କେତନ ଅଗ୍ରୱାଲ ହତ୍ୟାକାଣ୍ଡ: ହତ୍ୟାର ଦିନକ ପୂର୍ବରୁ ପୁଣେର ଏକ କାଫେରେ ନଜର ଆସିଲେ ସିୟା ଓ ଚେତନ

Suryakanta Picture
Published On

ବହୁଚର୍ଚ୍ଚିତ କେତନ ଅଗ୍ରୱାଲ ହତ୍ୟାକାଣ୍ଡର ତଦନ୍ତରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୋଲିସ ହାତରେ ଏକ ଗୁରୁତ୍ୱପୂର୍ଣ୍ଣ ସିସିଟିଭି ଫୁଟେଜ୍ ଲାଗିଛି, ଯେଉଁଥିରେ କେତନଙ୍କ ନିର୍ବନ୍ଧ ପତ୍ନୀ (ଫିଆନ୍ସି) ସିୟା ଗୋଏଲ ଏବଂ ତାଙ୍କ ପ୍ରେମିକ ଚେତନ ଚୌଧୁରୀଙ୍କୁ ହତ୍ୟାର ଗୋଟିଏ ଦିନ ପୂର୍ବରୁ ପୁଣେର ଏକ କାଫେରେ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ସୁନା ଲୋଭରେ ସମ୍ପର୍କରେ ଲାଗିଲା ରକ୍ତର ଛିଟା, ପ୍ରେମିକ ସହ ମିଶି ମଉସାଙ୍କୁ ହତ୍ୟା କଲା ଝିଆରୀ

କାଫେରେ ରଚା ଯାଇଥିଲା ହତ୍ୟାର ଷଡ଼ଯନ୍ତ୍ର

ପୋଲିସର ତଦନ୍ତ ଅନୁଯାୟୀ, ଜୁନ୍ ୧୭ ତାରିଖ ସନ୍ଧ୍ୟାରେ ସିୟା ଏବଂ ଚେତନ ପୁଣେର ଥାର୍ଡ ୱେଭ୍ କାଫେରେ ଭେଟିଥିଲେ। ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ, ଉଭୟ ଅପରାହ୍ନ ପ୍ରାୟ ୪:୩୫ ସମୟରେ କାଫେରେ ପ୍ରବେଶ କରିଥିଲେ ଏବଂ ପ୍ରାୟ ଏକ ଘଣ୍ଟା ଧରି ସେଠାରେ ରହିବା ପରେ ସନ୍ଧ୍ୟା ୫:୩୦ରେ ବାହାରିଥିଲେ। ପୋଲିସର ଅନୁମାନ ଯେ, ଏହି କାଫେରେ ହିଁ କେତନଙ୍କୁ ରାସ୍ତାରୁ ହଟାଇବାର ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଗୁଆହାଟୀରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ନିର୍ମମ ହତ୍ୟା କରି ଫ୍ରିଜ୍‌ରେ କଟାମୁଣ୍ଡ ରଖିଲା ସ୍ୱାମୀ

ଲୋହାଗଡ଼ ଦୁର୍ଗରୁ ଠେଲି ଦେଇଥିଲେ ତଳକୁ

ଜୁନ୍ ୧୮ ତାରିଖ ଦିନ କେତନ ଏବଂ ସିୟା ଟ୍ରେକିଂ ପାଇଁ ଲୋହାଗଡ଼ ଦୁର୍ଗକୁ ଯାଇଥିଲେ। ସେଠାରେ ପୂର୍ବ ଯୋଜନା ମୁତାବକ ଚେତନ ମଧ୍ୟ ଏକ ହୁଡି ପିନ୍ଧି ପହଞ୍ଚିଥିଲେ। ସୁଯୋଗ ଦେଖି ଉଭୟେ ମିଶି କେତନଙ୍କୁ ପ୍ରାୟ ୩୫୦ ଫୁଟ୍ ଗଭୀର ଖାଇକୁ ଠେଲି ଦେଇଥିଲେ। ପ୍ରଥମେ ଏହାକୁ ଏକ ଦୁର୍ଘଟଣା ବୋଲି ଦର୍ଶାଇବାକୁ ଚେଷ୍ଟା କରାଯାଇଥିଲା। ମାତ୍ର ପୋଲିସର ତଦନ୍ତ ପରେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପ୍ରମାଣିତ ହୋଇଥିଲା।

ନଭେମ୍ବରରେ ହେବାର ଥିଲା ବିବାହ

୨୬ ବର୍ଷୀୟ କେତନ ଅଗ୍ରୱାଲ ପୁଣେର ଜଣେ ଜଣାଶୁଣା ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ ତଥା ସକ୍ସେସ୍ ଗ୍ରୁପ୍ର ନିର୍ଦ୍ଦେଶକ ଥିଲେ। ଗତ ଫେବୃଆରୀ ମାସରେ ସିୟାଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିଲା ଏବଂ ଆସନ୍ତା ନଭେମ୍ବର ମାସରେ ଉଦୟପୁରରେ ଉଭୟଙ୍କର ରାଜକୀୟ ବିବାହ ହେବାର ଥିଲା। ତେବେ ସିୟା ଏହି ବିବାହ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ନଥିଲେ ଏବଂ ପରିବାରର ଚାପରେ ଆସି ବିବାହ ପାଇଁ ରାଜି ହୋଇଥିଲେ। ପୋଲିସ ତଥ୍ୟ ଅନୁସାରେ ଗତ ୬ ମାସ ଧରି ସିୟା ଏବଂ ଚେତନ ନିରନ୍ତର ସମ୍ପର୍କରେ ଥିଲେ ଏବଂ ସେମାନଙ୍କ ମଧ୍ୟରେ ୨୦୦୪ ଥର ଫୋନ୍ କଲ୍ ହୋଇଥିବା ବେଳେ ପ୍ରାୟ ୨୩୮ ଘଣ୍ଟା ଧରି କଥାବାର୍ତ୍ତା ହୋଇଥିଲା। ବର୍ତ୍ତମାନ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର