ବାମେବାରୀ ଥାନା କନକନା ଗାଁରେ ଅଘଟଣ; ପିଚୁ କଡେଇରେ ପଡି ୩ଶିଶୁ ଗୁରୁତର

The Sakala Picture
Published On

କେନ୍ଦୁଝର: ପିଚୁ କଡେଇରେ ପଡ଼ି ୩ ଶିଶୁ ଗୁରୁତରଭାବେ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ କନକନା ଗାଁରେ । ରାସ୍ତା କାମ ପାଇଁ ଥିବା ପିଚୁ କଡେଇରେ ଅସାବଧାନତା ହେତୁ ୩ ଶିଶୁ ପଡ଼ିଯାଇଥିବା ଜଣାପଡିଛି । ସମସ୍ତ ଆହତ ଶିଶୁମାନଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସୂଚନା ଅନୁସାରେ , କନକନା ଗାଁର ରାସ୍ତା କାମ ଚାଲୁଥିଲା। […]

କେନ୍ଦୁଝର: ପିଚୁ କଡେଇରେ ପଡ଼ି ୩ ଶିଶୁ ଗୁରୁତରଭାବେ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ କନକନା ଗାଁରେ । ରାସ୍ତା କାମ ପାଇଁ ଥିବା ପିଚୁ କଡେଇରେ ଅସାବଧାନତା ହେତୁ ୩ ଶିଶୁ ପଡ଼ିଯାଇଥିବା ଜଣାପଡିଛି । ସମସ୍ତ ଆହତ ଶିଶୁମାନଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ଆହୁରି ପଢ଼ନ୍ତୁ: ଦୁର୍ବୁତ୍ତଙ୍କ ଉନ୍ମତ୍ତ କାଣ୍ଡ: ଦାଦାବଟି ମାଗିଲେ, ନଦେବାରୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ସୂଚନା ଅନୁସାରେ , କନକନା ଗାଁର ରାସ୍ତା କାମ ଚାଲୁଥିଲା। ଗତକାଲି ହୋଲି ପାଇଁ ରାସ୍ତା କାମ ବନ୍ଦ ଥିଲା। ଆଜି ସକାଳେ ରାସ୍ତାକଡ଼ରେ ଥିବା ପିଚୁକଡେଇ ନିକଟରେ କିଛି ପିଲା ଖେଳୁଥିଲେ। ଖେଳୁ ଖେଳୁ ଦୁଇ ଜଣ ପିଲା ଆସାବଧାନ କାରଣରୁ ପିଚୁକଡେଇରେ ପଡ଼ି ଯାଇଥିଲେ। ଆଉ ଜଣେ ଶିଶୁ ସେମାନଙ୍କୁ ଉଦ୍ଧାର କରି ସେ ମଧ୍ୟ ପଡ଼ିଯାଇଥିଲେ। ଗାଁ ଲୋକେ କିରୋସିନ ଢ଼ାଳି ପିଲାମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସୌଭାଗ୍ୟବଶତଃ ରାସ୍ତା କାମ ବନ୍ଦଥିବାରୁ ପିଚୁ କଡ଼େଇ ଗରମ ନଥିବାରୁ ପିଲାଙ୍କ ବିଶେଷ କ୍ଷୟକ୍ଷତି ହୋଇନାହିଁ ।

ଆହୁରି ପଢ଼ନ୍ତୁ: ଶିକ୍ଷା ବ୍ୟବସ୍ଥାର ଅବନତି ପାଇଁ ରାଜ୍ୟ ସରକାରଙ୍କର ତୋଗଲକି ନୀତି ଦାୟୀ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର