ରାଜ୍ୟରେ ବନ୍ୟା ସ୍ଥିତି ଜାରି, ଆଉ ୪ରୁ ୫ ଦିନ ଲାଗି ରହିବ ଜଳବନ୍ଦୀ ପରିସ୍ଥିତି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ମଧ୍ୟମ ଧରଣର ବନ୍ୟା । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ସେ କହିଛନ୍ତି କି, ବ୍ରାହ୍ମଣୀ ଓ ବୈତରଣୀରେ ବନ୍ୟା ସ୍ଥିତି ଜାରି ରହିଥିବାବେଳେ ରାଜ୍ୟରେ ଆଉ ୪ରୁ ୫ ଦିନ ଲାଗି ରହିବ ଜଳବନ୍ଦୀ ପରିସ୍ଥିତି । ବର୍ଷା କମିଥିବାରୁ ଯାଜପୁର, ଭଦ୍ରକରେ ନଦୀର ଜଳସ୍ତର କମୁଛି । ହେଲେ ପୁଣି ବର୍ଷା ହେଲେ ବନ୍ୟା ସ୍ଥିତି ବିଗିଡିପାରେ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । 

ଆହୁରି ପଢ଼ନ୍ତୁ: ଆଜିଠୁ ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି, ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ SOP ଅନୁଯାୟୀ ଗଣତି

ତେବେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ସ୍ଥିତି ଉଦ୍‌ବେଗଜନକ ହେବାରେ ଲାଗିଛି। ସୋମବାର ସୁଦ୍ଧା ଅଧିକାଂଶ ନଦୀ ବିପଦ ସଙ୍କେତ ଉପରେ ବା ପାଖାପାଖି ପ୍ରବାହିତ ହେଉଛି। ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦୁଝର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ହଜାର ହଜାର ହେକ୍ଟର ଚାଷଜମି, ରାସ୍ତାଘାଟ ଏବଂ ଗାଁଗୁଡ଼ିକ ଏବେ ଜଳମଗ୍ନ ହୋଇଯାଇଛି। ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ସାମ୍ବାଦିକଙ୍କ ପାଇଁ ଖୁସି ଖବର: ଆୟୁଷ୍ମାନ ଭାରତ ସହ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା

ବାଲେଶ୍ୱର ଜିଲ୍ଲାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ସକାଳ ୬ଟା ପରେ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପଟେ ଜଳକା ନଦୀ ମଥାନି ଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଏହା ୬.୫୨ ମିଟରରେ ପ୍ରବାହିତ ହେଉଛି। ଏହା ଫଳରେ ବସ୍ତା ଏବଂ ବାଲେଶ୍ୱର ସଦର ବ୍ଲକର ଶତାଧିକ ଗାଁ ପ୍ରଭାବିତ ହୋଇଛି। ବସ୍ତା ଅଞ୍ଚଳର ବାସୁଚକୁରାଇ ପଞ୍ଚାୟତରେ ପାଖାପାଖି ୧୦୦ ଘରେ ବନ୍ୟାଜଳ ପଶିଯାଇଛି। ଦେବଗିରି ପାହାଡ଼ରୁ ପ୍ରବଳ ଜଳ ଆସୁଥିବାରୁ ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ପୀଠକୁ ବନ୍ଦ କରାଯାଇଛି ଏବଂ ସେଠାରେ ୪ ଜଣ ପୂଜକ ଓ କର୍ମଚାରୀ ଫସି ରହିଛନ୍ତି। ଏହାସହ ବୁଢ଼ାବଳଙ୍ଗ ନଦୀ ମଧ୍ୟ ବିପଦ ସଙ୍କେତ ଆଡ଼କୁ ମୁହାଁଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଭଦ୍ରକ ଜିଲ୍ଲାର ରାଜଘାଟ ନିକଟରେ ସାଳନ୍ଦୀ ନଦୀ ବିପଦ ସଙ୍କେତ ୧୭ ଫୁଟ୍ ପାର୍ କରି ୧୭.୭୦ ଫୁଟ୍ରେ ପ୍ରବାହିତ ହେଉଛି। ଆଖୁଆପଦା ନିକଟରେ ବୈତରଣୀ ଏବଂ ସାଳନ୍ଦୀ ଉଭୟ ନଦୀ ବିପଦ ସଙ୍କେତ ଉପରେ ରହିଛି, ଯାହା ଫଳରେ ଭଣ୍ଡାରିପୋଖରୀ ଏବଂ ଧାମନଗର ବ୍ଲକର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ଶ୍ରାବଣ ସୋମବାର ଥିବାରୁ ପ୍ରସିଦ୍ଧ ଆଖଣ୍ଡଳମଣି ପୀଠକୁ ରାସ୍ତା ଉପରେ ପାଣି ଚାଲୁଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେହିପରି କେନ୍ଦୁଝରର ପାଟଣା ଠାରେ ବୈତରଣୀ ନଦୀ ବିପଦ ସଙ୍କେତ ୩୧୧.୧୦ ମିଟର ଅତିକ୍ରମ କରି ୩୧୧.୨୨ ମିଟରରେ ପ୍ରବାହିତ ହେଉଛି। ଏହା ବ୍ୟତୀତ ବୈତରଣୀର ବନ୍ୟା ଜଳ ଯୋଗୁଁ ଭଦ୍ରକ ଓ ଯାଜପୁରର ପ୍ରାୟ ୫୦ଟି ପଞ୍ଚାୟତ ପାଣି ଘେରରେ ରହିଛି।

ପଶ୍ଚିମ ଏବଂ ମଧ୍ୟ ଓଡ଼ିଶାରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ ୧୭ଟି ପରିବାର ଜଳବନ୍ଦୀ ହୋଇ ନିରାପଦ ସ୍ଥାନ ଓ ରାସ୍ତା ଉପରେ ଆଶ୍ରୟ ନେଇଛନ୍ତି। ଢେଙ୍କାନାଳର କାମାକ୍ଷାନଗର ଠାରେ ବ୍ରାହ୍ମଣୀ ନଦୀର ଏକ ଦ୍ୱୀପରେ ଫସି ରହିଥିବା ୬୦ରୁ ଅଧିକ ଗୋରୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ରାଜ୍ୟ ପ୍ରଶାସନ ପକ୍ଷରୁ ବନ୍ୟା ସ୍ଥିତି ଉପରେ କଡ଼ା ନଜର ରଖାଯିବା ସହ ବିଭିନ୍ନ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର