ଦେଶର ମହାନ ବ୍ୟକ୍ତିଙ୍କ ମଧ୍ୟରେ ନବୀନ ସ୍ୱତନ୍ତ୍ର: ‘୫-ଟି’ ସଚିବ
ଭୁବନେଶ୍ୱର: ସମୃଦ୍ଧ ମଧ୍ୟପ୍ରାଚ୍ୟ ଓ ପାଶ୍ଚାତ୍ୟ ଦେଶର ପ୍ରବେଶଦ୍ୱାର ଦୁବାଇରେ ‘ଓଡ଼ିଶା ଦିବସ’ ପାଳିଛନ୍ତି ଓଡ଼ିଆ। ‘ନବୀନ’ ଓଡ଼ିଶାର ପ୍ରତିନିଧି ଭାବରେ ଦୁବାଇରେ ଏକାଠି ହୋଇଛନ୍ତି ଓଡ଼ିଶାର ବିଭିନ୍ନ ବର୍ଗର ପ୍ରତିନିଧି ଓ ବିଭିନ୍ନ ଦେଶର ପ୍ରବାସୀ ଓଡ଼ିଆ। ଏହି ଅବସରରେ କେବଳ ଦୁବାଇ ନୁହେଁ; ବିଶ୍ୱର ୧୦ଟି ଦେଶରେ ଓଡ଼ିଶା ଦିବସ ପାଳନ କରାଯିବ ଏବଂ ବିଶ୍ୱର ଯେ କୌଣସି ସ୍ଥାନରେ ରଥଯାତ୍ରାରେ ଅନୁଷ୍ଠିତ ହେଲେ ବି ସେଥିରେ ଓଡ଼ିଶାର ପ୍ରତିନିଧିମାନେ ସାମିଲ ହେବେ ବୋଲି […]
ଭୁବନେଶ୍ୱର: ସମୃଦ୍ଧ ମଧ୍ୟପ୍ରାଚ୍ୟ ଓ ପାଶ୍ଚାତ୍ୟ ଦେଶର ପ୍ରବେଶଦ୍ୱାର ଦୁବାଇରେ ‘ଓଡ଼ିଶା ଦିବସ’ ପାଳିଛନ୍ତି ଓଡ଼ିଆ। ‘ନବୀନ’ ଓଡ଼ିଶାର ପ୍ରତିନିଧି ଭାବରେ ଦୁବାଇରେ ଏକାଠି ହୋଇଛନ୍ତି ଓଡ଼ିଶାର ବିଭିନ୍ନ ବର୍ଗର ପ୍ରତିନିଧି ଓ ବିଭିନ୍ନ ଦେଶର ପ୍ରବାସୀ ଓଡ଼ିଆ। ଏହି ଅବସରରେ କେବଳ ଦୁବାଇ ନୁହେଁ; ବିଶ୍ୱର ୧୦ଟି ଦେଶରେ ଓଡ଼ିଶା ଦିବସ ପାଳନ କରାଯିବ ଏବଂ ବିଶ୍ୱର ଯେ କୌଣସି ସ୍ଥାନରେ ରଥଯାତ୍ରାରେ ଅନୁଷ୍ଠିତ ହେଲେ ବି ସେଥିରେ ଓଡ଼ିଶାର ପ୍ରତିନିଧିମାନେ ସାମିଲ ହେବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ (୫-ଟି) ଭି.କେ.ପାଣ୍ଡିଆନ। ବିଦେଶ ମାଟିରେ ଓଡ଼ିଆ ଭାଷା, ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ରାଜ୍ୟ ସରକାର ଏପରି ପଦକ୍ଷେପ ନେଉଛନ୍ତି ଓ ରାଜ୍ୟ ସରକାର ପ୍ରତିଷ୍ଠା କରିଥିବା ଓଡ଼ିଶା ମୋ ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ଏଥିପାଇଁ ସବୁପ୍ରକାର ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଭୁବନେଶ୍ୱର-ଦୁବାଇ ମଧ୍ୟରେ ସିଧାସଳଖ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ପରିପ୍ରେକ୍ଷୀରେ ଦୁବାଇଠାରେ ଆୟୋଜିତ ଓଡ଼ିଶା ଦିବସରେ ଯୋଗ ଦେଇଥିବା ପ୍ରବାସୀ ଓଡ଼ିଆଙ୍କ ସହ ଭାବ ବିନିମୟ କରିଛନ୍ତି ୫-ଟି ସଚିବ ଶ୍ରୀ ପାଣ୍ଡିଆନ। ଏହି ଅବସରରେ ସେ କହିଛନ୍ତି ଯେ ଆମ ଦେଶରେ ବହୁ ମହାନ ବ୍ୟକ୍ତିବିଶେଷ ଥିଲେ ଆଉ ଅଛନ୍ତି ମଧ୍ୟ; କିନ୍ତୁ ନବୀନ ପଟ୍ଟନାୟକ ସେମାନଙ୍କ ମଧ୍ୟରୁ ସମ୍ପୂର୍ଣ୍ଣ ଭିନ୍ନ। ଅତ୍ୟନ୍ତ ସରଳ, ଉଦାର, ସମ୍ବେଦନଶୀଳ ମଣିଷ ଭାବରେ ସେ ସ୍ୱତନ୍ତ୍ର। ତାଙ୍କ ପାଖରେ ଏତେ ସଦ୍ଗୁଣ ରହିଛି ତାହା ଉପରେ ଚର୍ଚ୍ଚା କଲେ ପୂରା ଦିନ ବିତିଯିବ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବେ ଓଡ଼ିଶାବାସୀଙ୍କ ସେବାରେ ସମର୍ପି ଦେଇଛନ୍ତି। ତାଙ୍କ ପାଖରେ କାମ କରିବା ସବୁଠାରୁ ବଡ଼ ଗର୍ବର ବିଷୟ ବୋଲି ଶ୍ରୀ ପାଣ୍ଡିଆନ୍ କହିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ମୁହୂର୍ତ୍ତରେ ଆମମାନଙ୍କୁ ପ୍ରେରଣା ଦେଇ ଆସିଛନ୍ତି ବୋଲି ସେ କହିଛନ୍ତି।

୫-ଟି ସଚିବ ପୁଣି କହିଛନ୍ତି ଯେ ପୁରୀ ସ୍ୱର୍ଗଦ୍ୱାରର ବିକାଶ ପାଇଁ ଯେତେବେଳେ ଯୋଜନା ହେଲା ସେତେବେଳେ ସେ ନିଜ ପିତା ବିଜୁ ପଟ୍ଟନାୟକଙ୍କ ସମାଧି ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଲେ। ଏହା ମୋତେ ବହୁତ ଆଶ୍ଚର୍ଯ୍ୟ କରିଥିଲା ଏବଂ ଏହାର କିଛି ବିକଳ୍ପ ବ୍ୟବସ୍ଥା ହେବା ଦରକାର ବୋଲି ମୁଁ ମତ ଦେଇଥିଲି। କିନ୍ତୁ ସେ କହିଥିଲେ, ବିଜୁ ବାବୁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ଅବା ସମାଧିରେ ରହି ନାହାନ୍ତି। ସେ ପୂରା ଓଡ଼ିଶାବାସୀଙ୍କ ହୃଦୟରେ ଅଛନ୍ତି। ସେ ଯେଉଁ ଓଡ଼ିଶାବାସୀଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ ସେହି ଲୋକଙ୍କ ସୁବିଧା ପାଇଁ ତାଙ୍କ ସମାଧି ପୀଠ ସ୍ଥାନାନ୍ତର କରିବାରେ ସମସ୍ୟା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ନବୀନ ପଟ୍ଟନାୟକ ସଦା ସର୍ବଦା ଆମକୁ ପ୍ରଭାବିତ କରିଛନ୍ତି। ତାଙ୍କର ପ୍ରତିଟି କାର୍ଯ୍ୟ ପ୍ରେରଣାଦାୟୀ। ସେ ଓଡ଼ିଶାର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ନବୀନ ପଟ୍ଟନାୟକଙ୍କ ଉଚ୍ଚତା ସବୁଠାରୁ ଅଧିକ; କିନ୍ତୁ ସେ ସବୁଠାରୁ ଛୋଟ ଗାଡ଼ି ଚଢ଼ନ୍ତି। ଆବଶ୍ୟକତାକୁ ଦେଖି ବଡ଼ ଗାଡ଼ି କିଣିବା ପାଇଁ କହିବାରୁ ସେ କହିଥିଲେ ଯେ ଏହା ହେଉଛି ଓଡ଼ିଶାବାସୀଙ୍କ ଟଙ୍କା। ଏହା ସେମାନଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଖର୍ଚ୍ଚ ହେବା ଉଚିତ। ମୋର ବଡ଼ ଗାଡ଼ି ଚଢ଼ିବା ଆଦୌ ଜରୁରୀ ନୁହେଁ। ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କର ସରଳତା ବୋଲି ୫-ଟି ସଚିବ କହିଛନ୍ତି।
ଏହି ଅବସରରେ ଜଣେ ଓଡ଼ିଶା ସରକାର ଗରିବ ଲୋକଙ୍କୁ କାହିଁକି ବିଭିନ୍ନ ଜିନିଷ ମାଗଣାରେ ଦେଉଛନ୍ତି ବୋଲି ଜଣେ ମହିଳା ୫-ଟି ସଚିବଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଶ୍ରୀ ପାଣ୍ଡିଆନ୍ କହିଥିଲେ ମୁଖ୍ୟମନ୍ତ୍ରୀ ଯାହା ବି କିଛି ଯୋଜନା ପ୍ରଣୟନ କରନ୍ତି, କିଛି କାର୍ଯ୍ୟକ୍ରମ ଆରମ୍ଭ କରନ୍ତି ତା ପଛରେ କିଛି ଉଦ୍ଦେଶ୍ୟ ଥାଏ। ଯଦି ଆମେ ରାଜ୍ୟ ତଥା ଦେଶର ବିକାଶ କରିବାକୁ ଚାହୁଁଛୁ ତା ହେଲେ ସମସ୍ତଙ୍କୁ ସାଙ୍ଗରେ ଧରି ଯିବାକୁ ପଡ଼ିବ। ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷା, ସେମାନଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ଜରୁରୀ। ଆଗରୁ ଦେହ ଖରାପ ହେଲେ ଚିକିତ୍ସା ପାଇଁ ଗରିବ ଲୋକଟିଏ ମହାଜନ ଠାରୁ ସୁଧରେ ଟଙ୍କା ଆଣୁଥିଲା। ଜମି, ଗହଣା ବନ୍ଧା ରଖିବା ପାଇଁ ବାଧ୍ୟ ହେଉଥିଲେ; କିନ୍ତୁ ଆମେ ବିଏସ୍କେୱାଇରେ ବାର୍ଷିକ ପ୍ରାୟ ୨୨୦ କୋଟି ଟଙ୍କା ବ୍ୟୟ କରିବା ଦ୍ୱାରା ଲକ୍ଷ ଲକ୍ଷ ପରିବାର ଆଉ ଚିକିତ୍ସା ପାଇଁ କରଜ କରୁ ନାହାନ୍ତି।
ସମାଜର ଦରିଦ୍ରରୁ ଦରିଦ୍ରତମ ଲୋକଙ୍କ ବିକାଶ ହେଉଛି ସରକାରଙ୍କର ଦାୟିତ୍ୱ ଆଉ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାହା ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି।ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ହେଉ ଅବା ରୂପାନ୍ତରଣ କାର୍ଯ୍ୟ ଦେଶର ଆଗାମୀ ପିଢ଼ି ନିକଟରେ ନବୀନ ପଟ୍ଟନାୟକ ସର୍ବଦା ସ୍ମରଣୀୟ ହୋଇରହିବେ। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ, ତାଙ୍କ ବ୍ୟକ୍ତିତ୍ୱ, ତାଙ୍କ ନେତୃତ୍ୱକୁ ନେଇ ହାଭାର୍ଡ ଠାରୁ ଆରମ୍ଭ କରି ଦେଶ ବିଦେଶର ବଡ଼ ବଡ଼ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରାଯିବ, ଏଥିରେ ସନ୍ଦେହ ନାହିଁ ବୋଲି ଶ୍ରୀ ପାଣ୍ଡିଆନ୍ ପ୍ରକାଶ କରିଥିଲେ। ଏହି ଅବସରରେ ସେ ଆଇନଷ୍ଟାଇନଙ୍କ ମନ୍ତବ୍ୟ ପ୍ରସଙ୍ଗ ଉଲ୍ଲେଖ କରି ନବୀନଙ୍କ ଜୀବନରେ ଗାନ୍ଧୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ।
ଆଉ କିଛି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ଏବେ ଦୁବାଇକୁ ବିମାନ ସେବା ଆରମ୍ଭ ହୋଇଥିଲା ବେଳେ ଆସନ୍ତା ମାସ ସିଙ୍ଗାପୁର ଓ ବ୍ୟାଙ୍ଗକକ୍କୁ ସେବା ଆରମ୍ଭ ହେବ। ଏହି ସେବା କିପରି ସବୁଦିନ ଚାଲିବ ତାହା ଉପରେ ଆମେ ଗୁରୁତ୍ୱ ଦେଉଛୁ। ଏଥିସହ ଏହି ସେବାକୁ ଅନ୍ୟ ଦେଶକୁ ସମ୍ପ୍ରସାରଣ ସହିତ ନୂଆ ସ୍ଥାନକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ପାଇଁ ସରକାର ପଦକ୍ଷେପ ନେବେ ବୋଲି ଶ୍ରୀ ପାଣ୍ଡିଆନ୍ ପ୍ରବାସୀ ଓଡ଼ିଆଙ୍କୁ ପ୍ରତିଶ୍ରୁତି ଦେଇଥିଲେ।