ରାସ୍ତାକଡ଼ରେ ୨୦ବର୍ଷ

The Sakala Picture
Published On

ଭୁବନେଶ୍ୱର : ଦିନେ ନୁହେଁ କି ଦୁଇଦିନ ନୁହେଁ, ଦୀର୍ଘ ୨୦ବର୍ଷରୁ ଊର୍ଦ୍ଧ୍ବ ହେବ ରାସ୍ତାକଡ଼ରେ ବିତୁଛି ଜୀବନ। ରାସ୍ତାକଡ଼ରେ ରୋଷେଇ ଠାରୁ ଆରମ୍ଭ କରି ଶୋଇବା, ଖାଇବା ସବୁକିଛି ସେ କରୁଛନ୍ତି। ଭଙ୍ଗା ହାଣ୍ଡି କଡ଼େଇ ସାଙ୍ଗକୁ ଚୁଲିରେ ରୋଷେଇ। ପରିଣତ ବୟସରେ ଅସହାୟଭାବେ ଜୀବନ ବିତାଉଛନ୍ତି। କରୋନାର ପ୍ରଥମ ଲହରଠାରୁ ଏବେ ପର୍ଯ୍ୟନ୍ତ ସେ ଯନ୍ତ୍ରଣାରେ ଜୀବନ ବିତାଉଛନ୍ତି। ଏକଦା ନିଜ ପରିବାର ପାଖରେ ପାଲଟିଯାଇଛନ୍ତି ସେ ଅବହେଳିତ ଓ ନିଷ୍ପେଷିତ ହୋଇ ପୁଅବୋହୂଙ୍କ […]

ଭୁବନେଶ୍ୱର : ଦିନେ ନୁହେଁ କି ଦୁଇଦିନ ନୁହେଁ, ଦୀର୍ଘ ୨୦ବର୍ଷରୁ ଊର୍ଦ୍ଧ୍ବ ହେବ ରାସ୍ତାକଡ଼ରେ ବିତୁଛି ଜୀବନ। ରାସ୍ତାକଡ଼ରେ ରୋଷେଇ ଠାରୁ ଆରମ୍ଭ କରି ଶୋଇବା, ଖାଇବା ସବୁକିଛି ସେ କରୁଛନ୍ତି। ଭଙ୍ଗା ହାଣ୍ଡି କଡ଼େଇ ସାଙ୍ଗକୁ ଚୁଲିରେ ରୋଷେଇ। ପରିଣତ ବୟସରେ ଅସହାୟଭାବେ ଜୀବନ ବିତାଉଛନ୍ତି। କରୋନାର ପ୍ରଥମ ଲହରଠାରୁ ଏବେ ପର୍ଯ୍ୟନ୍ତ ସେ ଯନ୍ତ୍ରଣାରେ ଜୀବନ ବିତାଉଛନ୍ତି। ଏକଦା ନିଜ ପରିବାର ପାଖରେ ପାଲଟିଯାଇଛନ୍ତି ସେ ଅବହେଳିତ ଓ ନିଷ୍ପେଷିତ ହୋଇ ପୁଅବୋହୂଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହେବା ପରେ ସ୍ୱାମୀଙ୍କ ସହ ରୋଜଗାର ଆଶାରେ ରାଜଧାନୀର ରାଜରାସ୍ତାକୁ ଚାଲି ଆସିଥିଲେ ଶୁକମଣି ସିଂ। କିନ୍ତୁ ୫ବର୍ଷ ତଳେ ସ୍ୱାମୀ ତାଙ୍କର ଆରପାରିକି ଚାଲିଗଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଏବେ ଭିକ୍ଷା କରି ଚଳୁଥିଲେ। ନିଜର ୩ ପୁଅ ବୋହୂ ଥିଲେ ସୁଦ୍ଧା କେହି ତାଙ୍କୁ ପଚାରୁ ନ ଥିବା କହିଛନ୍ତି ଶୁକମଣି।

ଆହୁରି ପଢ଼ନ୍ତୁ: ଚାକିରିରୁ ବହିଷ୍କୃତ ହେଲେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ ଟିମ୍

ଯେଉଁଥିପାଇଁ ପରିଣତ ବୟସରେ ବାଧ୍ୟ ହୋଇ ରାଜଧାନୀର ୟୁନିଟ୍‍-୪ ନିକଟ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ତାଙ୍କ ଜୀବନ କଟୁଛି। ମନ୍ଦିରର ପାଚେରିକୁ ଲାଗି ଗୋଟିଏ ଚିରା ପାଲ ଟାଣି ରହୁଛନ୍ତି। ଗତ କିଛିଦିନ ହେଲା କରୋନା ପାଇଁ ମନ୍ଦିର ଭିତରେ ରହୁଛନ୍ତି। ଶୁକମଣିଙ୍କୁ ବୟସ ଏବେ ୭୧ବର୍ଷ। ଘର ଭଦ୍ରକରେ। ମହାମାରୀ ପୂର୍ବରୁ ଯାହା ଭିକ୍ଷା କରୁ ଚଳୁଥିଲେ। ହେଲେ ଏବେ ସେତିକି ବି ମିଳୁନାହିଁ। ବିଗତ ୨୦ବର୍ଷ ହେବ ବର୍ଷା ଖରା ଶୀତ ରାତିଦିନ ଏହି ରାସ୍ତାରେ ଜୀବନ କାଟୁଛନ୍ତି। ସେଇଠି ଖାଉଛନ୍ତି, ସେଇଠି ଶୋଉଛନ୍ତି। କେତେବେଳେ କିଏ କିଛି କିଣି ଆଣି ଖାଇବାକୁ ଦେଉଛନ୍ତି ତ ଆଉ କେବେ କେବେ ନିଜେ ଆଣି ଖାଉଛନ୍ତି। ଲକ୍‍ଡାଉନ୍‍ ଯୋଗୁଁ ଖାଇବା ପିଇବାରେ ଅସୁବିଧା ହେଉଛି। ଏମିତିକି ଯେଉଁଦିନ କେହି କିଛି ଦେଇ ନ ଥିବେ, ସେଦିନ ତାଙ୍କୁ ଭୋକରେ ରହିବାକୁ ପଡ଼ୁଛି। ଏସମ୍ପର୍କରେ ଶୁକମଣି କହିଛନ୍ତି, ଆଧାର ଓ ଭୋଟ ପରିଚୟପତ୍ର ଅଛି, ମାତ୍ର ରାସନକାର୍ଡ ନାହିଁ ବୋଲି ସରକାରୀ ସୁବିଧା ମିଳୁନାହିଁ।

ଆହୁରି ପଢ଼ନ୍ତୁ: ସମଗ୍ର ଓଡ଼ିଶାକୁ ଛୁଇଁଲା ମୌସୁମୀ, ବର୍ଷା ବଢିବା ସହ ଖସିବ ତାପମାତ୍ରା

08 Jul 2021 By The Sakala

ରାସ୍ତାକଡ଼ରେ ୨୦ବର୍ଷ

ଭୁବନେଶ୍ୱର : ଦିନେ ନୁହେଁ କି ଦୁଇଦିନ ନୁହେଁ, ଦୀର୍ଘ ୨୦ବର୍ଷରୁ ଊର୍ଦ୍ଧ୍ବ ହେବ ରାସ୍ତାକଡ଼ରେ ବିତୁଛି ଜୀବନ। ରାସ୍ତାକଡ଼ରେ ରୋଷେଇ ଠାରୁ ଆରମ୍ଭ କରି ଶୋଇବା, ଖାଇବା ସବୁକିଛି ସେ କରୁଛନ୍ତି। ଭଙ୍ଗା ହାଣ୍ଡି କଡ଼େଇ ସାଙ୍ଗକୁ ଚୁଲିରେ ରୋଷେଇ। ପରିଣତ ବୟସରେ ଅସହାୟଭାବେ ଜୀବନ ବିତାଉଛନ୍ତି। କରୋନାର ପ୍ରଥମ ଲହରଠାରୁ ଏବେ ପର୍ଯ୍ୟନ୍ତ ସେ ଯନ୍ତ୍ରଣାରେ ଜୀବନ ବିତାଉଛନ୍ତି। ଏକଦା ନିଜ ପରିବାର ପାଖରେ ପାଲଟିଯାଇଛନ୍ତି ସେ ଅବହେଳିତ ଓ ନିଷ୍ପେଷିତ ହୋଇ ପୁଅବୋହୂଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହେବା ପରେ ସ୍ୱାମୀଙ୍କ ସହ ରୋଜଗାର ଆଶାରେ ରାଜଧାନୀର ରାଜରାସ୍ତାକୁ ଚାଲି ଆସିଥିଲେ ଶୁକମଣି ସିଂ। କିନ୍ତୁ ୫ବର୍ଷ ତଳେ ସ୍ୱାମୀ ତାଙ୍କର ଆରପାରିକି ଚାଲିଗଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଏବେ ଭିକ୍ଷା କରି ଚଳୁଥିଲେ। ନିଜର ୩ ପୁଅ ବୋହୂ ଥିଲେ ସୁଦ୍ଧା କେହି ତାଙ୍କୁ ପଚାରୁ ନ ଥିବା କହିଛନ୍ତି ଶୁକମଣି।

ଯେଉଁଥିପାଇଁ ପରିଣତ ବୟସରେ ବାଧ୍ୟ ହୋଇ ରାଜଧାନୀର ୟୁନିଟ୍‍-୪ ନିକଟ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ତାଙ୍କ ଜୀବନ କଟୁଛି। ମନ୍ଦିରର ପାଚେରିକୁ ଲାଗି ଗୋଟିଏ ଚିରା ପାଲ ଟାଣି ରହୁଛନ୍ତି। ଗତ କିଛିଦିନ ହେଲା କରୋନା ପାଇଁ ମନ୍ଦିର ଭିତରେ ରହୁଛନ୍ତି। ଶୁକମଣିଙ୍କୁ ବୟସ ଏବେ ୭୧ବର୍ଷ। ଘର ଭଦ୍ରକରେ। ମହାମାରୀ ପୂର୍ବରୁ ଯାହା ଭିକ୍ଷା କରୁ ଚଳୁଥିଲେ। ହେଲେ ଏବେ ସେତିକି ବି ମିଳୁନାହିଁ। ବିଗତ ୨୦ବର୍ଷ ହେବ ବର୍ଷା ଖରା ଶୀତ ରାତିଦିନ ଏହି ରାସ୍ତାରେ ଜୀବନ କାଟୁଛନ୍ତି। ସେଇଠି ଖାଉଛନ୍ତି, ସେଇଠି ଶୋଉଛନ୍ତି। କେତେବେଳେ କିଏ କିଛି କିଣି ଆଣି ଖାଇବାକୁ ଦେଉଛନ୍ତି ତ ଆଉ କେବେ କେବେ ନିଜେ ଆଣି ଖାଉଛନ୍ତି। ଲକ୍‍ଡାଉନ୍‍ ଯୋଗୁଁ ଖାଇବା ପିଇବାରେ ଅସୁବିଧା ହେଉଛି। ଏମିତିକି ଯେଉଁଦିନ କେହି କିଛି ଦେଇ ନ ଥିବେ, ସେଦିନ ତାଙ୍କୁ ଭୋକରେ ରହିବାକୁ ପଡ଼ୁଛି। ଏସମ୍ପର୍କରେ ଶୁକମଣି କହିଛନ୍ତି, ଆଧାର ଓ ଭୋଟ ପରିଚୟପତ୍ର ଅଛି, ମାତ୍ର ରାସନକାର୍ଡ ନାହିଁ ବୋଲି ସରକାରୀ ସୁବିଧା ମିଳୁନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର