ରାଜନୈତିକ କାରଣକୁ ନେଇ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟଙ୍କୁ ଗଳାକାଟି ବିଭତ୍ସ ହତ୍ୟା

The Sakala Picture
Published On

ନାଲକୋନଗର(ଅନୁଗୁଳ ): ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଶିବରାମ ସାହୁଙ୍କ ଗଳାକାଟି ହତ୍ୟା। ବଆଁରପାଳ ବ୍ଲକ ୨୭ନମ୍ବର ଜୋନ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ପୂର୍ବତନ ସରପଞ୍ଚ ଓ ଜିଲ୍ଲାପରିଷଦ ସଦସ୍ୟ ଆଜି ସକାଳ ସାଢେ ୭ଟା ସମୟରେ ଘର ସାମ୍ନାରେ ଥିବା ତୁଳସୀ ବଣରୁ ପୂଜା ପାଇଁ ତୁଳସୀ ତୋଳୁ ଥିବା ବେଳେ ବଳରାମ ପ୍ରସାଦ ଗ୍ରାମର କଇଁଫୁଲିଆ ସାହିର ଜଣେ ଯୁବକ ନାଲି ରଙ୍ଗର ହିରୋ ଗ୍ଲାମର ବାଇକରେ ଆସି ପଛରୁ ଏକ ଧାରୁଆ ଟାଙ୍ଗୀ ସାହାଯ୍ୟରେ […]

ନାଲକୋନଗର(ଅନୁଗୁଳ ): ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଶିବରାମ ସାହୁଙ୍କ ଗଳାକାଟି ହତ୍ୟା। ବଆଁରପାଳ ବ୍ଲକ ୨୭ନମ୍ବର ଜୋନ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ପୂର୍ବତନ ସରପଞ୍ଚ ଓ ଜିଲ୍ଲାପରିଷଦ ସଦସ୍ୟ ଆଜି ସକାଳ ସାଢେ ୭ଟା ସମୟରେ ଘର ସାମ୍ନାରେ ଥିବା ତୁଳସୀ ବଣରୁ ପୂଜା ପାଇଁ ତୁଳସୀ ତୋଳୁ ଥିବା ବେଳେ ବଳରାମ ପ୍ରସାଦ ଗ୍ରାମର କଇଁଫୁଲିଆ ସାହିର ଜଣେ ଯୁବକ ନାଲି ରଙ୍ଗର ହିରୋ ଗ୍ଲାମର ବାଇକରେ ଆସି ପଛରୁ ଏକ ଧାରୁଆ ଟାଙ୍ଗୀ ସାହାଯ୍ୟରେ ବେକରୁ ହାଣି ଦେଇଥିବା ପରିବାର ଲୋକ ପ୍ରକାଶ କରିଛନ୍ତି । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

ମୃତ ଶିବରାମ ଚଳିତ ବର୍ଷ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ। ରାଜନୈତିକ କାରଣରୁ ହତ୍ୟା କରାଯାଇଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ହତ୍ୟା କରିବା ପରେ ବାପାଙ୍କ ଚିତ୍କାର ଶୁଣି ଝିଅ ଘର ବାହାରକୁ ଆସିବା ମାତ୍ରେ ଦୂର୍ବୁକ୍ତ ଜଣକ ଧାରୁଆ ଅସ୍ତ୍ର ଦେଖାଇ ଭୟଭିତ କରିଥିଲେ। ଯାହାକୁ ଦେଖି ଝିଅ ଘର ଭିତରକୁ ଚାଲି ଯାଇଥିଲେ। ଘଟଣା ସ୍ଥଳରୁ ଦୂର୍ବୁର ନିଜ ଚପଲ ଓ ନାଲି ରଙ୍ଗର ହେଲମେଣ୍ଟକୁ ଛାଡି ବଳରାମ ପ୍ରସାଦ ଗ୍ରାମର ବଉଳ ଛକ ଦେଇ କଇଁଫୁଲିଆ ସାହି ଦେଇ ଦ୍ରୁତ ଗତିରେ ଚାଲି ଯାଇଥିଲା। ସ୍ଥାନୀୟ କିଛି ଯୁବକ ପିଛା କରିଥିଲେ ହେଲେ କୌଣସି ସନ୍ଧାନ ପାଇ ପାରି ନଥିଲେ। ଖବର ପାଇ ନାଲକୋ ପୁଲିସ ଘଟଣା ସ୍ଥଳକୁ ଆସି ତଦନ୍ତ ଆରମ୍ଭ କରି ମୃତ ଶିବରାମଙ୍କ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ଅନୁଗୋଳ ଡାକ୍ତଖାନକୁ ପଠା ଯାଇଛି। ଘଟଣା ସ୍ଥଳରେ ଏସଡିପିଓ ଭବାନୀ ଶଙ୍କର ଉଦଗାତା ଓ ନାଲକୋଥାନା ଅଧିକାରିଣୀ ବିନ୍ଦୁଭାସିନି ବିଶ୍ଵାଳଙ୍କ ସମେତ ଏକ ପ୍ଲାଟୁନ ପୁଲସ ଫୋର୍ସ ମୁତୟନ ଅଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ହତ୍ୟାକାରୀ ପୁଲିସ ପଂଜାରେ ଲାଗି ଥିବା ଅସମର୍ଥୀତ ସୂତ୍ରରୁ ଜଣାଯାଏ।

ଆହୁରି ପଢ଼ନ୍ତୁ: ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

03 May 2022 By The Sakala

ରାଜନୈତିକ କାରଣକୁ ନେଇ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟଙ୍କୁ ଗଳାକାଟି ବିଭତ୍ସ ହତ୍ୟା

ନାଲକୋନଗର(ଅନୁଗୁଳ ): ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଶିବରାମ ସାହୁଙ୍କ ଗଳାକାଟି ହତ୍ୟା। ବଆଁରପାଳ ବ୍ଲକ ୨୭ନମ୍ବର ଜୋନ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ପୂର୍ବତନ ସରପଞ୍ଚ ଓ ଜିଲ୍ଲାପରିଷଦ ସଦସ୍ୟ ଆଜି ସକାଳ ସାଢେ ୭ଟା ସମୟରେ ଘର ସାମ୍ନାରେ ଥିବା ତୁଳସୀ ବଣରୁ ପୂଜା ପାଇଁ ତୁଳସୀ ତୋଳୁ ଥିବା ବେଳେ ବଳରାମ ପ୍ରସାଦ ଗ୍ରାମର କଇଁଫୁଲିଆ ସାହିର ଜଣେ ଯୁବକ ନାଲି ରଙ୍ଗର ହିରୋ ଗ୍ଲାମର ବାଇକରେ ଆସି ପଛରୁ ଏକ ଧାରୁଆ ଟାଙ୍ଗୀ ସାହାଯ୍ୟରେ ବେକରୁ ହାଣି ଦେଇଥିବା ପରିବାର ଲୋକ ପ୍ରକାଶ କରିଛନ୍ତି । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।

ମୃତ ଶିବରାମ ଚଳିତ ବର୍ଷ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ। ରାଜନୈତିକ କାରଣରୁ ହତ୍ୟା କରାଯାଇଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ହତ୍ୟା କରିବା ପରେ ବାପାଙ୍କ ଚିତ୍କାର ଶୁଣି ଝିଅ ଘର ବାହାରକୁ ଆସିବା ମାତ୍ରେ ଦୂର୍ବୁକ୍ତ ଜଣକ ଧାରୁଆ ଅସ୍ତ୍ର ଦେଖାଇ ଭୟଭିତ କରିଥିଲେ। ଯାହାକୁ ଦେଖି ଝିଅ ଘର ଭିତରକୁ ଚାଲି ଯାଇଥିଲେ। ଘଟଣା ସ୍ଥଳରୁ ଦୂର୍ବୁର ନିଜ ଚପଲ ଓ ନାଲି ରଙ୍ଗର ହେଲମେଣ୍ଟକୁ ଛାଡି ବଳରାମ ପ୍ରସାଦ ଗ୍ରାମର ବଉଳ ଛକ ଦେଇ କଇଁଫୁଲିଆ ସାହି ଦେଇ ଦ୍ରୁତ ଗତିରେ ଚାଲି ଯାଇଥିଲା। ସ୍ଥାନୀୟ କିଛି ଯୁବକ ପିଛା କରିଥିଲେ ହେଲେ କୌଣସି ସନ୍ଧାନ ପାଇ ପାରି ନଥିଲେ। ଖବର ପାଇ ନାଲକୋ ପୁଲିସ ଘଟଣା ସ୍ଥଳକୁ ଆସି ତଦନ୍ତ ଆରମ୍ଭ କରି ମୃତ ଶିବରାମଙ୍କ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ଅନୁଗୋଳ ଡାକ୍ତଖାନକୁ ପଠା ଯାଇଛି। ଘଟଣା ସ୍ଥଳରେ ଏସଡିପିଓ ଭବାନୀ ଶଙ୍କର ଉଦଗାତା ଓ ନାଲକୋଥାନା ଅଧିକାରିଣୀ ବିନ୍ଦୁଭାସିନି ବିଶ୍ଵାଳଙ୍କ ସମେତ ଏକ ପ୍ଲାଟୁନ ପୁଲସ ଫୋର୍ସ ମୁତୟନ ଅଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ହତ୍ୟାକାରୀ ପୁଲିସ ପଂଜାରେ ଲାଗି ଥିବା ଅସମର୍ଥୀତ ସୂତ୍ରରୁ ଜଣାଯାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର