କ୍ୟାପିଟାଲ୍ ହସ୍ପିଟାଲକୁ ବଡ ସଫଳତା: ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ସ୍ୱଚ୍ଛତା ଓ ଗୁଣବତ୍ତାକୁ ୪ ଷ୍ଟାର ମାନ୍ୟତା

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ମିଳିଛି ବଡ ସଫଳତା। ସେଠାରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ସ୍ୱଚ୍ଛତା ଓ ଗୁଣବତ୍ତାକୁ ୪ ଷ୍ଟାର ମାନ୍ୟତା ମିଳିଛି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ଗୁଣବତ୍ତା ନିରୀକ୍ଷଣ କର୍ତୃପକ୍ଷ (ଏଫଏସଏସଏଆଇ) ଏହି ମାନ୍ୟତା ଦେଇଛି। ଖାଦ୍ୟର ଗୁଣବତ୍ତା ପରୀକ୍ଷଣ ଓ ମାନ୍ୟତା ଦେବା ଲାଗି ଏହି ପ୍ରକ୍ରିୟା ଜାରି ରହିଛି। ସ୍ୱଚ୍ଛତା ରକ୍ଷା ସହ ରୋଗୀଙ୍କୁ ସୁରକ୍ଷିତ ଓ ପୌଷ୍ଟିକ ଆହାର ଯୋଗାଇବାରେ କ୍ୟାପିଟାଲ ହସ୍ପିଟାଲକୁ ଏହି ମାନ୍ୟତା ମିଳିଛି। କ୍ୟାପିଟାଲ […]

ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ମିଳିଛି ବଡ ସଫଳତା। ସେଠାରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ସ୍ୱଚ୍ଛତା ଓ ଗୁଣବତ୍ତାକୁ ୪ ଷ୍ଟାର ମାନ୍ୟତା ମିଳିଛି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ଗୁଣବତ୍ତା ନିରୀକ୍ଷଣ କର୍ତୃପକ୍ଷ (ଏଫଏସଏସଏଆଇ) ଏହି ମାନ୍ୟତା ଦେଇଛି। ଖାଦ୍ୟର ଗୁଣବତ୍ତା ପରୀକ୍ଷଣ ଓ ମାନ୍ୟତା ଦେବା ଲାଗି ଏହି ପ୍ରକ୍ରିୟା ଜାରି ରହିଛି। ସ୍ୱଚ୍ଛତା ରକ୍ଷା ସହ ରୋଗୀଙ୍କୁ ସୁରକ୍ଷିତ ଓ ପୌଷ୍ଟିକ ଆହାର ଯୋଗାଇବାରେ କ୍ୟାପିଟାଲ ହସ୍ପିଟାଲକୁ ଏହି ମାନ୍ୟତା ମିଳିଛି।

ଆହୁରି ପଢ଼ନ୍ତୁ: ଖଣ୍ଡଗିରି ଓଭରବ୍ରିଜ୍‌ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବସ୍ ଧକ୍କାରେ ବାପା ମୃତ, ପୁଅ ଗୁରୁତର

କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ, ଏଫଏସଏସଏଆଇ ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିବା ପରେ କେତେକ ନିର୍ଦ୍ଦିଷ୍ଟ ମାନକ ପୂରଣ ହୋଇଥିବାରୁ ‘ଇଟ ରାଇଟ’ ମାନ୍ୟତା ମିଳିଛି। ସେ କହିଛନ୍ତି ଯେ ରୋଗୀମାନଙ୍କର ଖାଦ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଫଳତା ନେଇ ଟ୍ୱିଟ ଜରିଆରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ କ୍ୟାପିଟାଲ ହସ୍ପିଟାଲକୁ ଶୁଭେଚ୍ଛା ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସୂଚନା ଅନୁଯାୟୀ, ରାଜ୍ୟର ପ୍ରଥମ ଜେଲ ଭାବେ ଭୁବନେଶ୍ୱର ଝାରପଡା ଜେଲକୁ ‘ଇଟ ରାଇଟ’ ମାନ୍ୟତା ମିଳିସାରିଛି।

10 May 2022 By The Sakala

କ୍ୟାପିଟାଲ୍ ହସ୍ପିଟାଲକୁ ବଡ ସଫଳତା: ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ସ୍ୱଚ୍ଛତା ଓ ଗୁଣବତ୍ତାକୁ ୪ ଷ୍ଟାର ମାନ୍ୟତା

ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ମିଳିଛି ବଡ ସଫଳତା। ସେଠାରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟର ସ୍ୱଚ୍ଛତା ଓ ଗୁଣବତ୍ତାକୁ ୪ ଷ୍ଟାର ମାନ୍ୟତା ମିଳିଛି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ଗୁଣବତ୍ତା ନିରୀକ୍ଷଣ କର୍ତୃପକ୍ଷ (ଏଫଏସଏସଏଆଇ) ଏହି ମାନ୍ୟତା ଦେଇଛି। ଖାଦ୍ୟର ଗୁଣବତ୍ତା ପରୀକ୍ଷଣ ଓ ମାନ୍ୟତା ଦେବା ଲାଗି ଏହି ପ୍ରକ୍ରିୟା ଜାରି ରହିଛି। ସ୍ୱଚ୍ଛତା ରକ୍ଷା ସହ ରୋଗୀଙ୍କୁ ସୁରକ୍ଷିତ ଓ ପୌଷ୍ଟିକ ଆହାର ଯୋଗାଇବାରେ କ୍ୟାପିଟାଲ ହସ୍ପିଟାଲକୁ ଏହି ମାନ୍ୟତା ମିଳିଛି।

କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ, ଏଫଏସଏସଏଆଇ ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିବା ପରେ କେତେକ ନିର୍ଦ୍ଦିଷ୍ଟ ମାନକ ପୂରଣ ହୋଇଥିବାରୁ ‘ଇଟ ରାଇଟ’ ମାନ୍ୟତା ମିଳିଛି। ସେ କହିଛନ୍ତି ଯେ ରୋଗୀମାନଙ୍କର ଖାଦ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଫଳତା ନେଇ ଟ୍ୱିଟ ଜରିଆରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ କ୍ୟାପିଟାଲ ହସ୍ପିଟାଲକୁ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନା ଅନୁଯାୟୀ, ରାଜ୍ୟର ପ୍ରଥମ ଜେଲ ଭାବେ ଭୁବନେଶ୍ୱର ଝାରପଡା ଜେଲକୁ ‘ଇଟ ରାଇଟ’ ମାନ୍ୟତା ମିଳିସାରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର