ଶ୍ରୀ ପଲେଇଙ୍କୁ କାଠ ଫାଳିଆରେ ମାଡ଼ ମାରିବା ସହିତ, ଖାଲି କାଗଜରେ ଦସ୍ତଖତ କରିବା ପାଇଁ ବାଧ୍ୟ କରିଥିଲେ, ଏଥିରେ ଜଦି ରାଜି ନ ହେବୁ ତହେଲେ ତତେ ଆମେ ସମସ୍ତେ ମିଶି ବାଡ଼େଇ ବାଡ଼େଇ ମାରି ଫ୍ୟାନରେ ଟାଙ୍ଗିଦେବୁ। ଶ୍ରୀ ପଲେଇ କୌଶଳକ୍ରମେ ସେଠାରୁ ଖସିଆଶି ବାଲିଅନ୍ତା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

https://www.thesakala.in/latest-odisha-news/sons-torturing-their-father-for-property/article-13173
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର