ସ୍ମାର୍ଟ ମିଟର ଲଗାଇ ରାଜ୍ୟବାସୀଙ୍କୁ ଶୋଷଣ କରୁଛନ୍ତି ସରକାର: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ପୂର୍ବ ବିଜେଡି ସରକାର ଶକ୍ତି ବିତରଣ କ୍ଷେତ୍ରରେ ଅନେକ ଭିତ୍ତିଭୂମି ସଜାଡିଥିଲେ। ଓଇଆରସିର ନିର୍ଦ୍ଦେଶ (ଭେଷ୍ଟିଂ ଅର୍ଡର) ମୁତାବକ ବିତରକ କମ୍ପାନୀଗୁନିକ ଓଡ଼ିଶାରେ ବିଜୁଳି ଶକ୍ତି ଭିତ୍ତିଭୂମିର ବିକାଶ କରିବା ପାଇଁ ୫ ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରିବାର ଥିଲା। ବର୍ତ୍ତମାନ ସୁଦ୍ଧା ବିତରକ କମ୍ପାନୀ ଭିତ୍ତିଭୂମିର ବିକାଶ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛି, ସେ ବାବଦରେ ସିଏଜି ଅଡିଟ୍‌ କରିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛି ବିଜେଡି। 

ଆହୁରି ପଢ଼ନ୍ତୁ: ବର୍ଷାରେ ଭିଜିବ ଓଡ଼ିଶା, ଅଗଷ୍ଟ ୧୦ ଯାଏଁ ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ. ଅରୁଣ ସାହୁ କହିଛନ୍ତି ଯେ ସ୍ମାର୍ଟ ମିଟର ପାଇଁ ରାଜ୍ୟ ସରକାର ୭୩୫ କୋଟି ଟଙ୍କା ବ୍ୟୟ କରିଛନ୍ତି।  ପୂର୍ବରୁ କମ୍ପାନୀ ଦ୍ୱାରା ସ୍ଥାପିତ ହୋଇଥିବା ସ୍ମାର୍ଟ ମିଟରର ଖର୍ଚ୍ଚ ସରକାର ବହନ କଲେ ମଧ୍ୟ ଆଦାୟ କରାଯାଇଥିବା ଭଡା (ମିଟର ରେଣ୍ଟ୍‌) ଉପଭୋକ୍ତାଙ୍କୁ ଫେରାଯାଉ ନାହିଁ କାହିଁକି? ଅନ୍ୟରାଜ୍ୟରେ ସ୍ମାର୍ଟ ମିଟରର ମୂଲ୍ୟ ୩ ହଜାର ଟଙ୍କାରୁ କମ୍‌ ଥିଲା ବେଳେ ଓଡ଼ିଶାରେ ଏହା ୩,୯୯୩ ଟଙ୍କା ବୋଲି ବିତରଣ କମ୍ପାନୀ ଦର୍ଶାଇଛି । ଗତ ମାର୍ଚ୍ଚ ୨୪ ତାରିଖରେ ୪ଟି ବିତରଣ କମ୍ପାନୀର ସିଏଜି ଅଡିଟ୍‌ ପାଇଁ ପଦକ୍ଷେପ ନେବାକୁ ଓଇଆରସି ପରାମର୍ଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନୀରବତା ସନ୍ଦେହ ସୃଷ୍ଟି କରୁଛି। ବିତରକ କମ୍ପାନୀ ମାନେ ନିଜସ୍ୱ ଅଡିଟ୍‌ ନ କରି ସିଏଜି ଅଡିଟ୍‌ କରିବା ପାଇଁ ଗତ ମେ’ ମାସରେ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ସିଏଜି ଅଡିଟ୍‌ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଡ. ସାହୁ ଦାବି କରିଛନ୍ତି। 

ଆହୁରି ପଢ଼ନ୍ତୁ: ବନ୍ୟା ପ୍ରଭାବିତ ଖୋର୍ଦ୍ଧା ଜିଲ୍ଲାର ଟିଙ୍କିପଡ଼ା ଗାଁ ପରିଦର୍ଶନ କଲେ ପୋଲିସ କମିଶନର, ଲୋକଙ୍କୁ ବାଣ୍ଟିଲେ ରିଲିଫ୍

ସେହିପରି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଥିଲେ ଯେ ପରିଚାଳନାଗତ ଖର୍ଚ୍ଚ ବୃଦ୍ଧି ବାହାନାରେ ବିତରକ କମ୍ପାନୀଗୁଡ଼ିକ ବିଜୁଳି ଦର ବୃଦ୍ଧି କରିବାକୁ ଓଇଆରସି ନିକଟରେ ଦାବି କରିଆସୁଛି। ଏସ୍‌ଏଚଜିମାନଙ୍କୁ ବାହାର କରି ଅଣଓଡ଼ିଆ ଏଜେନ୍ସି ଜରିଆରେ ମିଟର ରିଡିଙ୍ଗ୍‌, ବିଲିଂ, ବିଲ୍‌ ଆଦାୟ କରି ଏଥିରୁ ମଧ୍ୟ ଲାଭ ଗୋଟାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ଟନ୍ ଟନ୍ ଇଲିଶି, ୩୦ ଟନ୍‌ରୁ ଅଧିକ ମାଛ ଧରି ଦିଘା ମୁହାଣରେ ଲାଗିଲା ଟ୍ରଲର

10 Aug 2026 By Madhusudan Das

ସ୍ମାର୍ଟ ମିଟର ଲଗାଇ ରାଜ୍ୟବାସୀଙ୍କୁ ଶୋଷଣ କରୁଛନ୍ତି ସରକାର: ବିଜେଡି

ଭୁବନେଶ୍ୱର: ପୂର୍ବ ବିଜେଡି ସରକାର ଶକ୍ତି ବିତରଣ କ୍ଷେତ୍ରରେ ଅନେକ ଭିତ୍ତିଭୂମି ସଜାଡିଥିଲେ। ଓଇଆରସିର ନିର୍ଦ୍ଦେଶ (ଭେଷ୍ଟିଂ ଅର୍ଡର) ମୁତାବକ ବିତରକ କମ୍ପାନୀଗୁନିକ ଓଡ଼ିଶାରେ ବିଜୁଳି ଶକ୍ତି ଭିତ୍ତିଭୂମିର ବିକାଶ କରିବା ପାଇଁ ୫ ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ କରିବାର ଥିଲା। ବର୍ତ୍ତମାନ ସୁଦ୍ଧା ବିତରକ କମ୍ପାନୀ ଭିତ୍ତିଭୂମିର ବିକାଶ ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛି, ସେ ବାବଦରେ ସିଏଜି ଅଡିଟ୍‌ କରିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛି ବିଜେଡି। 

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ. ଅରୁଣ ସାହୁ କହିଛନ୍ତି ଯେ ସ୍ମାର୍ଟ ମିଟର ପାଇଁ ରାଜ୍ୟ ସରକାର ୭୩୫ କୋଟି ଟଙ୍କା ବ୍ୟୟ କରିଛନ୍ତି।  ପୂର୍ବରୁ କମ୍ପାନୀ ଦ୍ୱାରା ସ୍ଥାପିତ ହୋଇଥିବା ସ୍ମାର୍ଟ ମିଟରର ଖର୍ଚ୍ଚ ସରକାର ବହନ କଲେ ମଧ୍ୟ ଆଦାୟ କରାଯାଇଥିବା ଭଡା (ମିଟର ରେଣ୍ଟ୍‌) ଉପଭୋକ୍ତାଙ୍କୁ ଫେରାଯାଉ ନାହିଁ କାହିଁକି? ଅନ୍ୟରାଜ୍ୟରେ ସ୍ମାର୍ଟ ମିଟରର ମୂଲ୍ୟ ୩ ହଜାର ଟଙ୍କାରୁ କମ୍‌ ଥିଲା ବେଳେ ଓଡ଼ିଶାରେ ଏହା ୩,୯୯୩ ଟଙ୍କା ବୋଲି ବିତରଣ କମ୍ପାନୀ ଦର୍ଶାଇଛି । ଗତ ମାର୍ଚ୍ଚ ୨୪ ତାରିଖରେ ୪ଟି ବିତରଣ କମ୍ପାନୀର ସିଏଜି ଅଡିଟ୍‌ ପାଇଁ ପଦକ୍ଷେପ ନେବାକୁ ଓଇଆରସି ପରାମର୍ଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନୀରବତା ସନ୍ଦେହ ସୃଷ୍ଟି କରୁଛି। ବିତରକ କମ୍ପାନୀ ମାନେ ନିଜସ୍ୱ ଅଡିଟ୍‌ ନ କରି ସିଏଜି ଅଡିଟ୍‌ କରିବା ପାଇଁ ଗତ ମେ’ ମାସରେ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ସିଏଜି ଅଡିଟ୍‌ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଡ. ସାହୁ ଦାବି କରିଛନ୍ତି। 

ସେହିପରି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଥିଲେ ଯେ ପରିଚାଳନାଗତ ଖର୍ଚ୍ଚ ବୃଦ୍ଧି ବାହାନାରେ ବିତରକ କମ୍ପାନୀଗୁଡ଼ିକ ବିଜୁଳି ଦର ବୃଦ୍ଧି କରିବାକୁ ଓଇଆରସି ନିକଟରେ ଦାବି କରିଆସୁଛି। ଏସ୍‌ଏଚଜିମାନଙ୍କୁ ବାହାର କରି ଅଣଓଡ଼ିଆ ଏଜେନ୍ସି ଜରିଆରେ ମିଟର ରିଡିଙ୍ଗ୍‌, ବିଲିଂ, ବିଲ୍‌ ଆଦାୟ କରି ଏଥିରୁ ମଧ୍ୟ ଲାଭ ଗୋଟାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର