'ମହାପ୍ରଭୁ ଜଗନ୍ନାଥ' ଆନିମେସନ୍ ଫିଲ୍ମକୁ ଗଜପତିଙ୍କ ବିରୋଧ, ସିନେମାର ରିଲିଜ୍‌କୁ ସ୍ଥଗିତ ରଖିବାକୁ ଅପିଲ

Madhusudan Das Picture
Published On

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା ଓ ଗୌରବକୁ ନେଇ ପ୍ରସ୍ତୁତ ହୋଇଛି ଏକ ବିଭ୍ରାନ୍ତିକର ଆନିମେସନ ସିନେମା 'ମହାପ୍ରଭୁ ଜଗନ୍ନାଥ'। ଏହି ସିନେମା ଆସନ୍ତା ଜୁଲାଇ ୧୦ ତାରିଖରେ ସମସ୍ତ ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି। ଏହି ଆନିମେସନ୍ ଫିଲ୍ମକୁ ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ବିରୋଧ କରିଛନ୍ତି । ମହାପ୍ରଭୁଙ୍କୁ ନେଇ ବିକୃତ ଓ କାଳ୍ପନିକ ଉପସ୍ଥାପନା କରାଯାଇଥିବା କହି ବିରୋଧ କଲେ ଗଜପତି ମହାରାଜା । ଘଟଣାକୁ ନେଇ ଦୃଢ଼ ପ୍ରତିବାଦ କରିବା ସହ ସିନେମାର ଜୁଲାଇ ୧୦ ରିଲିଜ୍‌କୁ ସ୍ଥଗିତ ରଖିବାକୁ ଅପିଲ କରିଛନ୍ତି। 

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଆତଙ୍କ: ଘରେ ପଶି ଯୁବତୀ ଓ ତାଙ୍କ ବାପା-ମା'ଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ଏକ ଲିଖିତ ପ୍ରେସ ବିବୃତି ଜାରି କରି ଗଜପତି ମହାରାଜ ଜଣାଇଛନ୍ତି ଯେ, ଭୁବନେଶ୍ୱରର ମେସର୍ସ ଏଲି ଆନିମେସନ ପ୍ରାଇଭେଟ ଲିମିଟେଡ ‘ମହାପ୍ରଭୁ ଜଗନ୍ନାଥ’ ଶୀର୍ଷକ ଏହି ଆନିମେସନ ସିନେମା ପ୍ରସ୍ତୁତ କରିଛନ୍ତି। ଯାହାର ଅଫିସିଆଲ ଟ୍ରେଲର ମଧ୍ୟ ରିଲିଜ ହୋଇ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଗଜପତି କହିଛନ୍ତି କି, ଜଗନ୍ନାଥଙ୍କ ମହିମାର ପ୍ରଚାର ଶାସ୍ତ୍ରୀୟ ବର୍ଣ୍ଣନା ଅନୁସାରେ ହେବା ଉଚିତ । ବିକୃତ ଓ କାଳ୍ପନିକ ଉପସ୍ଥାପନା ଅସଂଖ୍ୟ ଭକ୍ତଙ୍କ ଭାବନାକୁ ଆଘାତ ପହଞ୍ଚାଇବ ।

ଆହୁରି ପଢ଼ନ୍ତୁ: କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ; କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍‌ କଟକଣା ଜାରି

ଗଜପତିଙ୍କ କହିବା ଅନୁଯାୟୀ, ଯେଉଁ କାହାଣୀକୁ ଆଧାର କରି ସିନେମା ତିଆରି କରାଯାଇଛି, ତାହା ସମ୍ପୂର୍ଣ୍ଣ ଭାବେ ମହର୍ଷି ବେଦବ୍ୟାସଙ୍କ ଦ୍ୱାରା ପ୍ରଣୀତ ପବିତ୍ର ଧର୍ମଗ୍ରନ୍ଥର ବିରୁଦ୍ଧାଚରଣ କରୁଛି। ଏଥିରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ କଥାବସ୍ତୁ ସମ୍ପୂର୍ଣ୍ଣ ଭାବେ ମନଗଢ଼ା। ଏଭଳି ସିନେମା କାହାଣୀ ମେସର୍ସ ଏଲି ଆନିମେସନ କେଉଁଠୁ ପାଇଲେ ବୋଲି ସେ ପ୍ରଶ୍ନ କରିଛନ୍ତି, ଯାହାକି ମହାପ୍ରଭୁଙ୍କ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆଘାତ ଦେବ। ଯଦି ମହାପ୍ରଭୁଙ୍କ ଗୌରବ ଗାଥା ସମ୍ପର୍କରେ କାହାର କିଛି କହିବାର ଅଛି, ତାହେଲେ ସେ ଧର୍ମଗ୍ରନ୍ଥ ଦ୍ୱାରା ବର୍ଣ୍ଣିତ ପ୍ରାମାଣିକ ତଥ୍ୟ ଆଧାରରେ ହିଁ ହେବା ଦରକାର। 

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ବଡ଼ ପ୍ରସ୍ତୁତି, ମୁତୟନ ହେବେ ୨୦୫ ଟିମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର