ୟୁସିସି ବିଲ୍ ଚର୍ଚ୍ଚା: ସନା ମଲିକଙ୍କ ବୟାନକୁ ମନ୍ତ୍ରୀ ଯୋଗେଶ କଦମଙ୍କ କଡ଼ା ଜବାବ, କହିଲେ- ଧର୍ମଗ୍ରନ୍ଥ ଆଧାରରେ ଆଇନ ତିଆରି ହୁଏନାହିଁ

Suryakanta Picture
Published On

ମହାରାଷ୍ଟ୍ରରେ ସମାନ ନାଗରିକ ସଂହିତା (UCC) ଲାଗୁ କରିବା ପ୍ରସଙ୍ଗକୁ ନେଇ ବିଧାନସଭାରେ ସରଗରମ ଚର୍ଚ୍ଚା ଦେଖିବାକୁ ମିଳିଛି। ୟୁସିସି ବିଲ୍ ଆଲୋଚନା ସମୟରେ ଏନସିପି ବିଧାୟିକା ସନା ମଲିକ ବହୁବିବାହ ଏବଂ ଧାର୍ମିକ ଅଧିକାରକୁ ନେଇ ଦେଇଥିବା ବୟାନ ଉପରେ ମହାରାଷ୍ଟ୍ରର ଗୃହ ରାଷ୍ଟ୍ରମନ୍ତ୍ରୀ ଯୋଗେଶ କଦମ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଦେଶରେ କୌଣସି ଆଇନ କୌଣସି ଧର୍ମଗ୍ରନ୍ଥ ଆଧାରରେ ପ୍ରସ୍ତୁତ କରାଯାଏ ନାହିଁ।

ଆହୁରି ପଢ଼ନ୍ତୁ: ଏବେ କ୍ୟୁବା ଉପରେ ଚଢ଼ାଉ ପାଇଁ ପ୍ରସ୍ତୁତ ଆମେରିକା? ଡୋନାଲ୍ଡ ଟ୍ରମ୍ପ ଦେଲେ ବଡ଼ ସଙ୍କେତ

ମନ୍ତ୍ରୀ ଯୋଗେଶ କଦମଙ୍କ କଡ଼ା ଜବାବ

ବିଧାୟିକା ସନା ମଲିକଙ୍କ ବୟାନର ଜବାବ ଦେଇ ମନ୍ତ୍ରୀ ଯୋଗେଶ କଦମ କହିଛନ୍ତି ଯେ, "ମୋର ମନେହୁଏ ସେ ଗୋଟିଏ କଥା ବୁଝିବା ଉଚିତ୍ ଯେ, କୌଣସି ଆଇନ କୌଣସି ଧର୍ମଗ୍ରନ୍ଥ ଉପରେ ଆଧାରିତ ହୋଇ ପ୍ରସ୍ତୁତ କରାଯାଏ ନାହିଁ। ଆମେ କୌଣସି ଧର୍ମ କିମ୍ବା ପନ୍ଥକୁ ଆଧାର କରି ନିଷ୍ପତ୍ତି ନେଉନାହୁଁ। ଯଦି ସମାଜରେ କାହା ପ୍ରତି କୌଣସି ଅନ୍ୟାୟ ହେଉଛି, ତେବେ ତାହାକୁ ଦୂର କରି ନ୍ୟାୟ ପ୍ରଦାନ କରିବା ପାଇଁ ହିଁ ଏହି ନୂତନ ଆଇନ ପ୍ରଣୟନ କରାଯାଉଛି।" ଏହାସହ ସମାଜରେ ଯେପରି କାହାକୁ ଅସୁବିଧାର ସମ୍ମୁଖୀନ ହେବାକୁ ନପଡ଼େ, ତାହା ନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକତା ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରରେ ନିର୍ମାଣାଧୀନ ମନ୍ଦିର ଛାତ ଭୁଶୁଡ଼ି ୭ ଶ୍ରଦ୍ଧାଳୁ ମୃତ

କ'ଣ କହିଥିଲେ ସନା ମଲିକ?

ୟୁସିସି ବିଲ୍ ଉପରେ ଚର୍ଚ୍ଚା ବେଳେ ବିଜେପି ବିଧାୟିକା ଦେବଯାନୀ ଫରାନ୍ଦେ ତିନି ତଲାକ୍ ପୀଡ଼ିତାଙ୍କ ପ୍ରସଙ୍ଗ ଉଠାଇଥିଲେ। ଏହାର କାଉଣ୍ଟର କରି ସନା ମଲିକ କହିଥିଲେ ଯେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ କେବଳ ଧର୍ମ ଦୃଷ୍ଟିକୋଣରୁ ଦେଖିବା ଉଚିତ ନୁହେଁ। କେବଳ ମୁସଲମାନ ମହିଳାମାନେ ହିଁ ଅତ୍ୟାଚାରର ଶିକାର ହେଉଛନ୍ତି କି ଏବଂ ବହୁବିବାହ କ'ଣ କେବଳ ଇସଲାମରେ ଅଛି କି ବୋଲି ସେ ପ୍ରଶ୍ନ କରିଥିଲେ। ଏଥିସହ ୟୁସିସି ଆଲୋଚନା ବେଳେ ବିନା କାରଣରେ 'ପାକିସ୍ତାନ'ର ଉଦାହରଣ ଦିଆଯାଉଥିବା ନେଇ ସେ ତୀବ୍ର ଆପତ୍ତି ଜଣାଇଥିଲେ। ସନା ମଲିକ କହିଥିଲେ ଯେ, "ଆମେ ସମସ୍ତେ ଭାରତୀୟ ମୁସଲମାନ ଏବଂ ଭାରତର ସମ୍ବିଧାନ ଆମକୁ ଆମର ଧର୍ମ ପାଳନ କରିବାର ପୂର୍ଣ୍ଣ ଅଧିକାର ଦେଇଛି। ତେଣୁ କେବଳ ଆଇନର ମୂଳ ବିଷୟ ଉପରେ ହିଁ ଆଲୋଚନା ହେବା ଦରକାର।"

ଆହୁରି ପଢ଼ନ୍ତୁ: ଇରାନର ପରମାଣୁ କେନ୍ଦ୍ର ଯାଞ୍ଚ କରିବ ଆଇଏଇଏ: ଆମେରିକା-ଇରାନ ମଧ୍ୟବର୍ତ୍ତୀକାଳୀନ ଚୁକ୍ତି ପରେ ମିଳିଲା ସବୁଜ ସଙ୍କେତ

ୟୁସିସି ପାଇଁ କମିଟି ଗଠନ

ଗୃହରେ ତିନି ତଲାକ୍ ମାମଲାର ପରିସଂଖ୍ୟାନ ରଖି ମନ୍ତ୍ରୀ ଯୋଗେଶ କଦମ ସୂଚନା ଦେଇଛନ୍ତି ଯେ, ମହାରାଷ୍ଟ୍ରରେ ସମାନ ନାଗରିକ ସଂହିତା ଲାଗୁ କରିବା ନେଇ ସରକାର ଶତ ପ୍ରତିଶତ ସକାରାତ୍ମକ ଅଛନ୍ତି। ସରକାରଙ୍କ ନିର୍ଦ୍ଦେଶକ୍ରମେ ୟୁସିସିର ଡ୍ରାଫ୍ଟ ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। କମିଟିର ରିପୋର୍ଟ ଆସିବା ପରେ ରାଜ୍ୟରେ ୟୁସିସି ଲାଗୁ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ରାଜ୍ୟରେ ୨୦୨୪ ମସିହାରେ ୪୨ଟି ତିନି ତଲାକ ମାମଲା ରୁଜୁ ହୋଇଥିବା ବେଳେ ୨୦୨୫ ମସିହାରେ ୩୯ଟି ମାମଲା ରୁଜୁ ହୋଇଛି, ଯାହା ଦର୍ଶାଉଛି ଯେ ଏହି ପ୍ରଥା ଏବେ ବି ସମାଜରେ ବଞ୍ଚି ରହିଛି ଏବଂ ନୂତନ ଆଇନର ଆବଶ୍ୟକତା ରହିଛି।

25 Jun 2026 By Suryakanta

ୟୁସିସି ବିଲ୍ ଚର୍ଚ୍ଚା: ସନା ମଲିକଙ୍କ ବୟାନକୁ ମନ୍ତ୍ରୀ ଯୋଗେଶ କଦମଙ୍କ କଡ଼ା ଜବାବ, କହିଲେ- ଧର୍ମଗ୍ରନ୍ଥ ଆଧାରରେ ଆଇନ ତିଆରି ହୁଏନାହିଁ

ମହାରାଷ୍ଟ୍ରରେ ସମାନ ନାଗରିକ ସଂହିତା (UCC) ଲାଗୁ କରିବା ପ୍ରସଙ୍ଗକୁ ନେଇ ବିଧାନସଭାରେ ସରଗରମ ଚର୍ଚ୍ଚା ଦେଖିବାକୁ ମିଳିଛି। ୟୁସିସି ବିଲ୍ ଆଲୋଚନା ସମୟରେ ଏନସିପି ବିଧାୟିକା ସନା ମଲିକ ବହୁବିବାହ ଏବଂ ଧାର୍ମିକ ଅଧିକାରକୁ ନେଇ ଦେଇଥିବା ବୟାନ ଉପରେ ମହାରାଷ୍ଟ୍ରର ଗୃହ ରାଷ୍ଟ୍ରମନ୍ତ୍ରୀ ଯୋଗେଶ କଦମ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଦେଶରେ କୌଣସି ଆଇନ କୌଣସି ଧର୍ମଗ୍ରନ୍ଥ ଆଧାରରେ ପ୍ରସ୍ତୁତ କରାଯାଏ ନାହିଁ।

ମନ୍ତ୍ରୀ ଯୋଗେଶ କଦମଙ୍କ କଡ଼ା ଜବାବ

ବିଧାୟିକା ସନା ମଲିକଙ୍କ ବୟାନର ଜବାବ ଦେଇ ମନ୍ତ୍ରୀ ଯୋଗେଶ କଦମ କହିଛନ୍ତି ଯେ, "ମୋର ମନେହୁଏ ସେ ଗୋଟିଏ କଥା ବୁଝିବା ଉଚିତ୍ ଯେ, କୌଣସି ଆଇନ କୌଣସି ଧର୍ମଗ୍ରନ୍ଥ ଉପରେ ଆଧାରିତ ହୋଇ ପ୍ରସ୍ତୁତ କରାଯାଏ ନାହିଁ। ଆମେ କୌଣସି ଧର୍ମ କିମ୍ବା ପନ୍ଥକୁ ଆଧାର କରି ନିଷ୍ପତ୍ତି ନେଉନାହୁଁ। ଯଦି ସମାଜରେ କାହା ପ୍ରତି କୌଣସି ଅନ୍ୟାୟ ହେଉଛି, ତେବେ ତାହାକୁ ଦୂର କରି ନ୍ୟାୟ ପ୍ରଦାନ କରିବା ପାଇଁ ହିଁ ଏହି ନୂତନ ଆଇନ ପ୍ରଣୟନ କରାଯାଉଛି।" ଏହାସହ ସମାଜରେ ଯେପରି କାହାକୁ ଅସୁବିଧାର ସମ୍ମୁଖୀନ ହେବାକୁ ନପଡ଼େ, ତାହା ନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକତା ବୋଲି ସେ କହିଛନ୍ତି।

କ'ଣ କହିଥିଲେ ସନା ମଲିକ?

ୟୁସିସି ବିଲ୍ ଉପରେ ଚର୍ଚ୍ଚା ବେଳେ ବିଜେପି ବିଧାୟିକା ଦେବଯାନୀ ଫରାନ୍ଦେ ତିନି ତଲାକ୍ ପୀଡ଼ିତାଙ୍କ ପ୍ରସଙ୍ଗ ଉଠାଇଥିଲେ। ଏହାର କାଉଣ୍ଟର କରି ସନା ମଲିକ କହିଥିଲେ ଯେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ କେବଳ ଧର୍ମ ଦୃଷ୍ଟିକୋଣରୁ ଦେଖିବା ଉଚିତ ନୁହେଁ। କେବଳ ମୁସଲମାନ ମହିଳାମାନେ ହିଁ ଅତ୍ୟାଚାରର ଶିକାର ହେଉଛନ୍ତି କି ଏବଂ ବହୁବିବାହ କ'ଣ କେବଳ ଇସଲାମରେ ଅଛି କି ବୋଲି ସେ ପ୍ରଶ୍ନ କରିଥିଲେ। ଏଥିସହ ୟୁସିସି ଆଲୋଚନା ବେଳେ ବିନା କାରଣରେ 'ପାକିସ୍ତାନ'ର ଉଦାହରଣ ଦିଆଯାଉଥିବା ନେଇ ସେ ତୀବ୍ର ଆପତ୍ତି ଜଣାଇଥିଲେ। ସନା ମଲିକ କହିଥିଲେ ଯେ, "ଆମେ ସମସ୍ତେ ଭାରତୀୟ ମୁସଲମାନ ଏବଂ ଭାରତର ସମ୍ବିଧାନ ଆମକୁ ଆମର ଧର୍ମ ପାଳନ କରିବାର ପୂର୍ଣ୍ଣ ଅଧିକାର ଦେଇଛି। ତେଣୁ କେବଳ ଆଇନର ମୂଳ ବିଷୟ ଉପରେ ହିଁ ଆଲୋଚନା ହେବା ଦରକାର।"

ୟୁସିସି ପାଇଁ କମିଟି ଗଠନ

ଗୃହରେ ତିନି ତଲାକ୍ ମାମଲାର ପରିସଂଖ୍ୟାନ ରଖି ମନ୍ତ୍ରୀ ଯୋଗେଶ କଦମ ସୂଚନା ଦେଇଛନ୍ତି ଯେ, ମହାରାଷ୍ଟ୍ରରେ ସମାନ ନାଗରିକ ସଂହିତା ଲାଗୁ କରିବା ନେଇ ସରକାର ଶତ ପ୍ରତିଶତ ସକାରାତ୍ମକ ଅଛନ୍ତି। ସରକାରଙ୍କ ନିର୍ଦ୍ଦେଶକ୍ରମେ ୟୁସିସିର ଡ୍ରାଫ୍ଟ ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। କମିଟିର ରିପୋର୍ଟ ଆସିବା ପରେ ରାଜ୍ୟରେ ୟୁସିସି ଲାଗୁ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ରାଜ୍ୟରେ ୨୦୨୪ ମସିହାରେ ୪୨ଟି ତିନି ତଲାକ ମାମଲା ରୁଜୁ ହୋଇଥିବା ବେଳେ ୨୦୨୫ ମସିହାରେ ୩୯ଟି ମାମଲା ରୁଜୁ ହୋଇଛି, ଯାହା ଦର୍ଶାଉଛି ଯେ ଏହି ପ୍ରଥା ଏବେ ବି ସମାଜରେ ବଞ୍ଚି ରହିଛି ଏବଂ ନୂତନ ଆଇନର ଆବଶ୍ୟକତା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର