ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

୩ ଜଣିଆ ଗ୍ୟାଙ୍ଗ୍‍କୁ ନେଇ ଚିନ୍ତାରେ ପୁଲିସ

The Sakala Picture
Published On

ଭୁବନେଶ୍ୱର : ରାଜଧାନୀରେ ୩ଜଣିଆ ଗ୍ୟାଙ୍ଗ୍‍ ପୁଲିସର ନିଦ ହଜାଇ ଦେଲେଣି। ସୁନା ଗହଣା ଲୁଟ୍‍ପାଟ୍‍ କରିବା ଲାଗି ହଣାକଟା ମଧ୍ୟ କରୁଛନ୍ତି। ଏପରିକି ଚଳନ୍ତା ଗାଡ଼ିରୁ ଠେଲି ଦେଉଛନ୍ତିି। ମହିଳା, ବରିଷ୍ଠ ନାଗରିକ, ଛାତ୍ରୀଙ୍କ ଏହି ଗ୍ୟାଙ୍ଗ୍‍ ବିଶେଷକରି ଟାର୍ଗେଟ କରୁଛନ୍ତି। ଦୁଇ ଦିନ ତଳେ ନୂଆପଲ୍ଲୀ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଠାରୁ ମାରଣାସ୍ତ୍ର ଦେଖାଇ ଲୁଟ୍‍ପାଟ୍‍ କରିଥିଲେ। ଏମିତିକି ତାଙ୍କୁ ଛୁରିରେ ଆକ୍ରମଣ ମଧ୍ୟ କରିଥିଲେ। ସେହିପରି ମଙ୍ଗଳବାର ଖଣ୍ଡଗିରି ଥାନା ଅଧୀନ […]

ଭୁବନେଶ୍ୱର : ରାଜଧାନୀରେ ୩ଜଣିଆ ଗ୍ୟାଙ୍ଗ୍‍ ପୁଲିସର ନିଦ ହଜାଇ ଦେଲେଣି। ସୁନା ଗହଣା ଲୁଟ୍‍ପାଟ୍‍ କରିବା ଲାଗି ହଣାକଟା ମଧ୍ୟ କରୁଛନ୍ତି। ଏପରିକି ଚଳନ୍ତା ଗାଡ଼ିରୁ ଠେଲି ଦେଉଛନ୍ତିି। ମହିଳା, ବରିଷ୍ଠ ନାଗରିକ, ଛାତ୍ରୀଙ୍କ ଏହି ଗ୍ୟାଙ୍ଗ୍‍ ବିଶେଷକରି ଟାର୍ଗେଟ କରୁଛନ୍ତି। ଦୁଇ ଦିନ ତଳେ ନୂଆପଲ୍ଲୀ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଠାରୁ ମାରଣାସ୍ତ୍ର ଦେଖାଇ ଲୁଟ୍‍ପାଟ୍‍ କରିଥିଲେ। ଏମିତିକି ତାଙ୍କୁ ଛୁରିରେ ଆକ୍ରମଣ ମଧ୍ୟ କରିଥିଲେ। ସେହିପରି ମଙ୍ଗଳବାର ଖଣ୍ଡଗିରି ଥାନା ଅଧୀନ ସିଟି ଓମେନ୍ସ କଲେଜ ରାସ୍ତାରେ ଛାତ୍ରୀ ହରପ୍ରିୟା ମହାନ୍ତିଙ୍କୁ ମାରଣାସ୍ତ୍ର ଦେଖାଇ ଫୋନ୍‍ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ତେବେ ସେ ଫୋନ୍‍ ନ ଦେବାରୁ ତାଙ୍କୁ ମାଡ଼ମାରି ରକ୍ତାକ୍ତ କରିଥିଲେ। ଛାତ୍ରୀଙ୍କୁ ଲହୁଲୁହାଣ କରି ମୋବାଇଲ ଲୁଟି ନେବାରେ ସକ୍ଷମ ହୋଇଥିଲେ ଦୁର୍ବୃତ୍ତ। ସେହିପରି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ଜଣେ ମହିଳାଙ୍କ ଭ୍ୟାନିଟି ମଧ୍ୟ ଏହି ଗ୍ୟାଙ୍ଗ୍‍ ଝାମ୍ପି ନେଇଛନ୍ତି। ସହରରେ ଲାଗିଥିବା ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଛି।

ଆହୁରି ପଢ଼ନ୍ତୁ: ଦଶରଥପୁରରେ ବିଜେଡିର ନାରୀ ଅଧିକାର ଅଭିଯାନ: ମହିଳାମାନେ ନିଜ ସୁରକ୍ଷା ପାଇଁ ତ୍ରାହି ତ୍ରାହି ଡାକିଲେଣି

ସେମାନେ ଖାଲି ସୁନା ଅଳଙ୍କାର ଲୁଟ୍‍ପାଟ୍‍ କରୁନାହାନ୍ତି ରାତିରେ ଗାଡ଼ି ମଧ୍ୟ ଲୁଟ୍‍ପାଟ୍‍ କରୁଛନ୍ତି। ୧୦ଦିନରେ ଚନ୍ଦ୍ରଶେଖରପୁର, ବଡ଼ଗଡ଼, ଲକ୍ଷ୍ମୀସାଗର, ଖଣ୍ଡଗିରି, ନୂଆପଲ୍ଲୀ ଆଦି ଥାନା ଅଞ୍ଚଳରୁ ୧୪ଟି ଚାରିଚକିଆ ଗାଡ଼ି ଚୋରି ହୋଇଛି। ଏଥିରେ ଏହି ଗ୍ୟାଙ୍ଗ୍‍ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି। ସହରରେ ଗତ ୬ମାସ ହେଲା ଏହି ଗ୍ୟାଙ୍ଗ୍‍ ସକ୍ରିୟ ହୋଇଛି। ସିସିଟିଭିରେ ସହରରେ ଏହି ଗ୍ୟାଙ୍ଗ୍‍ର ୨୦ରୁ ଊର୍ଦ୍ଧ୍ବ ଫଟୋ କଏଦ ହୋଇଛି। ତେବେ ସେଥିରେ ଏହି ଗ୍ୟାଙ୍ଗ୍‍ର ସମ୍ପୃକ୍ତି ରହିଥିବା ଜଣାପଡ଼ିଛି। ତେବେ ପୁଲିସ ସେମାନଙ୍କୁ ଧରିବା ଲାଗି ପୁଲିସ ଜାଲ ବିଛାଇଛି। ମାତ୍ର ସେମାନେ ଖସିଯାଉଛନ୍ତିି। ଏଥିଲାଗି ଜବତ ହୋଇଥିବା ଫଟୋଗୁଡ଼ିକୁ ବିଭିନ୍ନ ଥାନାକୁ ପଠାଯାଇଛି। ଯଦି ସେମାନେ ଚିହ୍ନଟ କରି ନ ପାରନ୍ତି ତା’ ହେଲେ ଉକ୍ତ ଫଟୋକୁ ସର୍ବସାଧାରଣଙ୍କ ଲାଗି ବିଭିନ୍ନ ଥାନା ଓ ଡିସିପି ଅଫିସରେ ଲଗାଯିବ। ଏପରିକି ଗଠନ କରାଯାଇଥିବା ସ୍ୱତନ୍ତ୍ର ଟିମ୍‍ ଏହି ୩ଜଣିଆ ଗ୍ୟାଙ୍ଗ୍‍ ଫଟୋକୁ ବିଭିନ୍ନ ଜିଲ୍ଲା ପୁଲିସକୁ ଅବଗତ କରୁଛି।

ଆହୁରି ପଢ଼ନ୍ତୁ: ଓଡିଶାରେ ଅପରାଧ ଉପରମୁହାଁ, କୋମାରେ ପୋଲିସ: ବିଜେଡି

15 Apr 2021 By The Sakala

୩ ଜଣିଆ ଗ୍ୟାଙ୍ଗ୍‍କୁ ନେଇ ଚିନ୍ତାରେ ପୁଲିସ

ଭୁବନେଶ୍ୱର : ରାଜଧାନୀରେ ୩ଜଣିଆ ଗ୍ୟାଙ୍ଗ୍‍ ପୁଲିସର ନିଦ ହଜାଇ ଦେଲେଣି। ସୁନା ଗହଣା ଲୁଟ୍‍ପାଟ୍‍ କରିବା ଲାଗି ହଣାକଟା ମଧ୍ୟ କରୁଛନ୍ତି। ଏପରିକି ଚଳନ୍ତା ଗାଡ଼ିରୁ ଠେଲି ଦେଉଛନ୍ତିି। ମହିଳା, ବରିଷ୍ଠ ନାଗରିକ, ଛାତ୍ରୀଙ୍କ ଏହି ଗ୍ୟାଙ୍ଗ୍‍ ବିଶେଷକରି ଟାର୍ଗେଟ କରୁଛନ୍ତି। ଦୁଇ ଦିନ ତଳେ ନୂଆପଲ୍ଲୀ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଠାରୁ ମାରଣାସ୍ତ୍ର ଦେଖାଇ ଲୁଟ୍‍ପାଟ୍‍ କରିଥିଲେ। ଏମିତିକି ତାଙ୍କୁ ଛୁରିରେ ଆକ୍ରମଣ ମଧ୍ୟ କରିଥିଲେ। ସେହିପରି ମଙ୍ଗଳବାର ଖଣ୍ଡଗିରି ଥାନା ଅଧୀନ ସିଟି ଓମେନ୍ସ କଲେଜ ରାସ୍ତାରେ ଛାତ୍ରୀ ହରପ୍ରିୟା ମହାନ୍ତିଙ୍କୁ ମାରଣାସ୍ତ୍ର ଦେଖାଇ ଫୋନ୍‍ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ତେବେ ସେ ଫୋନ୍‍ ନ ଦେବାରୁ ତାଙ୍କୁ ମାଡ଼ମାରି ରକ୍ତାକ୍ତ କରିଥିଲେ। ଛାତ୍ରୀଙ୍କୁ ଲହୁଲୁହାଣ କରି ମୋବାଇଲ ଲୁଟି ନେବାରେ ସକ୍ଷମ ହୋଇଥିଲେ ଦୁର୍ବୃତ୍ତ। ସେହିପରି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ଜଣେ ମହିଳାଙ୍କ ଭ୍ୟାନିଟି ମଧ୍ୟ ଏହି ଗ୍ୟାଙ୍ଗ୍‍ ଝାମ୍ପି ନେଇଛନ୍ତି। ସହରରେ ଲାଗିଥିବା ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଛି।

ସେମାନେ ଖାଲି ସୁନା ଅଳଙ୍କାର ଲୁଟ୍‍ପାଟ୍‍ କରୁନାହାନ୍ତି ରାତିରେ ଗାଡ଼ି ମଧ୍ୟ ଲୁଟ୍‍ପାଟ୍‍ କରୁଛନ୍ତି। ୧୦ଦିନରେ ଚନ୍ଦ୍ରଶେଖରପୁର, ବଡ଼ଗଡ଼, ଲକ୍ଷ୍ମୀସାଗର, ଖଣ୍ଡଗିରି, ନୂଆପଲ୍ଲୀ ଆଦି ଥାନା ଅଞ୍ଚଳରୁ ୧୪ଟି ଚାରିଚକିଆ ଗାଡ଼ି ଚୋରି ହୋଇଛି। ଏଥିରେ ଏହି ଗ୍ୟାଙ୍ଗ୍‍ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି। ସହରରେ ଗତ ୬ମାସ ହେଲା ଏହି ଗ୍ୟାଙ୍ଗ୍‍ ସକ୍ରିୟ ହୋଇଛି। ସିସିଟିଭିରେ ସହରରେ ଏହି ଗ୍ୟାଙ୍ଗ୍‍ର ୨୦ରୁ ଊର୍ଦ୍ଧ୍ବ ଫଟୋ କଏଦ ହୋଇଛି। ତେବେ ସେଥିରେ ଏହି ଗ୍ୟାଙ୍ଗ୍‍ର ସମ୍ପୃକ୍ତି ରହିଥିବା ଜଣାପଡ଼ିଛି। ତେବେ ପୁଲିସ ସେମାନଙ୍କୁ ଧରିବା ଲାଗି ପୁଲିସ ଜାଲ ବିଛାଇଛି। ମାତ୍ର ସେମାନେ ଖସିଯାଉଛନ୍ତିି। ଏଥିଲାଗି ଜବତ ହୋଇଥିବା ଫଟୋଗୁଡ଼ିକୁ ବିଭିନ୍ନ ଥାନାକୁ ପଠାଯାଇଛି। ଯଦି ସେମାନେ ଚିହ୍ନଟ କରି ନ ପାରନ୍ତି ତା’ ହେଲେ ଉକ୍ତ ଫଟୋକୁ ସର୍ବସାଧାରଣଙ୍କ ଲାଗି ବିଭିନ୍ନ ଥାନା ଓ ଡିସିପି ଅଫିସରେ ଲଗାଯିବ। ଏପରିକି ଗଠନ କରାଯାଇଥିବା ସ୍ୱତନ୍ତ୍ର ଟିମ୍‍ ଏହି ୩ଜଣିଆ ଗ୍ୟାଙ୍ଗ୍‍ ଫଟୋକୁ ବିଭିନ୍ନ ଜିଲ୍ଲା ପୁଲିସକୁ ଅବଗତ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର