୫୭ବର୍ଷ ବୟସରେ ବି ଅନେକ ଯୁବକଙ୍କୁ ତାଲିମ ଦେଉଛନ୍ତି ଜାତୀୟମାଷ୍ଟର ଆଥଲେଟ୍‌ ପ୍ରକାଶ ଗଡନାୟକ

The Sakala Picture
Published On

ଅନୁଗୋଳ(ଶୁଭ୍ର ରଞ୍ଜନ ଦାସ): ପିଲାଟି ଦିନରୁ ତାଙ୍କର ଦେଶ ସେବା ଏବଂ କ୍ରୀଡ଼ାପ୍ରତି ପ୍ରବଳ ଆଗ୍ରହ ରହିଥିଲା। ତେଣୁ ସ୍ନାତକ ପାଠ ପଢ଼ୁଥିବା ବେଳେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ଦୀର୍ଘ ବର୍ଷ ଦେଶ ପାଇଁ ସେବା କରିବା ପରେ ୨୦୧୦ରେ ସ୍ୱେଚ୍ଛାକୃତ ଅବସର ନେଲେ। ଅବସର ଗ୍ରହଣ କରିବା ପରେ କ୍ରୀଡା ପ୍ରତି ତାଙ୍କର ଥିବା ଆଗ୍ରହକୁ ବିନିଯୋଗ କଲେ। ଅନୁଗୋଳ ସହର ନିକଟସ୍ଥ ଖଲାରୀ ଗଡପଦା ସାହିର ପ୍ରକାଶ ଗଡନାୟକ। ଜଣେ ଜାତୀୟମାଷ୍ଟର ଆଥେଲେଟ୍‌ […]

ଅନୁଗୋଳ(ଶୁଭ୍ର ରଞ୍ଜନ ଦାସ): ପିଲାଟି ଦିନରୁ ତାଙ୍କର ଦେଶ ସେବା ଏବଂ କ୍ରୀଡ଼ାପ୍ରତି ପ୍ରବଳ ଆଗ୍ରହ ରହିଥିଲା। ତେଣୁ ସ୍ନାତକ ପାଠ ପଢ଼ୁଥିବା ବେଳେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ଦୀର୍ଘ ବର୍ଷ ଦେଶ ପାଇଁ ସେବା କରିବା ପରେ ୨୦୧୦ରେ ସ୍ୱେଚ୍ଛାକୃତ ଅବସର ନେଲେ। ଅବସର ଗ୍ରହଣ କରିବା ପରେ କ୍ରୀଡା ପ୍ରତି ତାଙ୍କର ଥିବା ଆଗ୍ରହକୁ ବିନିଯୋଗ କଲେ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ଅନୁଗୋଳ ସହର ନିକଟସ୍ଥ ଖଲାରୀ ଗଡପଦା ସାହିର ପ୍ରକାଶ ଗଡନାୟକ। ଜଣେ ଜାତୀୟମାଷ୍ଟର ଆଥେଲେଟ୍‌ ଭାବେ ବେସ ଜଣାଶୁଣା। ସେ ରାଜ୍ୟ, ଦେଶ ତଥା ଅନ୍ତର୍ଜାତୀୟସ୍ତରରେ ଅନେକ ମେଡାଲ ପାଇଛନ୍ତି। ୫୭ବର୍ଷ ବୟସରେ ମଧ୍ୟ ସେ ନିଜେ ଅଭ୍ୟାସ ଜାରି ରଖିବା ସହ ଅନେକ ଯୁବକଙ୍କୁ ତାଲିମ ଦେଉଛନ୍ତି। ପ୍ରତିବର୍ଷ ରାଜ୍ୟ ଓ ଜାତୀୟସ୍ତରରେ ହେଉଥିବା ଆଥେଲେଟିକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ମାଷ୍ଟର ଆଥଲେଟ ଭାବେ ପୁରସ୍କୃତ ହୋଇଛନ୍ତି। ମେଡାଲ ପରେ ମେଡାଲ ପାଇ ଚାଲିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ବିଭିନ୍ନ ସ୍ତରରେ ୧୫୦ରୁ ଅଧିକ ସ୍ୱର୍ଣ୍ଣ, ୧୧୦ରୁ ଅଧିକ ରୌପ୍ୟ ଓ ୫୦ରୁ ଅଧିକ କାଂସ୍ୟ ପଦକ ପାଇଛନ୍ତି। ଜଣେ ମାଷ୍ଟର ଅଥଲେଟ ଭାବେ ଦେଶର ପ୍ରତିନିଧିତ୍ୱ କରି ଶ୍ରୀଲଙ୍କା, ନେପାଳ, ମାଲାଏସିଆ ଓ ବଙ୍ଗଳାଦେଶରେ ଆୟୋଜିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ଅର୍ଜନ କରିଛନ୍ତି। ବୟସ ତାଙ୍କ ପାଖରେ ହାରମାନିଛି। ଏବେବି ସେ ଦୈନିକ ୩/୪ଘଣ୍ଟା ଦୌଡ଼, ସାଇକଲ ଚାଳନା ଓ ଲମ୍ୱଡିଆଁ ଅଭ୍ୟାସ କରୁଛନ୍ତି। ଅନୁଗୁଳରୁ ପୁରୀ ପର୍ଯ୍ୟନ୍ତ ସାଇକଲରେ ସେ ମାତ୍ର ୭ ଘଣ୍ଟାରେ ପହଞ୍ଚି ପାରିଛନ୍ତି। ପ୍ରକାଶଙ୍କ ପରିବାର କହିଲେ ସ୍ତ୍ରୀ ଓ ଦୁଇ ପୁଅ ଝିଅ। ସ୍ତ୍ରୀ ଜଣେ ଶିକ୍ଷୟିତ୍ରୀ। ପିଲାମାନେ ସ୍କୁଲରେ ପାଠ ପଢୁଛନ୍ତି। ସ୍ତ୍ରୀ ସକାଳୁ ନିଜର ନିତ୍ୟକର୍ମ ସାରି ସ୍କୁଲକୁ ଯାଆନ୍ତି। ତେଣୁ ପ୍ରକାଶଙ୍କୁ କ୍ରୀଡ଼ା ବ୍ୟତିତ ନିଜର ଘର ଦାୟିତ୍ୱ ମଧ୍ୟ ନେବାକୁ ପଡିଥାଏ। ସ୍ତ୍ରୀଙ୍କର ଯଥେଷ୍ଟ ପ୍ରେରଣା ରହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

17 Dec 2023 By The Sakala

୫୭ବର୍ଷ ବୟସରେ ବି ଅନେକ ଯୁବକଙ୍କୁ ତାଲିମ ଦେଉଛନ୍ତି ଜାତୀୟମାଷ୍ଟର ଆଥଲେଟ୍‌ ପ୍ରକାଶ ଗଡନାୟକ

ଅନୁଗୋଳ(ଶୁଭ୍ର ରଞ୍ଜନ ଦାସ): ପିଲାଟି ଦିନରୁ ତାଙ୍କର ଦେଶ ସେବା ଏବଂ କ୍ରୀଡ଼ାପ୍ରତି ପ୍ରବଳ ଆଗ୍ରହ ରହିଥିଲା। ତେଣୁ ସ୍ନାତକ ପାଠ ପଢ଼ୁଥିବା ବେଳେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ଦୀର୍ଘ ବର୍ଷ ଦେଶ ପାଇଁ ସେବା କରିବା ପରେ ୨୦୧୦ରେ ସ୍ୱେଚ୍ଛାକୃତ ଅବସର ନେଲେ। ଅବସର ଗ୍ରହଣ କରିବା ପରେ କ୍ରୀଡା ପ୍ରତି ତାଙ୍କର ଥିବା ଆଗ୍ରହକୁ ବିନିଯୋଗ କଲେ।

ଅନୁଗୋଳ ସହର ନିକଟସ୍ଥ ଖଲାରୀ ଗଡପଦା ସାହିର ପ୍ରକାଶ ଗଡନାୟକ। ଜଣେ ଜାତୀୟମାଷ୍ଟର ଆଥେଲେଟ୍‌ ଭାବେ ବେସ ଜଣାଶୁଣା। ସେ ରାଜ୍ୟ, ଦେଶ ତଥା ଅନ୍ତର୍ଜାତୀୟସ୍ତରରେ ଅନେକ ମେଡାଲ ପାଇଛନ୍ତି। ୫୭ବର୍ଷ ବୟସରେ ମଧ୍ୟ ସେ ନିଜେ ଅଭ୍ୟାସ ଜାରି ରଖିବା ସହ ଅନେକ ଯୁବକଙ୍କୁ ତାଲିମ ଦେଉଛନ୍ତି। ପ୍ରତିବର୍ଷ ରାଜ୍ୟ ଓ ଜାତୀୟସ୍ତରରେ ହେଉଥିବା ଆଥେଲେଟିକ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ମାଷ୍ଟର ଆଥଲେଟ ଭାବେ ପୁରସ୍କୃତ ହୋଇଛନ୍ତି। ମେଡାଲ ପରେ ମେଡାଲ ପାଇ ଚାଲିଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ବିଭିନ୍ନ ସ୍ତରରେ ୧୫୦ରୁ ଅଧିକ ସ୍ୱର୍ଣ୍ଣ, ୧୧୦ରୁ ଅଧିକ ରୌପ୍ୟ ଓ ୫୦ରୁ ଅଧିକ କାଂସ୍ୟ ପଦକ ପାଇଛନ୍ତି। ଜଣେ ମାଷ୍ଟର ଅଥଲେଟ ଭାବେ ଦେଶର ପ୍ରତିନିଧିତ୍ୱ କରି ଶ୍ରୀଲଙ୍କା, ନେପାଳ, ମାଲାଏସିଆ ଓ ବଙ୍ଗଳାଦେଶରେ ଆୟୋଜିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ଅର୍ଜନ କରିଛନ୍ତି। ବୟସ ତାଙ୍କ ପାଖରେ ହାରମାନିଛି। ଏବେବି ସେ ଦୈନିକ ୩/୪ଘଣ୍ଟା ଦୌଡ଼, ସାଇକଲ ଚାଳନା ଓ ଲମ୍ୱଡିଆଁ ଅଭ୍ୟାସ କରୁଛନ୍ତି। ଅନୁଗୁଳରୁ ପୁରୀ ପର୍ଯ୍ୟନ୍ତ ସାଇକଲରେ ସେ ମାତ୍ର ୭ ଘଣ୍ଟାରେ ପହଞ୍ଚି ପାରିଛନ୍ତି। ପ୍ରକାଶଙ୍କ ପରିବାର କହିଲେ ସ୍ତ୍ରୀ ଓ ଦୁଇ ପୁଅ ଝିଅ। ସ୍ତ୍ରୀ ଜଣେ ଶିକ୍ଷୟିତ୍ରୀ। ପିଲାମାନେ ସ୍କୁଲରେ ପାଠ ପଢୁଛନ୍ତି। ସ୍ତ୍ରୀ ସକାଳୁ ନିଜର ନିତ୍ୟକର୍ମ ସାରି ସ୍କୁଲକୁ ଯାଆନ୍ତି। ତେଣୁ ପ୍ରକାଶଙ୍କୁ କ୍ରୀଡ଼ା ବ୍ୟତିତ ନିଜର ଘର ଦାୟିତ୍ୱ ମଧ୍ୟ ନେବାକୁ ପଡିଥାଏ। ସ୍ତ୍ରୀଙ୍କର ଯଥେଷ୍ଟ ପ୍ରେରଣା ରହିଛି।

https://www.thesakala.in/latest-odisha-news/angul/at-the-age-of-57-national-master-athlete-prakash-gadnaik-is-training-many-youngsters/article-28321
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର