ନେତାଜୀ ବସ ଟର୍ମିନାଲରୁ ଗଡ଼ିବ ବସ୍: ଆଜିଠାରୁ ବନ୍ଦ ହେବ ବାଦାମବାଡ଼ି ସମେତ ୪ ବସ୍‌ଷ୍ଟାଣ୍ଡ, ଜାଣନ୍ତୁ କେଉଁ ବସ୍‌ କେଉଁ ପଟେ ଯିବ…..

The Sakala Picture
Published On

କଟକ: କଟକର ବହୁ ପ୍ରତୀକ୍ଷିତ ଖାନନଗର ନେତାଜୀ ବସ ଟର୍ମିନାଲ ଗତକାଲି ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ପରେ ପୁରୁଣା ବାଦାମବାଡି ବସଷ୍ଟାଣ୍ଡ ସମେତ ୪ବସଷ୍ଟାଣ୍ଡକୁ ଆସନ୍ତାକାଲି ଠାରୁ ବନ୍ଦ କରାଯିବ। ଏ ସଂକ୍ରାନ୍ତରେ କଟକ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବାଦାମବାଡି ପୁରୁଣା ବସଷ୍ଟାଣ୍ଡ,ପାଲାମଣ୍ଡପସ୍ଥିତ ପୁରୀ ବସଷ୍ଟାଣ୍ଡ, ବାଦମବାଡିସ୍ଥିତ ପାରାଦ୍ୱୀପ ବସଷ୍ଟାଣ୍ଡ ଓ ଅନୁଗୁଳ ବସଷ୍ଟାଣ୍ଡକୁ ଆସନ୍ତା କାଲି ଠାରୁ ବନ୍ଦ କରିଦିଆଯିବ। ସେହିପରି ଏହି ସମସ୍ତ ବସଷ୍ଟାଣ୍ଡରୁ ଗଡ଼ୁଥିବା […]

କଟକ: କଟକର ବହୁ ପ୍ରତୀକ୍ଷିତ ଖାନନଗର ନେତାଜୀ ବସ ଟର୍ମିନାଲ ଗତକାଲି ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ପରେ ପୁରୁଣା ବାଦାମବାଡି ବସଷ୍ଟାଣ୍ଡ ସମେତ ୪ବସଷ୍ଟାଣ୍ଡକୁ ଆସନ୍ତାକାଲି ଠାରୁ ବନ୍ଦ କରାଯିବ। ଏ ସଂକ୍ରାନ୍ତରେ କଟକ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବାଦାମବାଡି ପୁରୁଣା ବସଷ୍ଟାଣ୍ଡ,ପାଲାମଣ୍ଡପସ୍ଥିତ ପୁରୀ ବସଷ୍ଟାଣ୍ଡ, ବାଦମବାଡିସ୍ଥିତ ପାରାଦ୍ୱୀପ ବସଷ୍ଟାଣ୍ଡ ଓ ଅନୁଗୁଳ ବସଷ୍ଟାଣ୍ଡକୁ ଆସନ୍ତା କାଲି ଠାରୁ ବନ୍ଦ କରିଦିଆଯିବ। ସେହିପରି ଏହି ସମସ୍ତ ବସଷ୍ଟାଣ୍ଡରୁ ଗଡ଼ୁଥିବା ଘରୋଇ,ସରକାରୀ ତଥା ମୋ ବସ ଗୁଡିକ ଆସନ୍ତାକାଲି ଠାରୁ ନେତାଜୀ ବସ ଟର୍ମିନାଲରୁ ଗଡ଼ିବା ବାଧ୍ୟତାମୂଳକ ହୋଇଛି। ଏଣୁ ଏହି ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପାଇଁ ଆରଟିଓଙ୍କ ପକ୍ଷରୁ ଏନଫୋର୍ସମେଣ୍ଟ ଟିମ କରାଯାଇଛି। ଆସନ୍ତା ୧୭ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ଅଥବା ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଏହି ଏନଫୋର୍ସମେଣ୍ଟ ଜାରି ରହିବ। ଜୁନିଅର ଏମଭିଆଇ ନେତ୍ରାନନ୍ଦ ମିଶ୍ର,ଟ୍ରାଫିକ ଇନସ୍ପେକ୍ଟର ରଞ୍ଜନ କୁମାର ଦୋରା ଓ ସେମାନଙ୍କ ଟିମ ପୁରୁଣା ବସଷ୍ଟାଣ୍ଡ ଓ ନେତାଜୀ ବସ ଟର୍ମିନାଲରେ ରହି ତଦାରଖ କରିବା ସହ ସମସ୍ତ ବସ ଯେପରି ନେତାଜୀ ବସ ଟର୍ମିନାଲକୁ ଯିବ ତାହା ସୁନିଶ୍ଚିତ କରିବେ। ଉପରୋକ୍ତ ନିଷ୍ପତ୍ତି ଉଲ୍ଲଘଂନ କ୍ଷେତ୍ରରେ ସମ୍ପୃକ୍ତ ବସ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଆରଟିଓଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଅଘଟଣ: ବାଣୀବିହାର ଡ୍ରେନ୍‌ରେ ଭାସି ଯୁବକ ନିଖୋଜ

କେଉଁ ବସ୍‌ କେଉଁ ପଟେ ଯିବ

ଆହୁରି ପଢ଼ନ୍ତୁ: ରଥଯାତ୍ରା କର୍ଡନ ପାସ୍‌କୁ ନେଇ CMଙ୍କ କଡ଼ା ନିର୍ଦ୍ଦେଶ: କେବଳ ନୀତିକାନ୍ତି ସହ ଜଡ଼ିତ ସେବକ ଓ କର୍ମଚାରୀଙ୍କୁ ଅନୁମତି

କଟକ ଘରୋଇ ବସ ମାଲିକ ସଂଘ ସହ ଆଲୋଚନା ପରେ ବସ ଗୁଡିକ ପାଇଁ ନେତାଜୀ ବସ ଟର୍ମିନାଲରେ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଛି। ପୁରୀ, ଭୁବନେଶ୍ୱର, ନିଆଳି, ଖୋର୍ଦ୍ଧା, ବ୍ରହ୍ମପୁର, ଗଜପତି, କୋରାପୁଟ, ରାୟଗଡ଼ା, ନୟାଗଡ଼, ଫୁଲବାଣୀ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଭବାନୀପାଟଣା ଆଦି ଦକ୍ଷିଣ,ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପଶ୍ଚିମ ଅଭିମୁଖେ ଯାଉଥିବା ବସ ଗୁଡିକ ନେତାଜୀ ବସ ଟର୍ମିନାଲର ମୁଖ୍ୟ ଫାଟକରେ ବାହାରି ରିଙ୍ଗରୋଡରେ ବାମ ପାର୍ଶ୍ବକୁ ଯାଇ ୧୬ନମ୍ବର ଜାତୀୟ ରାଜପଥ ଦେଇ ଯିବେ। ଅନ୍ୟ ସ୍ଥାନକୁ ଯାଉଥିବା ବସ ଗୁଡିକ ରିଙ୍ଗରୋଡରୁ ଡାହାଣ ପଟକୁ ଯାଇ ବାଦାମବାଡି ଦେଇ ଜାତୀୟ ରାଜପଥ ଧରିବେ। ସେହିପରି ବାଙ୍କୀ, ଆଠଗଡ଼, ନରସିଂହପୁର ଆଦି ଅଞ୍ଚଳକୁ ଯାଉଥିବା ବସ ଗୁଡିକ ରିଙ୍ଗରୋଡରେ ଜୁଡିସିଆଲ ଏକାଡେମୀ ଦେଇ ନେତାଜୀ ସେତୁରେ ତ୍ରିଶୁଳିଆରେ ବାହାରିବେ।

ଆହୁରି ପଢ଼ନ୍ତୁ:  ୨୦ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଝାଞ୍ଜ ପାହାଡ଼ରୁ ସୁରକ୍ଷିତ ଉଦ୍ଧାର ହେଲେ ୨ ନିଖୋଜ ଯୁବକ

17 Sep 2023 By The Sakala

ନେତାଜୀ ବସ ଟର୍ମିନାଲରୁ ଗଡ଼ିବ ବସ୍: ଆଜିଠାରୁ ବନ୍ଦ ହେବ ବାଦାମବାଡ଼ି ସମେତ ୪ ବସ୍‌ଷ୍ଟାଣ୍ଡ, ଜାଣନ୍ତୁ କେଉଁ ବସ୍‌ କେଉଁ ପଟେ ଯିବ…..

କଟକ: କଟକର ବହୁ ପ୍ରତୀକ୍ଷିତ ଖାନନଗର ନେତାଜୀ ବସ ଟର୍ମିନାଲ ଗତକାଲି ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ପରେ ପୁରୁଣା ବାଦାମବାଡି ବସଷ୍ଟାଣ୍ଡ ସମେତ ୪ବସଷ୍ଟାଣ୍ଡକୁ ଆସନ୍ତାକାଲି ଠାରୁ ବନ୍ଦ କରାଯିବ। ଏ ସଂକ୍ରାନ୍ତରେ କଟକ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବାଦାମବାଡି ପୁରୁଣା ବସଷ୍ଟାଣ୍ଡ,ପାଲାମଣ୍ଡପସ୍ଥିତ ପୁରୀ ବସଷ୍ଟାଣ୍ଡ, ବାଦମବାଡିସ୍ଥିତ ପାରାଦ୍ୱୀପ ବସଷ୍ଟାଣ୍ଡ ଓ ଅନୁଗୁଳ ବସଷ୍ଟାଣ୍ଡକୁ ଆସନ୍ତା କାଲି ଠାରୁ ବନ୍ଦ କରିଦିଆଯିବ। ସେହିପରି ଏହି ସମସ୍ତ ବସଷ୍ଟାଣ୍ଡରୁ ଗଡ଼ୁଥିବା ଘରୋଇ,ସରକାରୀ ତଥା ମୋ ବସ ଗୁଡିକ ଆସନ୍ତାକାଲି ଠାରୁ ନେତାଜୀ ବସ ଟର୍ମିନାଲରୁ ଗଡ଼ିବା ବାଧ୍ୟତାମୂଳକ ହୋଇଛି। ଏଣୁ ଏହି ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପାଇଁ ଆରଟିଓଙ୍କ ପକ୍ଷରୁ ଏନଫୋର୍ସମେଣ୍ଟ ଟିମ କରାଯାଇଛି। ଆସନ୍ତା ୧୭ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ଅଥବା ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଏହି ଏନଫୋର୍ସମେଣ୍ଟ ଜାରି ରହିବ। ଜୁନିଅର ଏମଭିଆଇ ନେତ୍ରାନନ୍ଦ ମିଶ୍ର,ଟ୍ରାଫିକ ଇନସ୍ପେକ୍ଟର ରଞ୍ଜନ କୁମାର ଦୋରା ଓ ସେମାନଙ୍କ ଟିମ ପୁରୁଣା ବସଷ୍ଟାଣ୍ଡ ଓ ନେତାଜୀ ବସ ଟର୍ମିନାଲରେ ରହି ତଦାରଖ କରିବା ସହ ସମସ୍ତ ବସ ଯେପରି ନେତାଜୀ ବସ ଟର୍ମିନାଲକୁ ଯିବ ତାହା ସୁନିଶ୍ଚିତ କରିବେ। ଉପରୋକ୍ତ ନିଷ୍ପତ୍ତି ଉଲ୍ଲଘଂନ କ୍ଷେତ୍ରରେ ସମ୍ପୃକ୍ତ ବସ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଆରଟିଓଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

କେଉଁ ବସ୍‌ କେଉଁ ପଟେ ଯିବ

କଟକ ଘରୋଇ ବସ ମାଲିକ ସଂଘ ସହ ଆଲୋଚନା ପରେ ବସ ଗୁଡିକ ପାଇଁ ନେତାଜୀ ବସ ଟର୍ମିନାଲରେ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଛି। ପୁରୀ, ଭୁବନେଶ୍ୱର, ନିଆଳି, ଖୋର୍ଦ୍ଧା, ବ୍ରହ୍ମପୁର, ଗଜପତି, କୋରାପୁଟ, ରାୟଗଡ଼ା, ନୟାଗଡ଼, ଫୁଲବାଣୀ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଭବାନୀପାଟଣା ଆଦି ଦକ୍ଷିଣ,ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପଶ୍ଚିମ ଅଭିମୁଖେ ଯାଉଥିବା ବସ ଗୁଡିକ ନେତାଜୀ ବସ ଟର୍ମିନାଲର ମୁଖ୍ୟ ଫାଟକରେ ବାହାରି ରିଙ୍ଗରୋଡରେ ବାମ ପାର୍ଶ୍ବକୁ ଯାଇ ୧୬ନମ୍ବର ଜାତୀୟ ରାଜପଥ ଦେଇ ଯିବେ। ଅନ୍ୟ ସ୍ଥାନକୁ ଯାଉଥିବା ବସ ଗୁଡିକ ରିଙ୍ଗରୋଡରୁ ଡାହାଣ ପଟକୁ ଯାଇ ବାଦାମବାଡି ଦେଇ ଜାତୀୟ ରାଜପଥ ଧରିବେ। ସେହିପରି ବାଙ୍କୀ, ଆଠଗଡ଼, ନରସିଂହପୁର ଆଦି ଅଞ୍ଚଳକୁ ଯାଉଥିବା ବସ ଗୁଡିକ ରିଙ୍ଗରୋଡରେ ଜୁଡିସିଆଲ ଏକାଡେମୀ ଦେଇ ନେତାଜୀ ସେତୁରେ ତ୍ରିଶୁଳିଆରେ ବାହାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର