ଆଗାମୀ ନିର୍ବାଚନରେ ମୁଁ ହିଁ ବିଜେଡିର ନେତୃତ୍ବ ନେବି: ନବୀନ ପଟ୍ଟନାୟକ

Madhusudan Das Picture
Published On

ଭୁବନେଶ୍ୱର: 'ମୋ ନେତୃତ୍ୱରେ ବିଜୁ ଜନତା ଦଳ ଆଗାମୀ ନିର୍ବାଚନ ଲଢ଼ିବ । ଆଗାମୀ ନିର୍ବାଚନରେ ମୁଁ ଲିଡ୍ କରିବି।' ଏକଥା ସ୍ପଷ୍ଟ ଭାବେ ଗଣମାଧ୍ୟମ ଆଗରେ କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ସ୍ପଷ୍ଟ କରିଛନ୍ତି ଯେ, ସେ ଆଗାମୀ ନିର୍ବାଚନ ଲଢ଼ିବେ ଏବଂ ବିଜେଡି ତାଙ୍କରି ନେତୃତ୍ୱରେ ହିଁ ନିର୍ବାଚନ ମଇଦାନକୁ ଓହ୍ଲାଇବ । 

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ନବୀନ ହିଁ ଦଳର ନେତା ଓ ପରିଚାଳକ। ତାଙ୍କ ନେତୃତ୍ୱରେ ଦଳ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାବାସୀଙ୍କ ସେବା କରିଆସୁଛି। ନବୀନଙ୍କ କାର୍ଯ୍ୟଧାରା ଜାତୀୟ ସ୍ତରରେ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚିତ କରିଛି । ନବୀନଙ୍କ ନେତୃତ୍ୱ ରହିଛି ଓ ରହିଥିବ। ଆଗାମୀ ନିର୍ବାଚନରେ ବିଜେଡି ନବୀନଙ୍କ ନେତୃତ୍ୱରେ ହିଁ ଭୋଟ୍ ଲଢ଼ିବ। ପୂର୍ବତନ ଆଇଏଏସ ଅଧିକାରୀ ଶ୍ରୀମତୀ ସୁଜାତା ରାଉତଙ୍କୁ ବିଜୁ ଜନତା ଦଳର ସଦସ୍ୟତା ପ୍ରଦାନ ପରେ ଗଣମାଧ୍ୟମକୁ ଉଦବୋଧନ ଦେଇ ବିଜେଡି ସୁପ୍ରିମୋ ଏହା ସ୍ପଷ୍ଟ କରିଛନ୍ତି। 

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ଜଣେ ସଫଳ ପ୍ରଶାସକ ଭାବେ ଛାପ ଛାଡ଼ିଛନ୍ତି ସୁଜାତା ରାଉତ । ୨୦୦୦ ମସିହା ବ୍ୟାଚର IAS ଅଫିସର ହେଉଛନ୍ତି ସୁଜାତା । ସୁନ୍ଦରଗଡ଼ରେ ଜିଲ୍ଲାପାଳ ଥିବାବେଳେ ସେ ଛାତ୍ରୀଙ୍କ ପାଇଁ ସାଇକେଲ ଯୋଜନା ଆରମ୍ଭ କରିଥିଲେ । ମଧ୍ୟାହ୍ନ ଭୋଜନରେ ଅଣ୍ଡା ଅନ୍ତର୍ଭୁକ୍ତ କରିବାକୁ ସେ ପଦକ୍ଷେପ ନେଇଥିଲେ । ଫୁଟବଲ୍ ଏବଂ ହକିକୁ ପ୍ରୋତ୍ସାହନ ଦେବାକୁ ଅନେକ ପଦକ୍ଷେପ ନେଇଥିଲେ। କଟକ ଜିଲ୍ଲାର ପ୍ରଥମ ମହିଳା ଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ ସୁଜାତା । ସେହିପରି ମିଶନ ଶକ୍ତି ବିଭାଗର ସଚିବ ଭାବେ ମହିଳା ସଶକ୍ତିକରଣ ଦିଗରେ ଅନେକ କାମ କରିଛନ୍ତି ସୁଜାତା । ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ SHG ମାଧ୍ୟମରେ ସ୍ବାବଲମ୍ବୀ କରିବା ସୁଜାତାଙ୍କ ବଡ ପଦକ୍ଷେପ । 

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର