ନିବେଶ ଅନୁକୂଳ ସୂଚୀରେ ଓଡ଼ିଶାକୁ ୫ମ ସ୍ଥାନ: ନବୀନ କହିଲେ, ବିଜେଡି ସରକାରଙ୍କ ୨୫ ବର୍ଷ ପ୍ରୟାସର ଫଳ

Madhusudan Das Picture
Published On

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷରେ ତତ୍‌କାଳୀନ କାର୍ଯ୍ୟଦକ୍ଷତା ଆଧାରରେ ପ୍ରସ୍ତୁତ ଓ ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ‘ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲି ଇଣ୍ଡେକ୍ସ-୨୦୨୬’ ରିପୋର୍ଟରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନ ଅଧିକାରକୁ ନେଇ ଆନନ୍ଦ ବ୍ୟକ୍ତ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ଏହି ସଫଳତା ହଠାତ୍‌ ଆସିନାହିଁ; ବରଂ ବିଜୁ ଜନତା ଦଳ ସରକାରଙ୍କ ୨୫ ବର୍ଷର ସୁଦୂରପ୍ରସାରୀ ଆର୍ଥିକ ନୀତି, ପ୍ରଶାସନିକ ସଂସ୍କାର ଓ ୫-ଟି ଶାସନ ମଡେଲର ଫଳ ବୋଲି ଉଲ୍ଲେଖ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ନବୀନ କହିଛନ୍ତି ଯେ, ୨୦୨୩-୨୪ କାର୍ଯ୍ୟଦକ୍ଷତା ଆଧାରରେ ପ୍ରସ୍ତୁତ ଏହି ସୂଚକାଙ୍କରେ ଓଡ଼ିଶା ୫୨.୪ ପ୍ରତିଶତ ସ୍କୋର କରିଛି। ଗୁଜରାଟ ୫୬.୬ ପ୍ରତିଶତ ସ୍କୋର ସହ ପ୍ରଥମ ସ୍ଥାନରେ ଥିବାବେଳେ ଓଡ଼ିଶାର ମାତ୍ର ଚାରି ପଏଣ୍ଟ ପଛରେ ଥାଇ ଶୀର୍ଷ ପାଞ୍ଚରେ ସ୍ଥାନ ଅଧିକାର କରିବା ରାଜ୍ୟର ବିକାଶ ଯାତ୍ରାର ଏକ ବଡ଼ ସଫଳତା ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ସର୍ବଦଳୀୟ ବୈଠକରେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ: ସଂସଦରେ ଉଠିବ ରାଜ୍ୟ ସରକାରଙ୍କ ବିଫଳତା ପ୍ରସଙ୍ଗ

ନବୀନ କହିଛନ୍ତି ଯେ ୨୦୦୦ ମସିହାରେ ଆର୍ଥିକ ଭାବେ ଦୁର୍ବଳ ଓ ପ୍ରାୟ ଦେବାଳିଆ ସ୍ଥିତିରେ ଥିବା ଓଡ଼ିଶା ଆଜି ଦେଶର ଅଗ୍ରଣୀ ନିବେଶ ଆକର୍ଷଣକାରୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି। ଏହା କେବଳ ସଂଖ୍ୟାର ସଫଳତା ନୁହେଁ, ବରଂ ଏକ ପଛୁଆ ରାଜ୍ୟରୁ ସୁଶାସନ ଓ ଆର୍ଥିକ ଶୃଙ୍ଖଳା ମାଧ୍ୟମରେ ଆଦର୍ଶ ରାଜ୍ୟରେ ପରିଣତ ହେବାର ଦୃଷ୍ଟାନ୍ତ । ବିଜେଡି ସରକାର ସମୟରେ ନିରନ୍ତର ପ୍ରଶାସନିକ ସଂସ୍କାର, ଆର୍ଥିକ ଶୃଙ୍ଖଳା ଏବଂ ୫-ଟି ନୀତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହାର ପରିଣାମ ସ୍ୱରୂପ ଓଡ଼ିଶାରେ ନିବେଶ ପରିବେଶ ସୁଦୃଢ଼ ହୋଇଥିଲା ଏବଂ ରାଜ୍ୟ ଦେଶର ପ୍ରମୁଖ ଶିଳ୍ପ ଓ ନିବେଶ ଗନ୍ତବ୍ୟସ୍ଥଳୀ ଭାବେ ଉଭା ହୋଇଥିଲା। ଏହି ସଫଳତାକୁ ଆଜି ବର୍ତ୍ତମାନର ବିଜେପି ସରକାର ନିଜର ଉପଲବ୍ଧି ଭାବେ ପ୍ରଚାର କରୁଥିବା ଦେଖି ସେ ଖୁସି, କାରଣ ଏହା ବିଜେଡି ସରକାରଙ୍କ ବିକାଶ ମଡେଲର ସଫଳତାକୁ ପ୍ରମାଣିତ କରୁଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୁଲିସର ଦମନଲୀଳା: ବିଜୟଚୌକରେ ବିଜେଡିର ପ୍ରତିବାଦ

ସେ ପୁଣି କହିଛନ୍ତି  ଆର୍ଥିକ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ଦେଶର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ଭାବେ ଚିହ୍ନଟ କରାଯାଇଛି। ରାଜ୍ୟର ମୋଟ ବକେୟା ଋଣ ଜିଏସଡିପିର ମାତ୍ର ୧୬ ପ୍ରତିଶତ, ଯେତେବେଳେ ସୁଧ ପରିଶୋଧ ଭାର ଜିଏସଡିପିର ମାତ୍ର ୧.୩୮ ପ୍ରତିଶତ, ଯାହା ଦେଶରେ ସର୍ବନିମ୍ନ। ଏହା ଦର୍ଶାଉଛି ଯେ ଓଡ଼ିଶାର ଆର୍ଥିକ ଭିତ୍ତି ଅତ୍ୟନ୍ତ ମଜବୁତ ଥିଲା।  ଭାରତର ମୋଟ ଖଣିଜ ଉତ୍ପାଦନର ପ୍ରାୟ ଅଧା ଏବଂ କୋଇଲା ଉତ୍ପାଦନର ପ୍ରାୟ ଏକ-ଚତୁର୍ଥାଂଶ ଓଡ଼ିଶାରୁ ଆସୁଛି। ଏତେ ସମ୍ପଦ ଥିବା ସତ୍ତେ୍ୱ ଅନ୍ୟାନ୍ୟ କଥିତ ‘ଡବଲ୍‌ ଇଞ୍ଜିନ’ ରାଜ୍ୟ ଓଡ଼ିଶାଠାରୁ ପଛରେ ରହିଥିବା ପ୍ରଶ୍ନ ଉଠାଇ ସେ କେନ୍ଦ୍ର ଓ ରାଜ୍ୟ ବିଜେପି ସରକାରକୁ ପରୋକ୍ଷ ଭାବେ ନିଶାଣ କରିଛି। ସୁଦୃଢ଼ ଆର୍ଥିକ ପରିଚାଳନା ଯୋଗୁଁ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, କାଳିଆ, ମିଶନ ଶକ୍ତି, ସ୍କୁଲ ରୂପାନ୍ତରଣ, ଦକ୍ଷତା ବିକାଶ, ଆଦିବାସୀ କଲ୍ୟାଣ, ବିପର୍ଯ୍ୟୟ ପରିଚାଳନା, ଜଳସେଚନ ପ୍ରକଳ୍ପ, ଭିତ୍ତିଭୂମି ବିକାଶ ଏବଂ ଖାଦ୍ୟ ସୁରକ୍ଷା ଭଳି ଅନେକ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ସଫଳ ଭାବେ କାର୍ଯ୍ୟକାରୀ କରିପାରିଥିଲା ବୋଲି ଉଲ୍ଲେଖ କରି ଏହି ଯାତ୍ରାରେ ସାଥୀ ହୋଇଥିବା ରାଜ୍ୟବାସୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଉପର ମୁଣ୍ଡରେ ପ୍ରବଳ ବର୍ଷା; ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍, ମୋଟ୍ ୧୬ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ତେବେ ଏହି ସଫଳତା ମଧ୍ୟରେ ନବୀନ ଚିନ୍ତା ମଧ୍ୟ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସରକାର ଯେପରି ଭାବରେ ରାଜ୍ୟର ଆର୍ଥିକ ପରିଚାଳନା କରୁଛନ୍ତି, ତାହା ଯଦି ଏଭଳି ଜାରି ରହେ, ତେବେ ଓଡ଼ିଶା ୨୫ ବର୍ଷ ପୂର୍ବର ଦୁର୍ବଳ ଆର୍ଥିକ ସ୍ଥିତିକୁ ପୁଣି ଫେରିଯିବାର ଆଶଙ୍କା ସୃଷ୍ଟି ହେବ ବୋଲି ସେ ସତର୍କ କରିଛନ୍ତି। ରାଜ୍ୟର ବିକାଶ ଗତିକୁ ବଜାୟ ରଖିବା ପାଇଁ ଆର୍ଥିକ ଶୃଙ୍ଖଳା ଓ ଦୀର୍ଘମିଆଦୀ ଯୋଜନାକୁ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।

24 Jul 2026 By Madhusudan Das

ନିବେଶ ଅନୁକୂଳ ସୂଚୀରେ ଓଡ଼ିଶାକୁ ୫ମ ସ୍ଥାନ: ନବୀନ କହିଲେ, ବିଜେଡି ସରକାରଙ୍କ ୨୫ ବର୍ଷ ପ୍ରୟାସର ଫଳ

ଭୁବନେଶ୍ୱର: ୨୦୨୩-୨୪ ଆର୍ଥିକ ବର୍ଷରେ ତତ୍‌କାଳୀନ କାର୍ଯ୍ୟଦକ୍ଷତା ଆଧାରରେ ପ୍ରସ୍ତୁତ ଓ ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ‘ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲି ଇଣ୍ଡେକ୍ସ-୨୦୨୬’ ରିପୋର୍ଟରେ ଓଡ଼ିଶା ଦେଶର ପଞ୍ଚମ ସ୍ଥାନ ଅଧିକାରକୁ ନେଇ ଆନନ୍ଦ ବ୍ୟକ୍ତ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ଏହି ସଫଳତା ହଠାତ୍‌ ଆସିନାହିଁ; ବରଂ ବିଜୁ ଜନତା ଦଳ ସରକାରଙ୍କ ୨୫ ବର୍ଷର ସୁଦୂରପ୍ରସାରୀ ଆର୍ଥିକ ନୀତି, ପ୍ରଶାସନିକ ସଂସ୍କାର ଓ ୫-ଟି ଶାସନ ମଡେଲର ଫଳ ବୋଲି ଉଲ୍ଲେଖ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ନବୀନ କହିଛନ୍ତି ଯେ, ୨୦୨୩-୨୪ କାର୍ଯ୍ୟଦକ୍ଷତା ଆଧାରରେ ପ୍ରସ୍ତୁତ ଏହି ସୂଚକାଙ୍କରେ ଓଡ଼ିଶା ୫୨.୪ ପ୍ରତିଶତ ସ୍କୋର କରିଛି। ଗୁଜରାଟ ୫୬.୬ ପ୍ରତିଶତ ସ୍କୋର ସହ ପ୍ରଥମ ସ୍ଥାନରେ ଥିବାବେଳେ ଓଡ଼ିଶାର ମାତ୍ର ଚାରି ପଏଣ୍ଟ ପଛରେ ଥାଇ ଶୀର୍ଷ ପାଞ୍ଚରେ ସ୍ଥାନ ଅଧିକାର କରିବା ରାଜ୍ୟର ବିକାଶ ଯାତ୍ରାର ଏକ ବଡ଼ ସଫଳତା ବୋଲି ସେ କହିଛନ୍ତି।

ନବୀନ କହିଛନ୍ତି ଯେ ୨୦୦୦ ମସିହାରେ ଆର୍ଥିକ ଭାବେ ଦୁର୍ବଳ ଓ ପ୍ରାୟ ଦେବାଳିଆ ସ୍ଥିତିରେ ଥିବା ଓଡ଼ିଶା ଆଜି ଦେଶର ଅଗ୍ରଣୀ ନିବେଶ ଆକର୍ଷଣକାରୀ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି। ଏହା କେବଳ ସଂଖ୍ୟାର ସଫଳତା ନୁହେଁ, ବରଂ ଏକ ପଛୁଆ ରାଜ୍ୟରୁ ସୁଶାସନ ଓ ଆର୍ଥିକ ଶୃଙ୍ଖଳା ମାଧ୍ୟମରେ ଆଦର୍ଶ ରାଜ୍ୟରେ ପରିଣତ ହେବାର ଦୃଷ୍ଟାନ୍ତ । ବିଜେଡି ସରକାର ସମୟରେ ନିରନ୍ତର ପ୍ରଶାସନିକ ସଂସ୍କାର, ଆର୍ଥିକ ଶୃଙ୍ଖଳା ଏବଂ ୫-ଟି ନୀତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହାର ପରିଣାମ ସ୍ୱରୂପ ଓଡ଼ିଶାରେ ନିବେଶ ପରିବେଶ ସୁଦୃଢ଼ ହୋଇଥିଲା ଏବଂ ରାଜ୍ୟ ଦେଶର ପ୍ରମୁଖ ଶିଳ୍ପ ଓ ନିବେଶ ଗନ୍ତବ୍ୟସ୍ଥଳୀ ଭାବେ ଉଭା ହୋଇଥିଲା। ଏହି ସଫଳତାକୁ ଆଜି ବର୍ତ୍ତମାନର ବିଜେପି ସରକାର ନିଜର ଉପଲବ୍ଧି ଭାବେ ପ୍ରଚାର କରୁଥିବା ଦେଖି ସେ ଖୁସି, କାରଣ ଏହା ବିଜେଡି ସରକାରଙ୍କ ବିକାଶ ମଡେଲର ସଫଳତାକୁ ପ୍ରମାଣିତ କରୁଛି।

ସେ ପୁଣି କହିଛନ୍ତି  ଆର୍ଥିକ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ଦେଶର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ଭାବେ ଚିହ୍ନଟ କରାଯାଇଛି। ରାଜ୍ୟର ମୋଟ ବକେୟା ଋଣ ଜିଏସଡିପିର ମାତ୍ର ୧୬ ପ୍ରତିଶତ, ଯେତେବେଳେ ସୁଧ ପରିଶୋଧ ଭାର ଜିଏସଡିପିର ମାତ୍ର ୧.୩୮ ପ୍ରତିଶତ, ଯାହା ଦେଶରେ ସର୍ବନିମ୍ନ। ଏହା ଦର୍ଶାଉଛି ଯେ ଓଡ଼ିଶାର ଆର୍ଥିକ ଭିତ୍ତି ଅତ୍ୟନ୍ତ ମଜବୁତ ଥିଲା।  ଭାରତର ମୋଟ ଖଣିଜ ଉତ୍ପାଦନର ପ୍ରାୟ ଅଧା ଏବଂ କୋଇଲା ଉତ୍ପାଦନର ପ୍ରାୟ ଏକ-ଚତୁର୍ଥାଂଶ ଓଡ଼ିଶାରୁ ଆସୁଛି। ଏତେ ସମ୍ପଦ ଥିବା ସତ୍ତେ୍ୱ ଅନ୍ୟାନ୍ୟ କଥିତ ‘ଡବଲ୍‌ ଇଞ୍ଜିନ’ ରାଜ୍ୟ ଓଡ଼ିଶାଠାରୁ ପଛରେ ରହିଥିବା ପ୍ରଶ୍ନ ଉଠାଇ ସେ କେନ୍ଦ୍ର ଓ ରାଜ୍ୟ ବିଜେପି ସରକାରକୁ ପରୋକ୍ଷ ଭାବେ ନିଶାଣ କରିଛି। ସୁଦୃଢ଼ ଆର୍ଥିକ ପରିଚାଳନା ଯୋଗୁଁ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, କାଳିଆ, ମିଶନ ଶକ୍ତି, ସ୍କୁଲ ରୂପାନ୍ତରଣ, ଦକ୍ଷତା ବିକାଶ, ଆଦିବାସୀ କଲ୍ୟାଣ, ବିପର୍ଯ୍ୟୟ ପରିଚାଳନା, ଜଳସେଚନ ପ୍ରକଳ୍ପ, ଭିତ୍ତିଭୂମି ବିକାଶ ଏବଂ ଖାଦ୍ୟ ସୁରକ୍ଷା ଭଳି ଅନେକ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ସଫଳ ଭାବେ କାର୍ଯ୍ୟକାରୀ କରିପାରିଥିଲା ବୋଲି ଉଲ୍ଲେଖ କରି ଏହି ଯାତ୍ରାରେ ସାଥୀ ହୋଇଥିବା ରାଜ୍ୟବାସୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।

ତେବେ ଏହି ସଫଳତା ମଧ୍ୟରେ ନବୀନ ଚିନ୍ତା ମଧ୍ୟ ପ୍ରକାଶ କରିଛନ୍ତି। ବର୍ତ୍ତମାନ ସରକାର ଯେପରି ଭାବରେ ରାଜ୍ୟର ଆର୍ଥିକ ପରିଚାଳନା କରୁଛନ୍ତି, ତାହା ଯଦି ଏଭଳି ଜାରି ରହେ, ତେବେ ଓଡ଼ିଶା ୨୫ ବର୍ଷ ପୂର୍ବର ଦୁର୍ବଳ ଆର୍ଥିକ ସ୍ଥିତିକୁ ପୁଣି ଫେରିଯିବାର ଆଶଙ୍କା ସୃଷ୍ଟି ହେବ ବୋଲି ସେ ସତର୍କ କରିଛନ୍ତି। ରାଜ୍ୟର ବିକାଶ ଗତିକୁ ବଜାୟ ରଖିବା ପାଇଁ ଆର୍ଥିକ ଶୃଙ୍ଖଳା ଓ ଦୀର୍ଘମିଆଦୀ ଯୋଜନାକୁ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର