କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପରେ ଯୁବବର୍ଗ ତଥା Gen Z ଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

Madhusudan Das Picture
Published On

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଯୁବବର୍ଗ ବିଶେଷକରି ଜେନ-ଜେଡ୍ (Gen Z) ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନବୀନ ପଟ୍ଟନାୟକ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ (X) ରେ ଲେଖିଛନ୍ତି, “ଏହି ବିଜୟ ପାଇଁ ଭାରତର ଯୁବବର୍ଗ, ବିଶେଷ କରି ଜେନ-ଜେଡ୍ (Gen Z) କୁ ଅଭିନନ୍ଦନ। ଉତ୍ତରଦାୟିତ୍ୱ ଏବଂ ଜନମତ ପ୍ରତି ସମ୍ବେଦନଶୀଳତା ଏକ ଦୃଢ଼ ଗଣତନ୍ତ୍ରର ଅବିଚ୍ଛେଦ୍ୟ ମୂଲ୍ୟବୋଧ। ଜନଗଣଙ୍କ ଇଚ୍ଛା ଉପରେ କେହି ନୁହଁନ୍ତି। ଲୋକଙ୍କର ବିଶେଷକରି ଯୁବକମାନଙ୍କ ସ୍ୱର ଶୁଣିବା ଉଚିତ୍। ଭାରତର ଭବିଷ୍ୟତ ଯୁବକମାନଙ୍କର ଅଟେ। ମୁଁ ସେମାନଙ୍କୁ ସମସ୍ତ ଶୁଭକାମନା ଜଣାଉଛି।”

ଆହୁରି ପଢ଼ନ୍ତୁ: ପରୀକ୍ଷା ଅବ୍ୟବସ୍ଥାକୁ ନେଇ ନବୀନଙ୍କ କ୍ଷୋଭ: ଭରସା ଭାଙ୍ଗିଛି ଶିକ୍ଷା ବ୍ୟବସ୍ଥା, ଛାତ୍ରଙ୍କ ସହ ଆଲୋଚନା କରନ୍ତୁ ସରକାର

ସୂଚନାଯୋଗ୍ୟ, ସାରା ଦେଶରେ ନିଟ୍ (NEET) ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଏବଂ ଅନିୟମିତତାକୁ ନେଇ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଥିଲା। ହଜାର ହଜାର ଛାତ୍ରଛାତ୍ରୀ ଏବଂ ଯୁବଗୋଷ୍ଠୀ ଦିଲ୍ଲୀର ଜନ୍ତର ମନ୍ତର ସମେତ ଦେଶର ବିଭିନ୍ନ ସ୍ଥାନରେ ଏକାଠି ହୋଇ ନିଜର ଭବିଷ୍ୟତକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ନ୍ୟାୟ ଦାବି କରିଥିଲେ। ଲଗାତାର ଛାତ୍ର ଆନ୍ଦୋଳନ ଏବଂ ପ୍ରବଳ ଜନ ଅସନ୍ତୋଷ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାକୁ ଯୁବଶକ୍ତିର କ୍ରମାଗତ ଚାପ ଏବଂ ଦୃଢ଼ ଦାବିର ଫଳସ୍ୱରୂପ ବୋଲି ବିବେଚନା କରାଯାଉଛି। 

ଆହୁରି ପଢ଼ନ୍ତୁ: ବାହୁଡ଼ିବେ ମହାବାହୁ; ରଥାରୁଢ଼ ହୋଇସାରିଲେଣି ବଳଭଦ୍ର ଏବଂ ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ

25 Jul 2026 By Madhusudan Das

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ପରେ ଯୁବବର୍ଗ ତଥା Gen Z ଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଯୁବବର୍ଗ ବିଶେଷକରି ଜେନ-ଜେଡ୍ (Gen Z) ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନବୀନ ପଟ୍ଟନାୟକ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ (X) ରେ ଲେଖିଛନ୍ତି, “ଏହି ବିଜୟ ପାଇଁ ଭାରତର ଯୁବବର୍ଗ, ବିଶେଷ କରି ଜେନ-ଜେଡ୍ (Gen Z) କୁ ଅଭିନନ୍ଦନ। ଉତ୍ତରଦାୟିତ୍ୱ ଏବଂ ଜନମତ ପ୍ରତି ସମ୍ବେଦନଶୀଳତା ଏକ ଦୃଢ଼ ଗଣତନ୍ତ୍ରର ଅବିଚ୍ଛେଦ୍ୟ ମୂଲ୍ୟବୋଧ। ଜନଗଣଙ୍କ ଇଚ୍ଛା ଉପରେ କେହି ନୁହଁନ୍ତି। ଲୋକଙ୍କର ବିଶେଷକରି ଯୁବକମାନଙ୍କ ସ୍ୱର ଶୁଣିବା ଉଚିତ୍। ଭାରତର ଭବିଷ୍ୟତ ଯୁବକମାନଙ୍କର ଅଟେ। ମୁଁ ସେମାନଙ୍କୁ ସମସ୍ତ ଶୁଭକାମନା ଜଣାଉଛି।”

ସୂଚନାଯୋଗ୍ୟ, ସାରା ଦେଶରେ ନିଟ୍ (NEET) ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଏବଂ ଅନିୟମିତତାକୁ ନେଇ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଥିଲା। ହଜାର ହଜାର ଛାତ୍ରଛାତ୍ରୀ ଏବଂ ଯୁବଗୋଷ୍ଠୀ ଦିଲ୍ଲୀର ଜନ୍ତର ମନ୍ତର ସମେତ ଦେଶର ବିଭିନ୍ନ ସ୍ଥାନରେ ଏକାଠି ହୋଇ ନିଜର ଭବିଷ୍ୟତକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ନ୍ୟାୟ ଦାବି କରିଥିଲେ। ଲଗାତାର ଛାତ୍ର ଆନ୍ଦୋଳନ ଏବଂ ପ୍ରବଳ ଜନ ଅସନ୍ତୋଷ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାକୁ ଯୁବଶକ୍ତିର କ୍ରମାଗତ ଚାପ ଏବଂ ଦୃଢ଼ ଦାବିର ଫଳସ୍ୱରୂପ ବୋଲି ବିବେଚନା କରାଯାଉଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର