ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ୮ରୁ ଆବେଦନ, ୧୩ରେ ପ୍ରବେଶିକା ପରୀକ୍ଷା

The Sakala Picture
Published On

ଭୁବନେଶ୍ୱର: ସତ୍ୟବାଦୀରେ ପ୍ରତିଷ୍ଠା ହୋଇଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ତିନୋଟି ପାଠ୍ୟକ୍ରମରେ ୨୪ଲେଖାଏଁ ସିଟ୍‌‌ରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ୮ତାରିଖରୁ ଆରମ୍ଭ ହେବ। ଜୁଲାଇ ୧୫ତାରିଖ ଯାଏଁ ଆବେଦନ ହେବାକୁ ଥିବା ବେଳେ ଅଗଷ୍ଟ ୧୩ ତାରିଖରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନ ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀ ୫ଶହ ଟଙ୍କା ପୈଠ କରିବାକୁ ଥିବାବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀ […]

ଭୁବନେଶ୍ୱର: ସତ୍ୟବାଦୀରେ ପ୍ରତିଷ୍ଠା ହୋଇଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ତିନୋଟି ପାଠ୍ୟକ୍ରମରେ ୨୪ଲେଖାଏଁ ସିଟ୍‌‌ରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ୮ତାରିଖରୁ ଆରମ୍ଭ ହେବ। ଜୁଲାଇ ୧୫ତାରିଖ ଯାଏଁ ଆବେଦନ ହେବାକୁ ଥିବା ବେଳେ ଅଗଷ୍ଟ ୧୩ ତାରିଖରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନ ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀ ୫ଶହ ଟଙ୍କା ପୈଠ କରିବାକୁ ଥିବାବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀ ୩ଶହ ଟଙ୍କା ପୈଠ କରିବେ। ଅଗଷ୍ଟ ୨୩ ତାରିଖ ଅପରାହ୍ନ ୨ଟାରେ ବିଷୟୱାରୀ ମେଧା ତାଲିକା ପ୍ରକାଶ ପାଇବ। ୨୬ ତାରିଖରେ ପିଲାଙ୍କ ସିଟ୍‌‌ ଆଲଟ୍‌‌ମେଣ୍ଟ ତାଲିକା ପ୍ରକାଶ ପାଇବ। ୨୮ରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ପିଲାମାନେ ଇଣ୍ଟିଗ୍ରେଟେଡ୍‌‌ ଏମଏ ପିଏଚଡି ସିଟରେ ନାମ ଲେଖାଇବେ। ଏସ୍‌‌ଏସ୍‌‌ବି ପରୀକ୍ଷା ପରିଚାଳନା କରିବାକୁ ଥିବାବେଳେ ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର ଓ ସମ୍ୱଲପୁରରେ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଛାତ୍ରଛାତ୍ରୀ ନାମଲେଖା ସମ୍ପର୍କିତ ସମସ୍ତ ତଥ୍ୟ www.samsodisha.gov.in ମାଧ୍ୟମରେ ପାଇ ପାରିବେ।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦର ତାଳତୋଳା ଗ୍ରାମରେ ଶ୍ରୀରାମ ନବମୀ ପାଳିତ, ୩୭ତମ ନବାହ୍ନ ପାରାୟଣ ଆରମ୍ଭ

04 Jul 2023 By The Sakala

ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ୮ରୁ ଆବେଦନ, ୧୩ରେ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ସତ୍ୟବାଦୀରେ ପ୍ରତିଷ୍ଠା ହୋଇଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ତିନୋଟି ପାଠ୍ୟକ୍ରମରେ ୨୪ଲେଖାଏଁ ସିଟ୍‌‌ରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତା ୮ତାରିଖରୁ ଆରମ୍ଭ ହେବ। ଜୁଲାଇ ୧୫ତାରିଖ ଯାଏଁ ଆବେଦନ ହେବାକୁ ଥିବା ବେଳେ ଅଗଷ୍ଟ ୧୩ ତାରିଖରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନ ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀ ୫ଶହ ଟଙ୍କା ପୈଠ କରିବାକୁ ଥିବାବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀ ୩ଶହ ଟଙ୍କା ପୈଠ କରିବେ। ଅଗଷ୍ଟ ୨୩ ତାରିଖ ଅପରାହ୍ନ ୨ଟାରେ ବିଷୟୱାରୀ ମେଧା ତାଲିକା ପ୍ରକାଶ ପାଇବ। ୨୬ ତାରିଖରେ ପିଲାଙ୍କ ସିଟ୍‌‌ ଆଲଟ୍‌‌ମେଣ୍ଟ ତାଲିକା ପ୍ରକାଶ ପାଇବ। ୨୮ରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ପିଲାମାନେ ଇଣ୍ଟିଗ୍ରେଟେଡ୍‌‌ ଏମଏ ପିଏଚଡି ସିଟରେ ନାମ ଲେଖାଇବେ। ଏସ୍‌‌ଏସ୍‌‌ବି ପରୀକ୍ଷା ପରିଚାଳନା କରିବାକୁ ଥିବାବେଳେ ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର ଓ ସମ୍ୱଲପୁରରେ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଛାତ୍ରଛାତ୍ରୀ ନାମଲେଖା ସମ୍ପର୍କିତ ସମସ୍ତ ତଥ୍ୟ www.samsodisha.gov.in ମାଧ୍ୟମରେ ପାଇ ପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର