ଚାଲିଗଲା ଆକାଶ; ସାଥୀ ହରାଇଲେ ରୁକ୍ମିଣୀ, ରାଧା
ଭୁବନେଶ୍ବର: ସାଥୀ ରୁକ୍ମିଣୀ ଓ ରାଧାଙ୍କୁ ଏକା ଛାଡ଼ି ଦେଇ ଆର ପାରିକୁ ଚାଲିଗଲା ଆକାଶ। ଏକଦା ସିଂହୀ ରୁକ୍ମିଣୀ ଓ ରାଧା ସହ ମିଳନ କରୁଥିବା ସିଂହ ଆକାଶର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ନନ୍ଦନକାନନ ଚିଡ଼ିଆଖାନାରେ ବୁଧବାର ହାଇବ୍ରିଡ଼ ସିଂହ ଆକାଶର ମୃତ୍ୟୁ ହୋଇଛି। ଆକାଶର ବୟସ ୧୭ବର୍ଷ ବୋଲି ଜଣାପଡ଼ିଛି। ନନ୍ଦନକାନନ ସିଂହ ସଫାରୀରେ ରହୁଥିବା ଆକାଶ ଗତ କିଛି ଦିନ ଅସୁସ୍ଥ ହୋଇପଡ଼ିଥିଲା। ବାର୍ଦ୍ଧକ୍ୟ ଜନିତ କାରଣ ଓ ତା […]
ଭୁବନେଶ୍ବର: ସାଥୀ ରୁକ୍ମିଣୀ ଓ ରାଧାଙ୍କୁ ଏକା ଛାଡ଼ି ଦେଇ ଆର ପାରିକୁ ଚାଲିଗଲା ଆକାଶ। ଏକଦା ସିଂହୀ ରୁକ୍ମିଣୀ ଓ ରାଧା ସହ ମିଳନ କରୁଥିବା ସିଂହ ଆକାଶର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ନନ୍ଦନକାନନ ଚିଡ଼ିଆଖାନାରେ ବୁଧବାର ହାଇବ୍ରିଡ଼ ସିଂହ ଆକାଶର ମୃତ୍ୟୁ ହୋଇଛି। ଆକାଶର ବୟସ ୧୭ବର୍ଷ ବୋଲି ଜଣାପଡ଼ିଛି। ନନ୍ଦନକାନନ ସିଂହ ସଫାରୀରେ ରହୁଥିବା ଆକାଶ ଗତ କିଛି ଦିନ ଅସୁସ୍ଥ ହୋଇପଡ଼ିଥିଲା। ବାର୍ଦ୍ଧକ୍ୟ ଜନିତ କାରଣ ଓ ତା ପେଟରେ ଟ୍ୟୁମର ହୋଇଥିବା କାରଣରୁ ତାର ମୃତ୍ୟୁ ହୋଇଥିବା ନେଇ ଅଧିକାରୀଙ୍କଠାରୁ ଜାଣିବାକୁ ମିଳିଛି। ୨୦୧୪ମସିହାରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଆକାଶ ବାଙ୍ଗାଲୁର ବାନରଘାଟ ଚିଡିଆଖାନାରୁ ନନ୍ଦନକାନନ ଆସିଥିଲା। ମୃତ୍ୟୁ ପରେ ଆକାଶ’ର ଶବକୁ ବ୍ୟବଚ୍ଛେଦ କରି ପୋଡି ଦିଆଯାଇଛି। ଆକାଶକୁ ଗତ ୨୦୧୪ ମସିହାରେ ବାଙ୍ଗାଲୋରସ୍ଥିତ ବନେରୁଘାଟା ଚିଡ଼ିଆଖାନାରୁ ସିଂହ ନରସିଂହା, ରାଧା ଓ ରୁକ୍ମିଣୀଙ୍କ ସହିତ ଅଣାଯାଇଥିଲା। ତେବେ ଆକାଶକୁ ସିଂହୀ ରୁକ୍ମିଣୀ ଓ ରାଧା ସଙ୍ଗେ ମିଳନ କରାଯାଇଥିଲା। ହେଲେ ଏହି ମିଳନରେ ଆକାଶ ଔରସରୁ କେହି ଗର୍ଭଧାରଣ କରି ନ ଥିଲେ। ଆକାଶ ମୃତ୍ୟୁ ଫଳରେ ନନ୍ଦନକାନନରେ ସିଂହ ସଂଖ୍ୟା ୨୨କୁ ହ୍ରାସ ପାଇଛି। ହାଇବ୍ରିଡ଼ ସିଂହ ସଂଖ୍ୟା ୬ଟି ରହିଲେ। ଏହି ୨୨ଟି ମଧ୍ୟରେ ୧୩ ଅଣ୍ଡିରା ଓ ୯ ମାଈ ଅଛନ୍ତି। ୬ ହାଇବ୍ରିଡ୍ ମଧ୍ୟରେ ୩ଟି ଲେଖାଏଁ ଅଣ୍ଡିରା ଓ ମାଈ ଅଛନ୍ତି।