ପିଏଚଡି ପାଇପ ଫାଟିଯିବାରୁ ପାଣିରେ ଭିଜି ନଷ୍ଟ ହୋଇଗଲା ବସ୍ତା ବସ୍ତା ଧାନ, ଚିନ୍ତାରେ ଚାଷୀ

Madhusudan Das Picture
Published On

ସମ୍ବଲପୁର: ପାଣିରେ ଭିଜି ନଷ୍ଟ ହୋଇଗଲା ଶହ ଶହ ବସ୍ତା ଧାନ । ପିଏଚଡି ପାଇପ ଫାଟିଯିବାରୁ ପାଣିରେ ଭିଜି ନଷ୍ଟ ହୋଇଯାଇଛି ଚାଷୀଙ୍କ ପ୍ରାୟ ୭୦୦ ବସ୍ତା ଧାନ । ସମ୍ବଲପୁର ଭତରା ହସ୍ପିଟାଲ ରୋଡ ପାଖ ଖଳାରେ ଥିବା ଚାଷୀ କୁବେର ଭୁକ୍ତାଙ୍କ ଖଳାରେ ଏଭଳି ଘଟଣା ଘଟିଛି ।

ଆହୁରି ପଢ଼ନ୍ତୁ: ମାଲକାନଗିରି ରାଖେଲଗୁଡ଼ା ହତ୍ୟାକାଣ୍ଡ ଘଟଣା: ପୋଲିସକୁ ମିଳିଲା ମହିଳାଙ୍କ କଟାମୁଣ୍ଡ

ପିଏଚଡି ଅଧୀନରେ ଥିବା ଶିବଶକ୍ତି ଠିକା ସଂସ୍ଥାର ଭୁଲ ପାଇଁ ପ୍ରାୟ ୬ରୁ ୭ ଲକ୍ଷ ଟଙ୍କାର ଧାନ ବର୍ବାଦ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ରାତି ୧୦ଟାରୁ ପାଇପ ଫାଟି ପାଣି ଲିକେଜ ହେବାରୁ କୁବେରଙ୍କ ସବୁ ଧାନ ନଷ୍ଟ ହୋଇଯାଇଛି । ଏବେ ଭିଜା ଧାନକୁ ଧରି ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ କୁବେର ଭୁକ୍ତା । ଏବେ ଭିଜା ଧାନକୁ ନେଇ କଣ କରିବେ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । ଏହି ଧାନ ଆଉ ବିକ୍ରି ହୋଇପାରିବ ନାହିଁ । 

ଆହୁରି ପଢ଼ନ୍ତୁ: ରୋଗୀଙ୍କୁ ମିଳୁନି କିନ୍ତୁ ରାସ୍ତା କଡ଼ରେ ଫିଙ୍ଗାହେଉଛି ସରକାରୀ ଔଷଧ

Join Us @ WhatsApp

About The Author

Google News
Join Us @ WhatsApp