ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଅନୁଗୋଳରେ ମର୍ମନ୍ତୁଦ ଦୁର୍ଘଟଣା: ଭୋଜି ଖାଇ ଫେରୁଥିଲେ, ଟ୍ରକ୍ ପଛରେ ପିଟିହେଲା କାର୍; ୨ ମୃତ, ଜଣେ ଗୁରୁତର

Tapas Ranjan Nanda Picture
Published On

ଅନୁଗୋଳ: ଖୁସିରେ ଭୋଜି ଖାଇ ଘରକୁ ଫେରୁଥିବା ବେଳେ ବାଟରେ ଛକି ବସିଥିଲା ମୃତ୍ୟୁ। ଅନୁଗୋଳ ଜାତୀୟ ରାଜପଥ ୫୫ ମରାତିରା ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ କାର୍ ଭାରସାମ୍ୟ ହରାଇ ଆଗରେ ଯାଉଥିବା ଏକ ଟ୍ରକ ପଛରେ ଜୋରଦାର ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି, ଯାହାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଯୁବକ ହେଲେ କନ୍ଦରସିଂହା ଗାଁର ଅମିତ ସାହୁ ଓ ଦେଉଳବେଡା ଗାଁର ବିସ୍ମୟ କୁମାର ଦାସ। ସେହିପରି ଗୁରୁତର ଆହତ ବ୍ୟକ୍ତିଜଣଙ୍କ ହେଲେ ବନ୍ତଳାର ଗୋପାଳ ସାହୁ। ଗୁରୁତର ଗୋପାଳଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, ଏମାନେ ସମସ୍ତେ ଏକ ବିବାହ ଭୋଜିରେ ଯୋଗ ଦେଇ କାର୍ ଯୋଗେ ଫେରୁଥିବା ବେଳେ ମରାତିରା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। କାରଟି ଦ୍ରୁତ ଗତିରେ ଥିବାବେଳେ ନିୟନ୍ତ୍ରଣ ହରାଇ ଟ୍ରକ ପଛରେ ପିଟି ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: ଦ୍ରୁତଗତିରେ ଆସି ହାଇୱାକୁ ପଛପଟୁ ଜୋରଦାର ଧକ୍କା ଦେଲା BMW କାର୍, ଦୁଇ ମୃତ

ଭାଇରାଲ ହେଉଛି ମୃତ୍ୟୁ ପୂର୍ବର ଭିଡିଓ

ଏହି ଦୁର୍ଘଟଣା ପରେ ସମଗ୍ର ତାଳଚେର ଓ ଅନୁଗୋଳ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତେବେ ଘଟଣାର ସବୁଠାରୁ ହୃଦୟବିଦାରକ ଦୃଶ୍ୟ ହେଉଛି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ। ଦୁର୍ଘଟଣା ପୂର୍ବରୁ ଏହି ତିନି ବନ୍ଧୁ କାର୍ ଭିତରେ ହସଖୁସିରେ ଆସୁଥିବାର ଏକ ଭିଡିଓ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଭିଡିଓ ଅପଲୋଡ୍ କରିବାର ମାତ୍ର କିଛି ସମୟ ମଧ୍ୟରେ ଯେ ମୃତ୍ୟୁ ସେମାନଙ୍କୁ ଏଭଳି ଭାବେ କବଳିତ କରିବ, ତାହା କେହି କଳ୍ପନା ମଧ୍ୟ କରିନଥିଲେ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ଫେରାର୍‌ ପ୍ରେମିକ ମୟୂରଭଞ୍ଜରୁ ଗିରଫ

21 Feb 2026 By Tapas Ranjan Nanda

ଅନୁଗୋଳରେ ମର୍ମନ୍ତୁଦ ଦୁର୍ଘଟଣା: ଭୋଜି ଖାଇ ଫେରୁଥିଲେ, ଟ୍ରକ୍ ପଛରେ ପିଟିହେଲା କାର୍; ୨ ମୃତ, ଜଣେ ଗୁରୁତର

ଅନୁଗୋଳ: ଖୁସିରେ ଭୋଜି ଖାଇ ଘରକୁ ଫେରୁଥିବା ବେଳେ ବାଟରେ ଛକି ବସିଥିଲା ମୃତ୍ୟୁ। ଅନୁଗୋଳ ଜାତୀୟ ରାଜପଥ ୫୫ ମରାତିରା ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ କାର୍ ଭାରସାମ୍ୟ ହରାଇ ଆଗରେ ଯାଉଥିବା ଏକ ଟ୍ରକ ପଛରେ ଜୋରଦାର ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି, ଯାହାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଯୁବକ ହେଲେ କନ୍ଦରସିଂହା ଗାଁର ଅମିତ ସାହୁ ଓ ଦେଉଳବେଡା ଗାଁର ବିସ୍ମୟ କୁମାର ଦାସ। ସେହିପରି ଗୁରୁତର ଆହତ ବ୍ୟକ୍ତିଜଣଙ୍କ ହେଲେ ବନ୍ତଳାର ଗୋପାଳ ସାହୁ। ଗୁରୁତର ଗୋପାଳଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, ଏମାନେ ସମସ୍ତେ ଏକ ବିବାହ ଭୋଜିରେ ଯୋଗ ଦେଇ କାର୍ ଯୋଗେ ଫେରୁଥିବା ବେଳେ ମରାତିରା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। କାରଟି ଦ୍ରୁତ ଗତିରେ ଥିବାବେଳେ ନିୟନ୍ତ୍ରଣ ହରାଇ ଟ୍ରକ ପଛରେ ପିଟି ହୋଇଯାଇଥିଲା।

ଭାଇରାଲ ହେଉଛି ମୃତ୍ୟୁ ପୂର୍ବର ଭିଡିଓ

ଏହି ଦୁର୍ଘଟଣା ପରେ ସମଗ୍ର ତାଳଚେର ଓ ଅନୁଗୋଳ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତେବେ ଘଟଣାର ସବୁଠାରୁ ହୃଦୟବିଦାରକ ଦୃଶ୍ୟ ହେଉଛି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ। ଦୁର୍ଘଟଣା ପୂର୍ବରୁ ଏହି ତିନି ବନ୍ଧୁ କାର୍ ଭିତରେ ହସଖୁସିରେ ଆସୁଥିବାର ଏକ ଭିଡିଓ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଭିଡିଓ ଅପଲୋଡ୍ କରିବାର ମାତ୍ର କିଛି ସମୟ ମଧ୍ୟରେ ଯେ ମୃତ୍ୟୁ ସେମାନଙ୍କୁ ଏଭଳି ଭାବେ କବଳିତ କରିବ, ତାହା କେହି କଳ୍ପନା ମଧ୍ୟ କରିନଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର