ଆକାଶରୁ ଖସିଲା ମୃତ୍ୟୁ : ରାଜ୍ୟର ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୮ ଜଣଙ୍କ ମୃତ୍ୟୁ

The Sakala Picture
Published On

ଭୁବନେଶ୍ବର : ଆଜି ରାଜ୍ୟରେ ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ଢେଙ୍କାନାଳ ,ପୁରୀ,କେନ୍ଦୁଝର,କଟକ, ନୟାଗଡ଼, ଅନୁଗୁଳ,ଗଞ୍ଜାମରେ ଘଟିଛି ଏମିତି ଘଟଣା। ଢେଙ୍କାନାଳରେ ବଜ୍ରପାତ ହେବା କାରଣରୁ ଦୁଇ ମୃତ ଦୁଇ ଗୁରୁତର ହୋଇଛନ୍ତି। ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ମହୁଲପଡ଼ା ପଲେଇସାହିରେ ବଜ୍ରପାତରେ ଦୁଇଜଣଙ୍କ ମୃତ୍ୟୁ ହୋଇଛନ୍ତି। ପଥର ଖଣିରେ କାମ କରୁଥିବା ବେଳେ ଘଟିଛି ଏଭଳି ଦୁର୍ଘଟଣା। ଦୁଇ ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।ମୃତ […]

ଭୁବନେଶ୍ବର : ଆଜି ରାଜ୍ୟରେ ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ଢେଙ୍କାନାଳ ,ପୁରୀ,କେନ୍ଦୁଝର,କଟକ, ନୟାଗଡ଼, ଅନୁଗୁଳ,ଗଞ୍ଜାମରେ ଘଟିଛି ଏମିତି ଘଟଣା।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ଆଶଙ୍କା: ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

  • ଢେଙ୍କାନାଳରେ ବଜ୍ରପାତ ହେବା କାରଣରୁ ଦୁଇ ମୃତ ଦୁଇ ଗୁରୁତର ହୋଇଛନ୍ତି। ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ମହୁଲପଡ଼ା ପଲେଇସାହିରେ ବଜ୍ରପାତରେ ଦୁଇଜଣଙ୍କ ମୃତ୍ୟୁ ହୋଇଛନ୍ତି। ପଥର ଖଣିରେ କାମ କରୁଥିବା ବେଳେ ଘଟିଛି ଏଭଳି ଦୁର୍ଘଟଣା। ଦୁଇ ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।ମୃତ ଦୁଇ ଜଣ ଖୁଣ୍ଟୁଣି ଥାନା ଅନ୍ତର୍ଗତ ମହାଲକ୍ଷ୍ମୀପୂରର ବୋଲି ସୂଚନା ମିଳିଛି।
  • ନୟାଗଡ଼ରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଛି ଓ ୩ଜଣ ଗୁରୁତର ଆହତ। ଶରଣକୁଳ ଶିଖରପୁର ଅଞ୍ଚଳରେ ଜମିରେ ଧାନ ତଳି ରୋଉଥିବା ବେଳେ ବଜ୍ରପାତରେ ସୁଦର୍ଶନ ପଲେଇଙ୍କର ମୃତ୍ୟୁ ହୋଇଛି । ବଜ୍ରଘାତରେ ଆହତ ମାନେ ହେଲେ ମଦନ ପରିଡା,ଶଙ୍କର୍ଷଣ ପରିଡା ଓ ଦୁଃଶାସନ ପାଳ ।
  • ଅନୁଗୁଳରେ ବଜ୍ରାଘାଟରେ ଜଣଙ୍କର ମୃତ୍ୟୁ ହୋଇଛି। ପଙ୍କଜ ନାଏକ ନାମକ ଜଣେ ଚାଷୀ କଙ୍କରେଇ ହରିଜନ ସାହି ପଞ୍ଚାୟତ ଅଫିସ ପଛପଟକୁ ପାଣି ବନ୍ଧାଇଵା ପାଇଁ ଯାଇଥିବା ବେଳେ ବଜ୍ରପାତ ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଛି।
  • ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଦଦରଲୁଣ୍ଡା ଗ୍ରାମ ନିକଟରେ ଗାଈ ଚରାଉଥିବା ବେଳେ ଵଜ୍ରାଘାତ ଘଟି ଜଣଙ୍କର ମୃତ୍ୟୁ ହୋଇଛି।  ମୃତକ ଜଣଙ୍କ ହେଲେ ଗ୍ରାମର ବସନ୍ତ ଗୌଡ଼ ।
  • କଟକ ଟାଙ୍ଗୀ ଚୌଦ୍ଵାର ବ୍ଲକ ଅନ୍ତର୍ଗତ କାଞ୍ଜୀଆ ଗ୍ରାମରେ ବଜ୍ରପାତରେ ମହିଳାଙ୍କ ମୃତ୍ୟୁ ହୋଇଛି।  । ମହିଳା ଜଣଙ୍କ ହେଲେ ବୁଲି ସାମଲ । ବିଲରେ ଚାଷ କାମ କରୁଥିଲା ବେଳେ ବଜ୍ରପାତ ଘଟିଥିଲା ।
  • କେନ୍ଦୁଝର ହରିଚନ୍ଦନପୁର ବ୍ଲକ୍‌ ହଳଦିଆପଦାରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି।
  • ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଧୀନ ସୁଜନପୁର ପଞ୍ଚାୟତ ଅନ୍ତର୍ଗତ କଅଁଳପଡା ଗ୍ରାମର ଜଣେ ଯୁବକ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି । ମୃତ ଯୁବକ ଜଣକ ହେଲେ ଗ୍ରାମର ରବି ବେହେରାଙ୍କ ପୁଅ ସାଗର ବେହେରା। ଆଜି ଅପରାହ୍ନ ସମୟରେ ସାଗର ନିଜ ଧାନ ଜମିରେ କାମ କରୁଥିଲେ । ହଠାତ୍ ପ୍ରବଳ ବର୍ଷା ସହିତ ବିଜୁଳି ଘଡ଼ଘଡିରେ ତାଙ୍କର ମୃତ୍ୟୁ ହୋଇଛି।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର