ଏଣିକି ସ୍କୁଲରେ ଦଶମ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମିଳିବ ଅଣ୍ଡା- ଲଡୁ ସହ ମଧ୍ଯାହ୍ନ ଭୋଜନ…

The Sakala Picture
Published On

ଭୁବନେଶ୍ବର: ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଅଣ୍ଡା ସହିତ ମିଳିବ ଲଡୁ । ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ଖାଦ୍ୟ । ଏ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସ୍କୁଲ ପିଲାମାନଙ୍କୁ ଏଣିକି ୩ ଦିନ ଅଣ୍ଡା ମିଳିବ । ଏହା ସହିତ ୩ ଦିନ ପୁଷ୍ଟିକର ଲଡୁ ବି ମିଳିବ । ୬ ଦିନ ଯାକ ପିଲାମାନଙ୍କୁ କିଛି ନା କିଛି ମିଳିବ । ସେହିଭଳି […]

ଭୁବନେଶ୍ବର: ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଅଣ୍ଡା ସହିତ ମିଳିବ ଲଡୁ । ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ଖାଦ୍ୟ । ଏ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସ୍କୁଲ ପିଲାମାନଙ୍କୁ ଏଣିକି ୩ ଦିନ ଅଣ୍ଡା ମିଳିବ । ଏହା ସହିତ ୩ ଦିନ ପୁଷ୍ଟିକର ଲଡୁ ବି ମିଳିବ । ୬ ଦିନ ଯାକ ପିଲାମାନଙ୍କୁ କିଛି ନା କିଛି ମିଳିବ ।

ଆହୁରି ପଢ଼ନ୍ତୁ: ବାତ୍ୟା 'ମୁରାସୁ'କୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି

ସେହିଭଳି ପୂର୍ବରୁ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ମିଳୁଥିଲା । କିନ୍ତୁ ଏବେ ଠାରୁ ନବମ ଶ୍ରେଣୀ ଓ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନ ମିଳିବ । ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ଚିଠି ମାଧ୍ୟମରେ ଘୋଷଣା କରାଯାଇଛି ।

ଆହୁରି ପଢ଼ନ୍ତୁ: ବନ୍ୟାରେ କ୍ଷତିଗ୍ରସ୍ତ ଗଞ୍ଜାମ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବାକୁ ଆସନ୍ତା ୭ରେ ଜିଲ୍ଲା ଗସ୍ତ କରିବେ ନବୀନ

ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଜାରି ଚିଠି ଅନୁଯାୟୀ, ଶିଶୁ ବାଟିକାରୁ ଦଶମ ଶ୍ରେଣୀ ପିଲାଙ୍କୁ ପୁଷ୍ଟିକର ଲଡୁ ସହ ଏଣିକି ୩ ଦିନ ଅଣ୍ଡା ଦିଆଯିବ। ଆଗରୁ ୨ ଦିନ ଅଣ୍ଡା ଦିଆ ଯାଉଥିବା ବେଳେ ଏବେ ସପ୍ତାହକୁ ୩ ଦିଆଯିବ। ସୋମବାର, ବୁଧବାର ଓ ଶୁକ୍ରବାର ଦିଆଯିବ ଅଣ୍ଡା। ସେହିଭଳି ମଙ୍ଗଳବାର, ଗୁରୁବାର ଓ ଶନିବାର ଦିଆଯିବ ପୁଷ୍ଟିକର ଲଡୁ।

ଆହୁରି ପଢ଼ନ୍ତୁ: ଲାଞ୍ଚ ନେଇ ORS ଅଧିକାରୀ ଗିରଫ: ବିଭାଗୀୟ ସହକର୍ମୀଙ୍କୁ ଚିଠି ଲେଖିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ; ଚାକିରି କାଳରେ ସ୍ୱଚ୍ଛତା ବଜାଇ ରଖିବାକୁ ଅପିଲ୍‌

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର