INS ଚିଲିକାରେ ଆଉ ଜଣେ ଅଗ୍ନିବୀରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

Madhusudan Das Picture
Published On

ଖୋର୍ଦ୍ଧା: ପୁଣି ଆତ୍ମହତ୍ୟା କଲେ ଆଉ ଜଣେ ଭାରତୀୟ ନୌସେନାର ଅଗ୍ନିବୀର ପ୍ରଶିକ୍ଷାତ୍ରୀ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଭାରତୀୟ ନୌସେନା ପ୍ରଶିକ୍ଷଣ କେନ୍ଦ୍ର ଚିଲିକା ପରିସରରେ ଘଟିଛି ଏପରି ଅଘଟଣ । ଚଳିତ ମାସ ୮ ତାରିଖରେ ଉତ୍ତର ପ୍ରଦେଶର ଜଣେ ଅଗ୍ନିବୀର ପ୍ରଶିକ୍ଷାତ୍ରୀ ଆତ୍ମହତ୍ୟା କରିଥିଲେ । ୧୧ ଦିନ ପରେ ଗତକାଲି ଆଉ ଜଣେ ଅଗ୍ନିବୀର ପ୍ରଶିକ୍ଷାତ୍ରୀ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

ପ୍ରଶିକ୍ଷାତ୍ରୀ ଜଣଙ୍କ ରହୁଥିବା ବ୍ୟାରେକ ପାଖରେ ଥିବା ଜିମ ହଲ ଘର ଭିତରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି  । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ, ନୌସେନା ବିଭାଗ କର୍ମଚାରୀ ମୃତଦେହକୁ ଉଦ୍ଧାର କରି କ୍ୟାମ୍ପ ଭିତରେ ଥିବା ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ଡାକ୍ତର ଅଗ୍ନିବୀର ପ୍ରଶିକ୍ଷାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଅଗ୍ନିବୀର ପ୍ରଶିକ୍ଷାତ୍ରୀ ହେଲେ ବିହାରର ଭୋଜପୁର ଜିଲ୍ଲା ସନ୍ଦେଶ ଥାନା ଅନ୍ତର୍ଗତ ସାରିପୁର ଗ୍ରାମର ବିକାଶ କୁମାର । ଖବର ପାଇ ମୃତ ବିକାଶଙ୍କ ବାପା ପିଣ୍ଟୁ ସାଏ ଚିଲିକା ନୌସେନା କ୍ୟାମ୍ପରେ ପହଞ୍ଚି ପୁଅକୁ ଚି଼ହ୍ନଟ କରିଥିଲେ । ପରେ ବିକାଶଙ୍କ ବାପା ବାଲୁଗାଁ ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିବା ପରେ  ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ନୌସେନା ଚିଲିକା କ୍ୟାମ୍ପ ପରିସରରେ ପହଞ୍ଚି ଏକ ମାମଲା ରୁଜୁ କରି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ସାଇଣ୍ଟିଫିକ ଟିମ ସହିତ ତଦନ୍ତ ଜାରି ରଖିଛି  ।

ଆହୁରି ପଢ଼ନ୍ତୁ: ଡିଜିଟାଲ ପୋଲିସିଂରେ ଓଡ଼ିଶା ପୋଲିସର ନୂଆ ପଦକ୍ଷେପ, ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର