ଅନୁଗୁଳ ଜିଲ୍ଲାର ଏମିତି ଏକ ଗାଁ, ଯେଉଁଠି ସମସ୍ତ ଗ୍ରାମବାସୀ ପ୍ରସ୍ତୁତ କରନ୍ତି ଆମ୍ୱ ସଢା
ଅନୁଗୋଳ (ସଂଗ୍ରାମ ଦାସ): ଆମ୍ୱସଢ଼ା ଖାଇବାକୁ କିଏ ଭଲ ନ ପାଏ। ଆମ୍ୱ ଋତୁ ସରିବା ପରେ ମଧ୍ୟ ଆମ୍ୱର ସ୍ୱାଦ ଦେଇଥାଏ ଆମ୍ୱ ସଢା। ହେଲେ ଆମ୍ୱରୁ କେମିତି ପ୍ରସ୍ତୁତ ହୁଏ ଆମ୍ୱ ସଢା ତାହା ଅନେକ ଲୋକ ଜାଣି ନଥାନ୍ତି। ଅନୁଗୁଳ ଜିଲ୍ଲାର ଏମିତି ଏକ ଗାଁ ଅଛି ଯେଉଁଠି ଗାଁ ସାରା ଲୋକ ଆମ୍ୱ ସଢା ପ୍ରସ୍ତୁତ କରନ୍ତି। ଆମ୍ୱ ସଢା ପ୍ରସ୍ତୁତ କରି ବିକ୍ରି କରିବା ଗାଁ ଲୋକଙ୍କର ପ୍ରମୁଖ ଜୀବିକା। […]
ଅନୁଗୋଳ (ସଂଗ୍ରାମ ଦାସ): ଆମ୍ୱସଢ଼ା ଖାଇବାକୁ କିଏ ଭଲ ନ ପାଏ। ଆମ୍ୱ ଋତୁ ସରିବା ପରେ ମଧ୍ୟ ଆମ୍ୱର ସ୍ୱାଦ ଦେଇଥାଏ ଆମ୍ୱ ସଢା। ହେଲେ ଆମ୍ୱରୁ କେମିତି ପ୍ରସ୍ତୁତ ହୁଏ ଆମ୍ୱ ସଢା ତାହା ଅନେକ ଲୋକ ଜାଣି ନଥାନ୍ତି। ଅନୁଗୁଳ ଜିଲ୍ଲାର ଏମିତି ଏକ ଗାଁ ଅଛି ଯେଉଁଠି ଗାଁ ସାରା ଲୋକ ଆମ୍ୱ ସଢା ପ୍ରସ୍ତୁତ କରନ୍ତି। ଆମ୍ୱ ସଢା ପ୍ରସ୍ତୁତ କରି ବିକ୍ରି କରିବା ଗାଁ ଲୋକଙ୍କର ପ୍ରମୁଖ ଜୀବିକା। ପ୍ରତି ବର୍ଷ ଏକ ହଜାର କୁଇଣ୍ଟାଲରୁ ଅଧିକ ଆମ୍ୱ ସଢା ପ୍ରସ୍ତୁତ କରି ବିକ୍ରି କରି ଥାଆନ୍ତି।
ଅନୁଗୁଳ ବ୍ଲକର ବଳଙ୍ଗ ଗାଁ। ଗାଁରେ ପ୍ରାୟ ୪ଶହରୁ ଅଧିକ ପରିବାର ବସବାସ କରନ୍ତି। ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରା ମଧ୍ୟରେ ରହିଛି ଗାଁଟି। ସବୁବେଳେ ବଣୁଆ ହାତୀପଲ ବିଚରଣ କରନ୍ତି। ତେଣୁ କୌଣସି ଫସଲ ହୁଏ ନାହିଁ। ଲୋକେ ଯାହା ଫସଲ କରନ୍ତି ସବୁ ହାତୀ ମୁହଁରେ ଯାଉଛି। ତେଣୁ ଚାଷ ବାସ ଛାଡ଼ି ଆମ୍ବ ଉପରେ ନିର୍ଭରଶୀଳ ଏ ଗାଁର ଲୋକେ। କଞ୍ଚା ଆମ୍ବ, ପାଚିଲା ଆମ୍ବ ବିକ୍ରି ପରେ ଆମ୍ବସଢ଼ା ବି ବିକ୍ରି ହୁଏ।
ଗାଁ ଚାରିପଟେ ହଜାର ହଜାର ସଂଖ୍ୟାରେ ଆମ୍ୱ ଗଛ ଅଛି। ଯାହାର ଆଦୌ ଆମ୍ୱ ଗଛ ନାହିଁ ସେମାନେ ମଧ୍ୟ ଜଙ୍ଗଲରୁ ଆମ୍ୱ ସଂଗ୍ରହ କରି ଆଣି ଆମ୍ୱ ସଢା କରନ୍ତି। ଗୋଟିଏ ଗୋଟିଏ ପରିବାର ୨ରୁ ୫କୁଇଣ୍ଟାଲ ପର୍ଯ୍ୟନ୍ତ ଆମ୍ୱ ସଢା କରନ୍ତି। ପୁରୁଷ ପୁରୁଷ ଧରି ଏହି କାମ କରି ଆସୁଛନ୍ତି ଗ୍ରାମବାସୀ। କିଛି ବର୍ଷ ହେଲା ସେ ଅଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଆମ୍ୱ ଋତୁରେ ପ୍ରତିବର୍ଷ ୫/୬ଜଣଙ୍କର ହାତୀ ଆକ୍ରମଣରେ ଜୀବନ ଯାଉଛି। ତଥାପି କୌଣସି ଉପାୟ ନପାଇ ଲୋକେ ଜଙ୍ଗଲକୁ ଆମ୍ୱ ଗୋଟାଇବାକୁ ଯାଉଛନ୍ତି। ପ୍ରବଳ ଖରା ସାଙ୍ଗକୁ ଜୀବନ ପ୍ରତି ଭୟ ଥିଲେ ମଧ୍ୟ ନିଜର ଜୀବିକାକୁ ବଞ୍ଚାଇ ରଖିଛନ୍ତି।
ଆମ୍ୱ ସଢା ପ୍ରସ୍ତୁତ କରିବା ଏତେ ସହଜ କାମ ନୁହେଁ। ପ୍ରଥମେ ସେମାନେ ଜଙ୍ଗଲରୁ ଆମ୍ୱ ଗୋଟାଇ ଆଣନ୍ତି। ସେହି ଆମ୍ୱକୁ ଭଲ ଭାବେ ଧୁଅନ୍ତି। ଧୋଇ ସାରିବା ପରେ ସେଥିରୁ ହାତରେ ଚିପୁଡି କରି ରସ ବାହାର କରି ସଂଗ୍ରହ କରନ୍ତି। ରସ ବାହାର କରିବାକୁ କିଏ କାଠ ଡଙ୍ଗାରେ କୁଟି ରସ ବାହାର କରେ ତ ଆଉ କିଏ ବାଲ୍ଟି ଓ ଅନ୍ୟ ବାସନରେ ରସ ବାହାର କରେ। ଏଭଳି ପ୍ରକ୍ରିୟା ଶେଷ ହେବା ପରେ ଆମ୍ୱ ରସକୁ ଖରାରେ ଶୁଖାଇ ଦିଆ ଯାଏ। ଏଭଳି ପରସ୍ତ ପରସ୍ତ ଆମ୍ୱ ରସ ଶୁଖା ଯାଏ। ଗୋଟିଏ ଆମ୍ୱ ସଢା ପ୍ରସ୍ତୁତ କରିବାକୁ ପ୍ରାୟ ୧୦ ରୁ ୧୫ଦିନ ସମୟ ଲାଗେ। ଧୁ ଧୁ ଖରାକୁ ଖାତିରି ନକରି ମହିଳାମାନେ ଶୁଖାଇ ବାରେ ଲାଗି ପଡନ୍ତି। ପ୍ରାୟ ୨ ରୁ ୩ମାସ ସେମାନଙ୍କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼େ।
ସରକାରଙ୍କ ତରଫରୁ ସେମାନଙ୍କ ଠାରୁ ଆମ୍ୱ ସଢା କ୍ରୟ କରିବାର କୌଣସି ସୁବିଧା ନାହିଁ। ଫଳରେ ସେମାନେ ବାଧ୍ୟ ହୋଇ ବାହାର ବେପାରୀଙ୍କୁ କେଜି ପ୍ରତି ମାତ୍ର ୩୦ ରୁ ୪୦ଟଙ୍କାରେ ବିକ୍ରି କରନ୍ତି। ସବୁ ପ୍ରକାର ଅସୁବିଧା ସତ୍ତ୍ବେ ଗ୍ରାମବାସୀ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖି ପାରିଛନ୍ତି। ସରକାରୀ ସହାୟତା ମିଳିଲେ ଗାଁରେ ଆହୁରି ଅଧିକ ଆମ୍ୱ ସଢ଼ା ଉତ୍ପାଦନ ହୋଇ ପାରନ୍ତା। ଲୋକ ଭଲ ଦୁଇ ପଇସା ଲାଭ ପାଇ ପାରନ୍ତେ ବୋଲି ଗ୍ରାମବାସୀ କହିଛନ୍ତି।