ସାରା ଭାରତରେ ଓଡ଼ିଶାର ପ୍ରଥମ ବ୍ୟବସ୍ଥା: ବିଦ୍ୟୁତ୍‍ଚାଳିତ ଗାଡ଼ିରେ ମିଳିବ ରିଆତି, ଯିବାକୁ ପଡ଼ିବନାହିଁ ଆରଟିଓ

The Sakala Picture
Published On

ଭୁବନେଶ୍ୱର: ଏଣିକି ବିଦ୍ୟୁତ ଚାଳିତ ଗାଡ଼ି କିଣିଲେ ସବ୍‍ସିଡି ଅର୍ଥ ପାଇବାରେ ସମସ୍ୟା ରହିବ ନାହିଁ। ଏଥିସହ ଗ୍ରାହକ, ଉତ୍ପାଦକ ମାନଙ୍କର ସମସ୍ତ ବିବରଣୀ ସରକାରଙ୍କ ନିକଟରେ ଉପଲବ୍ଧ ହେବ। ଆଜିଠାରୁ ସ୍ବତନ୍ତ୍ର ପୋର୍ଟାଲ ‘ଓଡ଼ିଶା ଟ୍ରାନ୍ସପୋର୍ଟ ଡଟ୍‍ ଜିଓଭି ଡଟ୍‍ ଆଇଏନ୍‍’ର ଶୁଭାରମ୍ଭ ହୋଇଛି। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ୱତନ୍ତ୍ର ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ସମଗ୍ର ଦେଶରେ ଏପରି ପୋର୍ଟାଲ କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ବୋଲି ପରିବହନ […]

ଭୁବନେଶ୍ୱର: ଏଣିକି ବିଦ୍ୟୁତ ଚାଳିତ ଗାଡ଼ି କିଣିଲେ ସବ୍‍ସିଡି ଅର୍ଥ ପାଇବାରେ ସମସ୍ୟା ରହିବ ନାହିଁ। ଏଥିସହ ଗ୍ରାହକ, ଉତ୍ପାଦକ ମାନଙ୍କର ସମସ୍ତ ବିବରଣୀ ସରକାରଙ୍କ ନିକଟରେ ଉପଲବ୍ଧ ହେବ। ଆଜିଠାରୁ ସ୍ବତନ୍ତ୍ର ପୋର୍ଟାଲ ‘ଓଡ଼ିଶା ଟ୍ରାନ୍ସପୋର୍ଟ ଡଟ୍‍ ଜିଓଭି ଡଟ୍‍ ଆଇଏନ୍‍’ର ଶୁଭାରମ୍ଭ ହୋଇଛି। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ୱତନ୍ତ୍ର ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ସମଗ୍ର ଦେଶରେ ଏପରି ପୋର୍ଟାଲ କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ‘ଓଡ଼ିଶା ଟ୍ରାନ୍ସପୋର୍ଟ ଡଟ୍‍ ଜିଓଭି ଡଟ୍‍ ଆଇଏନ୍‍’ ପୋର୍ଟାଲରେ ସବ୍‍ସିଡି ପାଇଁ ଆବେଦନ କରାଯାଇ ପାରିବ। ଏଥିପାଇଁ ଆରଟିଓ ଯିବା ଆବଶ୍ୟକ ନୁହେଁ। କାର୍ଯ୍ୟକାରୀ ହୋଇଥିବାରୁ ପ୍ରଥମ ଗ୍ରାହକ ଭାବେ ଆରଟିଓ-୨ରେ ପଞ୍ଜିକୃତ ହୋଇଥିବା ବିଦ୍ୟୁତ ଚାଳିତ ଗାଡ଼ି ମାଲିକ ତ୍ରିଲୋଚନ ବେହେରାଙ୍କୁ ପ୍ରଥମ ସବସିଡି ଅର୍ଥ ପ୍ରଦାନ କରାଯିବ। ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସବ୍‍ସିଡି ଅର୍ଥ ଯିବ। ସମସ୍ତ ଚାରି ଚକିଆ ଯାନକୁ ସବ୍‍ସିଡି ମିଳିବ। ତେବେ ଦୁଇ ଚକିଆ ଯାନ କ୍ଷେତ୍ରରେ ବ୍ୟାଟେରୀ ଉପରେ ସର୍ବନିମ୍ନ ତିନି ବର୍ଷର ୱାରେଣ୍ଟି ସହିତ ଆଉ କିଛି ସର୍ତ୍ତ ପୂରଣ କରିବାକୁ ହେବ। ଏହା ପୂର୍ବରୁ ରାଜ୍ୟ ସରକାର ବିଦ୍ୟୁତ ଚାଳିତ ଯାନ ଉପରୁ ପଞ୍ଜିକରଣ ଦେୟ ଛାଡ଼ କରିଛନ୍ତି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ବିଦ୍ୟୁତ ଚାଳିତ ଯାନକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଓଡ଼ିଶା ବିଦ୍ୟୁତ ଯାନ ନୀତି-୨୦୨୧ ନୀତି ପ୍ରଣୟନ କରିଛନ୍ତି। ବିଦ୍ୟୁତ ଚାଳିତ ଯାନ କିଣିବା, ଚାର୍ଜିଂ ଷ୍ଟେସନ୍‍ ଆଦି ସ୍ଥାପନ କରିବା ପାଇଁ ରାଜ୍ୟ ଇଭି ପାଣ୍ଠି ଗଠନ କରାଯାଇଛି। ଏହି ପାଣ୍ଠିରୁ ପ୍ରୋତ୍ସାହନ ରାଶି ଏବଂ ସବ୍‍ସିଡି ପ୍ରଦାନ କରାଯିବ। ଏଥିପାଇଁ ଫେବୃଆରୀ ମାସରେ ରାଜ୍ୟ ସରକାର ଇଭି ପାଣ୍ଠିକୁ ୫ କୋଟି ଟଙ୍କା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ବିଭାଗ ତୁରନ୍ତ ପୋର୍ଟାଲ ପ୍ରସ୍ତୁତ କରି ସବ୍‍ସିଡି ଅର୍ଥ ପ୍ରଦାନ ଆରମ୍ଭ ପାଇଁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପ୍ରକ୍ରିୟା ଦ୍ୱାରାନ୍ୱିତ କରାଯାଇ ପୋର୍ଟାଲ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଆଜି ଉଦ୍‍ଘାଟନ ହୋଇଛି। ଏହି ପୋର୍ଟାଲରେ ବିଦ୍ୟୁତ ଚାଳିତ ଗାଡ଼ି କ୍ରୟ ଓ ସବ୍‍ସିଡି ସମ୍ପର୍କିତ ସମସ୍ତ ତଥ୍ୟ ଉପଲବ୍ଧ ହେବ। ଗାଡ଼ି କିଣୁଥିବା ଲୋକଙ୍କୁ ଆରଟିଓଙ୍କ ଜରିଆରେ ସବ୍‍ସିଡି ଅର୍ଥ ପ୍ରଦାନ କରାଯିବ ବୋଲି କୁହାଯାଇଛି। ପଞ୍ଜିକୃତ ହୋଇଥିବା ଅବା ହେବାକୁ ଥିବା ଆରଟିଓ ସମ୍ପୃକ୍ତ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସବ୍‍ସିଡି ଅର୍ଥ ପଠାଇବେ। ରାଜ୍ୟରେ କେତେ ସଂଖ୍ୟକ ବିଦ୍ୟୁତ ଚାଳିତ ଯାନ ବିକ୍ରି ହେଉଛି ତାହାର ତଥ୍ୟ ଏକ ସ୍ୱତନ୍ତ୍ର ପୋର୍ଟାଲରେ ଉପଲବ୍ଧ ହେବ। ଏନ୍‍ଆଇସି/ଓକାକ୍‍ ସହାୟତାରେ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ୱେବ୍‍ସାଇଟ୍‍ ପ୍ରସ୍ତୁତ କରାଯିବ। ଏଥିରେ କେଉଁ ଗ୍ରାହକଙ୍କୁ ସବସିଡି ଅର୍ଥ ପ୍ରଦାନ କରାଯାଇଛି, ଗାଡ଼ି କିଣା ପାଇଁ ଋଣ ଉପରେ କେତେ ସବ୍‍ସିଡି ପ୍ରଦାନ କରାଯାଇଛି ତାହାର ସମ୍ପୂର୍ଣ୍ଣ ବିବରଣୀ ଏଥିରେ ଉପଲବ୍ଧ ହେବ।
ଇଭି କ୍ରୟ ଉପରେ ସବ୍‍ସିଡି ପ୍ରଦାନ ପାଇଁ ଜାନୁଆରୀ ୩୧ ତାରିଖରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଦୁଇ ଚକିଆ ଯାନ ଉପରେ ୧୫ ପ୍ରତିଶତ ଅବା ସର୍ବାଧିକ ୫ ହଜାର ଟଙ୍କା ସବ୍‍ସିଡି ମିଳିବ। ସେହିପରି ତିନି ଚକିଆ ଯାନ ଉପରେ ୧୦ ହଜାର ଟଙ୍କା ଏବଂ ଚାରି ଚକିଆ ଯାନ ଉପରେ ସର୍ବାଧିକ ୫୦ ହଜାର ଟଙ୍କା ରିଆତି ମିଳିବ।

ଗତବର୍ଷ ଅଗଷ୍ଟ ମାସରେ ରାଜ୍ୟ କ୍ୟାବିନେଟ୍‍ ଓଡ଼ିଶା ବିଦ୍ୟୁତ ଚାଳିତ ଯାନ ନୀତି-୨୦୨୧କୁ ଅନୁମୋଦନ ପ୍ରଦାନ କରିଥିଲା। ଡିସେମ୍ବର ୩୧, ୨୦୨୫ ପର୍ଯ୍ୟନ୍ତ ଗ୍ରାହକଙ୍କୁ ସବ୍‍ସିଡି ପ୍ରଦାନ କରାଯିବ। ଗତବର୍ଷ ସେପ୍ଟେମ୍ବର ୧ ତାରିଖ ଠାରୁ ସବ୍‍ସିଡି ନିୟମ ଲାଗୁ ହେବ।
ପୋର୍ଟାଲ ଉନ୍ମୋଚନ ଅବସରରେ ପରିବହନ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ପରିବହନ କମିଶନର ଅରୁଣ ବୋଥ୍ରା, ଆଇଟି ସଚିବ ମନୋଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

02 Apr 2022 By The Sakala

https://www.thesakala.in/latest-odisha-news/discounts-on-electric-vehicles-do-not-have-to-go-rto-office/article-10445
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର