‘ଅସର୍’ ରିପୋର୍ଟ : ପିଲାଙ୍କ ପଢ଼଼ାରେ କମିଛି ଅଭିଭାବକଙ୍କ ସହଯୋଗ
ଭୁବନେଶ୍ୱର : ଶିକ୍ଷିତ ଅଭିଭାବକଙ୍କ ପିଲା ପାଠପଢ଼଼ା ପ୍ରତି ମନୋନିବେଶ କରୁଥିବାବେଳେ ପାଠ ପଢ଼଼ି ନଥିବା ଅଭିଭାବକଙ୍କ ଛାତ୍ରଛାତ୍ରୀ ପଢ଼଼ା ପ୍ରତି ସେତେଟା ସଚେତନ ହେଉ ନାହାନ୍ତି। କରୋନା ସ୍ଥିତିରେ ପ୍ରଭାବିତ ଶିକ୍ଷା ବ୍ୟବସ୍ଥାର ସ୍ଥିତି ସମ୍ପର୍କିତ ତଥ୍ୟ ‘ଅସର୍( ଆନୁଆଲ୍ ଷ୍ଟାଟସ୍ ଅଫ୍ ଏଜୁକେସନ୍ ରିପୋର୍ଟ) ୨୦୨୧’ ଏହା ଉପସ୍ଥାପନ କରିଛି। ନବମରୁ ଅଧିକ ପାଠ ପଢ଼଼ିଥିବା ଅଭିଭାବକଙ୍କ କ୍ଷେତ୍ରରେ ୬୨% ପିଲା ଘରେ ରହି ପାଠ ପଢ଼଼ୁଥିବା ବେଳେ ପ୍ରାଥମିକ ଶିକ୍ଷା ଆହରଣ କରିଥିବା […]
ଭୁବନେଶ୍ୱର : ଶିକ୍ଷିତ ଅଭିଭାବକଙ୍କ ପିଲା ପାଠପଢ଼଼ା ପ୍ରତି ମନୋନିବେଶ କରୁଥିବାବେଳେ ପାଠ ପଢ଼଼ି ନଥିବା ଅଭିଭାବକଙ୍କ ଛାତ୍ରଛାତ୍ରୀ ପଢ଼଼ା ପ୍ରତି ସେତେଟା ସଚେତନ ହେଉ ନାହାନ୍ତି। କରୋନା ସ୍ଥିତିରେ ପ୍ରଭାବିତ ଶିକ୍ଷା ବ୍ୟବସ୍ଥାର ସ୍ଥିତି ସମ୍ପର୍କିତ ତଥ୍ୟ ‘ଅସର୍( ଆନୁଆଲ୍ ଷ୍ଟାଟସ୍ ଅଫ୍ ଏଜୁକେସନ୍ ରିପୋର୍ଟ) ୨୦୨୧’ ଏହା ଉପସ୍ଥାପନ କରିଛି। ନବମରୁ ଅଧିକ ପାଠ ପଢ଼଼ିଥିବା ଅଭିଭାବକଙ୍କ କ୍ଷେତ୍ରରେ ୬୨% ପିଲା ଘରେ ରହି ପାଠ ପଢ଼଼ୁଥିବା ବେଳେ ପ୍ରାଥମିକ ଶିକ୍ଷା ଆହରଣ କରିଥିବା ଅଭିଭାବକଙ୍କ ୪୭% ପିଲା ଘରେ ରହି ପାଠ ପଢ଼଼ୁଛନ୍ତି। ଅସର୍ର ତଥ୍ୟ ଅନୁଯାୟୀ ମହାମାରୀ ସ୍ଥିତିରେ ମଧ୍ୟ ପିଲାଙ୍କ ନାମଲେଖା ହାର ବୃଦ୍ଧି ପାଇଛି। ଛାତ୍ରଛାତ୍ରୀ ପୂର୍ବ ଅପେକ୍ଷା ଟିଉସନ୍ ଉପରେ ଅଧିକ ନିର୍ଭର କରୁଛନ୍ତି। ଅନଲାଇନ୍ ପାଠପଢ଼଼ା ପାଇଁ ଛାତ୍ରଛାତ୍ରୀଙ୍କ ସ୍ମାର୍ଟ ଫୋନ୍ ବ୍ୟବହାର ମଧ୍ୟ ଅଢ଼େଇ ଗୁଣା ବୃଦ୍ଧି ପାଇଛି।
ଗ୍ରାମାଞ୍ଚଳର ଅଭିଭାବକଙ୍କ ସମ୍ପର୍କରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅସର୍ ଉପସ୍ଥାପନ କରିଛି। ଶିକ୍ଷିତ ଅଭିଭାବକଙ୍କ ପିଲା ସ୍କୁଲ ବନ୍ଦ ଥିବାବେଳେ ଘରେ ରହି ପାଠପଢ଼଼ାରେ ମନ ଦେଉଥିବାବେଳେ ପାଠ ପଢ଼଼ି ନଥିବା ଅଭିଭାବକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖା ଦେଉଛି। ରିପୋର୍ଟ ଦର୍ଶାଇଛି ଯେ, ବିଦ୍ୟାଳୟ ବନ୍ଦ ଥିଲେ ମଧ୍ୟ ନବମରୁ ଅଧିକ ପାଠ ପଢ଼଼ିଥିବା ଅଭିଭାବକଙ୍କ ୬୨% ପିଲା ଘରେ ରହି ପାଠ ପଢ଼଼ୁଛନ୍ତି। ସେହିପରି ପ୍ରାଥମିକ ଶିକ୍ଷା ଆହରଣ କରିଥିବା ଅଭିଭାବକଙ୍କ କ୍ଷେତ୍ରରେ ୪୭ ପ୍ରତିଶତ ଛାତ୍ରଛାତ୍ରୀ ଘରେ ରହି ପାଠ ପଢ଼଼ୁଛନ୍ତି। ସର୍ଭେ ତଥ୍ୟ ଅନୁଯାୟୀ ସରକାରୀ ବିଦ୍ୟାଳୟ ଅପେକ୍ଷା ଘରୋଇ ସ୍କୁଲର ଅଭିଭାବକମାନେ ପିଲାଙ୍କ ପାଠପଢ଼଼ା ପ୍ରତି ଅଧିକ ଯତ୍ନଶୀଳ ହେଉଥିବାବେଳେ ସରକାରୀ ବିଦ୍ୟାଳୟ କ୍ଷେତ୍ରରେ ଏହାର ହାର ଯଥେଷ୍ଟ କମ୍ ରହୁଛି। ଏପରିକି ପୂର୍ବ ବର୍ଷ ଅପେକ୍ଷା ପିଲାଙ୍କୁ ପଢ଼଼ାରେ ସହାୟତା କରୁଥିବା ଅଭିଭାବକଙ୍କ ହାର କମିଛି।
ତଥ୍ୟ ଅନୁଯାୟୀ ୨୦୨୦ ବର୍ଷରେ ଭାରତର ୭୪% ଅଭିଭାବକ ପିଲାଙ୍କୁ ପାଠପଢ଼଼ାରେ ସହଯୋଗ କରୁଥିଲେ। ମାତ୍ର ଚଳିତ ବର୍ଷରେ ଏହା ୬୬.୬ ପ୍ରତିଶତକୁ ଖସିଛି। ଚଳିତ ବର୍ଷରେ ୬୪.୮ ପ୍ରତିଶତ ସରକାରୀ ସ୍କୁଲର ଅଭିଭାବକ ପିଲାଙ୍କୁ ପଢ଼଼ାରେ ସହଯୋଗ କରୁଥିବାବେଳେ ୭୧.୯% ଘରୋଇ ସ୍କୁଲର ଅଭିଭାବକ ରହିଛନ୍ତି। ଯାହାକି ପୂର୍ବ ବର୍ଷରେ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ସ୍ତରରେ ଯଥାକ୍ରମେ ୭୨.୬ ଓ ୮୦ ପ୍ରତିଶତ ରହିଥିଲା। ପୂର୍ବବର୍ଷ ଲକଡାଉନ୍ ଯୋଗୁ ଅଧିକାଂଶ ଅଭିଭାବକ ଘରେ ରହିବାରୁ ପିଲାଙ୍କୁ ପଢ଼଼ାରେ ସହଯୋଗ କରୁଥିଲେ। ମାତ୍ର ଚଳିତ ବର୍ଷ ସ୍ଥିତି ସ୍ୱାଭାବିକ ହେବାକୁ ଅଭିଭାବକମାନେ ପିଲାଙ୍କୁ ପଢ଼଼ାରେ ସହଯୋଗ କରିବାରେ ଅକ୍ଷମ ହେଉଛନ୍ତି। ସେହିପରି ଓଡ଼ିଶା କ୍ଷେତ୍ରରେ ସରକାରୀ ବିଦ୍ୟାଳୟର ୬୬.୭ ପ୍ରତିଶତ ଅଭିଭାବକ ପିଲାଙ୍କୁ ପଢ଼଼ାରେ ସହଯୋଗ କରୁଥିବାବେଳେ ୭୭.୨% ଘରୋଇ ସ୍କୁଲର ଅଭିଭାବକ ଓ ମୋଟ୍ ଉପରେ ୬୮.୨ ପ୍ରତିଶତ ଅଭିଭାବକ ପିଲାଙ୍କୁ ପଢ଼଼ାରେ ସହଯୋଗ କରୁଛନ୍ତି।
ତେବେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ପିଲାଙ୍କୁ ପଢ଼଼ାରେ ଅଧିକାଂଶ ଅଭିଭାବକ ସହଯୋଗ କରୁଥିବାବେଳେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଅଭିଭାବକଙ୍କ ସହୟତା ଉତ୍ତମ ପ୍ରତିଶତ ଦର୍ଶାଉ ନାହିଁ। ୨୦୨୦ ବର୍ଷରେ ଓଡ଼ିଶାର ୫୨ ପ୍ରତିଶତ ଛାତ୍ରଛାତ୍ରୀ ଟିଉସନ୍ ଯାଇଥିବା ବେଳେ ୨୦୨୧ ବର୍ଷରେ ୬୬ ପ୍ରତିଶତ ଛାତ୍ରଛାତ୍ରୀ ଟିଉସନ ଉପରେ ନିର୍ଭର କରୁଥିବା ରିପୋର୍ଟ ଦର୍ଶାଇଛି। ମହମାରୀ ସ୍ଥିତିରେ ଅନଲାଇନ୍ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଥିବାବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ମାର୍ଟ ଫୋନ୍ର ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି। ୨୦୧୮ ମସିହାରେ ରାଜ୍ୟର ୨୬ ପ୍ରତିଶତ ଛାତ୍ରଛାତ୍ରୀ ସ୍ମାର୍ଟ ଫୋନ୍ ବ୍ୟବହାର କରୁଥିଲା ବେଳେ ୨୦୨୧ ବର୍ଷରେ ଏହା ୬୫ ପ୍ରତିଶତକୁ ବୃଦ୍ଧି ପାଇଛି।
ସେହିପରି ଜାତୀୟ ସ୍ତରରେ ମଧ୍ୟ ଛାତ୍ରଛାତ୍ରୀଙ୍କ ସ୍ମାର୍ଟ ଫୋନ୍ର ବ୍ୟବହାର ୩୦.୧ ପ୍ରତିଶତ ବୃଦ୍ଧି ପାଇଛି। ଓଡ଼ିଶାର ୬୫ ପ୍ରତିଶତ ଲୋକଙ୍କ ଘରେ ସ୍ମାର୍ଟ ଫୋନ୍ ଥିବାବେଳେ ୪୬.୫ ପ୍ରତିଶତ ଛାତ୍ରଛାତ୍ରୀ ଏହାକୁ ବ୍ୟବହାର କରି ଅନଲାଇନ୍ ଶିକ୍ଷା ଅଧ୍ୟୟନ କରୁଛନ୍ତି। ମାତ୍ର ଜାତୀୟ କ୍ଷେତ୍ରରେ ଏହା ୨୭ ପ୍ରତିଶତ ରହିଛି। ଅର୍ଥାତ୍ ଜାତୀୟ ସ୍ତରରେ ମାତ୍ର ୨୭% ଛାତ୍ରଛାତ୍ରୀ ଅନ୍ଲାଇନ୍ ଶିକ୍ଷା ଦ୍ୱାରା ଉପକୃତ ହେଉଛନ୍ତି। ସେହିପରି ମହାମାରୀ ସ୍ଥିତିରେ ଓଡ଼ିଶାର ୬୮ ପ୍ରତିଶତ ଛାତ୍ରଛାତ୍ରୀ ପାଠ୍ୟ ପୁସ୍ତକରୁ ଅଧ୍ୟୟନ କରୁଥିବାବେଳେ ୧୯ ପ୍ରତିଶତ ପ୍ରସାରିତ ଟିଭି ଚ୍ୟାନେଲ୍ରୁ ଏବଂ ୩୧% ଛାତ୍ରଛାତ୍ରୀ ଅନଲାଇନରୁ ଶିକ୍ଷା ଅହରଣ କରୁଛନ୍ତି। ‘ଅସର୍’ ୫ରୁ ୧୬ ବର୍ଷର ପିଲାଙ୍କ ଉପରେ ସର୍ଭେ କରିଥିବାବେଳେ ଦେଶର ୨୫ ରାଜ୍ୟ ୩ କେନ୍ଦ୍ର ଶାସିତ ଅଞ୍ଚଳର ୭୫ ହଜାର ୨୩୪ ପିଲାଙ୍କ ଉପରେ ଏହି ସର୍ଭେ କରିଛି।