ରାଜ୍ୟରେ ୪୬ ଜଣଙ୍କ ଜୀବନ ନେଲାଣି କୋଭିଡ୍‌ ୪ର୍ଥ ଲହର, ପ୍ରତିଦିନ ପ୍ରାଣ ହରାଉଛନ୍ତି ଜଣେ କିମ୍ବା ଦୁଇ ଜଣ ଆକ୍ରାନ୍ତ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍‍ ସଂକ୍ରମଣ ଦୁର୍ବଳ ଅବସ୍ଥାରେ ରହିଛି। ଦୈନିକ ସଂକ୍ରମଣ ୫%ରୁ ହ୍ରାସ ପାଇ ୧%ରୁ ସାମାନ୍ୟ ଅଧିକ ରହିଛି। କିନ୍ତୁ କୋଭିଡ୍‍ ମୃତ୍ୟୁ ଥମିବାର ନାଁ ଧରୁ ନାହିଁ। ବେଶ୍‍ କିଛି ଦିନର ବ୍ୟବଧାନ ପରେ ଜୁଲାଇ ମାସରୁ କୋଭିଡ୍‍ ମୃତ୍ୟୁ ଆରମ୍ଭ ହୋଇଥିଲା। ୪ର୍ଥ ଲହରରେ ୪୬ ଜଣଙ୍କ ଜୀବନ ନେଲାଣି କରୋନା। ପ୍ରତି ଦିନ ଜଣେ ଦୁଇ ଜଣ କୋଭିଡ୍‍ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି। ଚଳିତ ବର୍ଷ ଜାନୁଆରୀ ୩ […]

ଭୁବନେଶ୍ୱର : ରାଜ୍ୟରେ କୋଭିଡ୍‍ ସଂକ୍ରମଣ ଦୁର୍ବଳ ଅବସ୍ଥାରେ ରହିଛି। ଦୈନିକ ସଂକ୍ରମଣ ୫%ରୁ ହ୍ରାସ ପାଇ ୧%ରୁ ସାମାନ୍ୟ ଅଧିକ ରହିଛି। କିନ୍ତୁ କୋଭିଡ୍‍ ମୃତ୍ୟୁ ଥମିବାର ନାଁ ଧରୁ ନାହିଁ। ବେଶ୍‍ କିଛି ଦିନର ବ୍ୟବଧାନ ପରେ ଜୁଲାଇ ମାସରୁ କୋଭିଡ୍‍ ମୃତ୍ୟୁ ଆରମ୍ଭ ହୋଇଥିଲା। ୪ର୍ଥ ଲହରରେ ୪୬ ଜଣଙ୍କ ଜୀବନ ନେଲାଣି କରୋନା। ପ୍ରତି ଦିନ ଜଣେ ଦୁଇ ଜଣ କୋଭିଡ୍‍ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ଚଳିତ ବର୍ଷ ଜାନୁଆରୀ ୩ ତାରିଖ ସୁଦ୍ଧା ରାଜ୍ୟରେ ୮୪୬୩ କୋଭିଡ୍‍ ମୃତ୍ୟୁ ହୋଇଥିଲା। ଗତକାଲି ସକାଳ ସୁଦ୍ଧା ରାଜ୍ୟରେ ୯୧୭୨ ଜଣ ପ୍ରାଣ ହରାଇଛନ୍ତି। ୪ର୍ଥ ଲହର ଆରମ୍ଭ ହେବା ପରେ କୋଭିଡ୍‍ ମୃତ୍ୟୁ ହୋଇନଥିଲା। ତେବେ ଜୁଲାଇ ୧୨ ତାରିଖରେ ପ୍ରଥମ କୋଭିଡ୍‍ ମୃତ୍ୟୁ ହୋଇଥିଲା। ଏହା ପରେ ଦିନେ ଦୁଇ ଦିନ ବ୍ୟବଧାନରେ କ୍ରମାଗତ ଭାବେ କୋଭିଡ୍‍ ମୃତ୍ୟୁ ହୋଇ ୪୬ ଜଣଙ୍କ ପ୍ରାଣ ନେଲାଣି କରୋନା। ସାଧାରଣତଃ ବୟସ୍କ ଏବଂ ବହୁବିଧ ରୋଗରେ ପୀଡିତ ରୋଗୀ କରୋନାରେ ପ୍ରାଣ ହରାଇଥାନ୍ତି। ହେଲେ ୪ର୍ଥ ଲହରରେ କମ୍‍ ବୟସ୍କ ଏବଂ ସାଧାରଣ ରୋଗରେ ପୀଡିତ ସଂକ୍ରମିତ ମଧ୍ୟ ପ୍ରାଣ ହରାଉଥିବା ଦେଖାଯାଇଛି। ସୁନ୍ଦରଗଡ଼, କଳାହାଣ୍ଡି, ଭୁବନେଶ୍ୱର, କେନ୍ଦୁଝର ଜିଲ୍ଲାରେ କୋଭିଡ୍‍ ମୃତ୍ୟୁ ଅଧିକ ରହୁଥିବା ଦେଖାଯାଇଛି।

ଆହୁରି ପଢ଼ନ୍ତୁ: ଏରସମା ଶିଆଳି ବେଳାଭୂମି ନିକଟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ନେଇଗଲେ ଦୁବୃର୍ତ୍ତ

ଗତ ୨୩ ତାରିଖରେ ନବରଙ୍ଗପୁର ଜିଲ୍ଲାରେ ଜଣେ ୨୧ ବର୍ଷିୀୟ କୋଭିଡ୍‍ ଆକ୍ରାନ୍ତ ଯୁବତୀ ପ୍ରାଣ ହରାଇଥିଲେ। ତାଙ୍କର କୌଣସି ରୋଗ ନଥିଲା। ସେହିପରି ୧୪ ତାରିଖରେ ରାୟଗଡ଼ା ଜିଲ୍ଲାରେ ଜଣେ ୨୪ ବର୍ଷୀୟ ମହିଳା ପ୍ରାଣ ହରାଇଥିଲେ। ତେବେ ଅଧିକାଂଶ ମୃତକଙ୍କ ବୟସ ୬୦ ବର୍ଷରୁ ୮୦ ବର୍ଷ ମଧ୍ୟରେ ସୀମିତ ରହୁଛି। ଆଇଏଲ୍‍ଏସ୍‍ର ଜଣେ ବୈଜ୍ଞାନିକ କହିଛନ୍ତି, ସଂକ୍ରମଣ ହାର ହ୍ରାସ ପାଇଥିଲେ ସୁଦ୍ଧା କୋଭିଡ୍‍ ଭୂତାଣୁର ବିପଦ ଟଳି ନାହିଁ। ସକ୍ରିୟ ରହିଥିବା ମ୍ୟୁଟେସନ୍‍ ହେତୁ ଲୋକଙ୍କ ପ୍ରାଣ ଯାଉଛି। ଯଦି ସମ୍ପୃକ୍ତ ବ୍ୟକ୍ତିଙ୍କର ଅନ୍ୟ କୌଣସି ଗୁରୁତର ରୋଗ ରହିଛି ତା ହେଲେ ସେ କୋଭିଡ୍‍ ଭୂତାଣୁର ପ୍ରତିରୋଧ କରିପାରୁ ନାହାନ୍ତି। ସେଥିପାଇଁ ସେମାନଙ୍କ ଜୀବନ ରକ୍ଷା ସମ୍ଭବ ହେଉ ନାହିଁ। ଡାକ୍ତର ହରିଶ ଚୌଧୂରୀ କହିଛନ୍ତି, କୋଭିଡ୍‍ ଟିକା ଲୋକଙ୍କୁ ସୁରକ୍ଷା ଦେଉଛି। ଏବେ ରାଜ୍ୟରେ ଟିକାକରଣ ସନ୍ତୋଷଜନକ ରହିଥିବା ସତ୍ତ୍ବେ ପ୍ରାଣ ହାନୀ ଘଟିବା ଚିନ୍ତାର କାରଣ। ଯେଉଁ ମାନେ କୋଭିଡ୍‍ରେ ପ୍ରାଣ ହରାଉଛନ୍ତି ସେମାନେ ଟିକା ନେଇଛନ୍ତି କି ନାହିଁ ତାହା ତର୍ଜମା କରିବା ଆବଶ୍ୟକ। କୋଭିଡ୍‍ ଭୂତାଣୁ ଆମ ଭିତରେ ସକ୍ରିୟ ରହିଛି ଆଉ ଆଗକୁ ମଧ୍ୟ ରହିବ। ତେଣୁ କୋଭିଡ୍‍ ନିୟମ ପାଳନ କରିବା ହିଁ ଯଥାର୍ଥ ବୋଲି ଡା ଚୌଧୂରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ବ୍ରାହ୍ମଣୀ ବ୍ରିଜ୍‌ ଉପରେ କାର୍ ରଖି ନଦୀକୁ ଡେଇଁଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର