ବୁଧବାର ରାଶିଫଳ (୩୦-୦୮-୨୦୨୩)

The Sakala Picture
Published On

ମେଷ: କାମ ପୂରା କରିବାରେ ସଫଳ ହେବେ। ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ। କୌଣସି ବଡ଼ କାମ ଆରମ୍ଭ କରିବା ପାଇଁ ଉପଯୁକ୍ତ ସମୟ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ। ବୃଷ: ଆୟ ବୃଦ୍ଧି ହେବ। ଅନ୍ୟ ଦିନ ତୁଳନାରେ ଅଫିସ୍ କାମ ଭଲରେ ଶେଷ କରିବେ। ବ୍ୟବହାରରେ ସହକର୍ମୀ ଖୁସି ହେବେ। ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ। ମାଆଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ମିଥୁନ: ଦାୟିତ୍ବର […]

ମେଷ: କାମ ପୂରା କରିବାରେ ସଫଳ ହେବେ। ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ। କୌଣସି ବଡ଼ କାମ ଆରମ୍ଭ କରିବା ପାଇଁ ଉପଯୁକ୍ତ ସମୟ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ବୃଷ: ଆୟ ବୃଦ୍ଧି ହେବ। ଅନ୍ୟ ଦିନ ତୁଳନାରେ ଅଫିସ୍ କାମ ଭଲରେ ଶେଷ କରିବେ। ବ୍ୟବହାରରେ ସହକର୍ମୀ ଖୁସି ହେବେ। ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ। ମାଆଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ ( ୧୦-୦୨-୨୦୨୬ )

ମିଥୁନ: ଦାୟିତ୍ବର ସହ କର୍ତ୍ତବ୍ୟ ପାଳନ କରିବେ। ଫିଟ୍‌ନେସ୍‌ ପ୍ରତି ଯତ୍ନବାନ ହେବେ। ଘର ପାଇଁ ଅତ୍ୟାବଶ୍ୟକ ଜିନିଷ କିଣିବେ। ଜୀବନସାଥୀଙ୍କ ସହଯୋଗ ମିଳିବ। ମାର୍କେଟିଂ କ୍ଷେତ୍ରରେ ସଫଳତା ମିଳିବ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

କର୍କଟ: ଦିନଟି ମିଶ୍ରଫଳ ପ୍ରଦାନ କରିବ। ନିବେଶ ମାମଲାରେ ପରାମର୍ଶ ମିଳିବ। ଅନ୍ୟ ସହ ମିଶି କାମ କରିବାରେ ସଫଳତା ମିଳିବ। ଜୀବନସାଥୀଙ୍କ ବ୍ୟବହାରରେ ଖୁସି ହେବେ।

ସିଂହ: ଭାଇଭଉଣୀଙ୍କ ସାହାଯ୍ୟ ଦ୍ବାରା ଲାଭବାନ ହେବେ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ପ୍ରେମିକ ପ୍ରେମିକଙ୍କ ମଧ୍ୟରେ ମତାନ୍ତର ଦୂର ହେବ। ବିଦ୍ୟାର୍ଥୀ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ।

କନ୍ୟା: ଆର୍ଥିକ ମାମଲାରେ ସୁଧାର ଆସିବ। ଜରୁରି କାମ ପାଇଁ ଯାତ୍ରା କରିବେ। ପରିବାର ସଦସ୍ୟଙ୍କ ସହ ଉତ୍ତମ ବୁଝାମଣା ରଖୀବେ। ଓକିଲାତି କ୍ଷେତ୍ରରେ ସଫଳତା ଲାଭ କରିବେ। ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ।

ତୁଳା: ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ କରିବେ। ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ। ଆର୍ଥିକ ସମସ୍ୟା ଦେଖା ଦେବ। ମନ ପ୍ରସନ୍ନ ରହିବ।

ବିଛା: ପରିବାର ସହ ସମୟ ଅତିବାହିତ କରିବେ। ଲେଖକ ଲେଖୀକାଙ୍କୁ ଖୁସି ଖବର ମିଳିବ। ଜୀବନସାଥୀଙ୍କଠାରୁ ଉପହାର ପାଇବେ। ବିବାହ ପ୍ରସ୍ତାବ ଆସିବ। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି।

ଧନୁ: ଦିନଟି ହସ ଖୁସିରେ ଅତିବାହିତ କରିବେ। ବ୍ୟବସାୟରେ ଲାଭ ହେବ। ପରିବାରରେ ଧାର୍ମିକ କାର୍ଯ୍ୟ ଆୟୋଜନ କରିବେ। ସନ୍ତାନଙ୍କ ଭବିଷ୍ୟତ ପାଇଁ ନୂଆ ଯୋଜନା କରିବେ। ସ୍ବାସ୍ଥ୍ୟରେ ସୁଧାର ହେବ।

ମକର: ବ୍ୟବସାୟୀ ଲାଭବାନ ହେବେ। କୋର୍ଟ କଚେରୀ ମାମଲାରେ ବିଜୟ ଲାଭ କରିବେ। ସମୟ ପୂର୍ବରୁ କାମ ପୂରା କରିବେ। ବ୍ୟାଙ୍କ୍‌ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଶୁଭ ଖବର ମିଳିବ।

କୁମ୍ଭ: ପରିବାର ସଦସ୍ୟଙ୍କ ସହଯୋଗରେ କାମ ପୂରା କରିବେ। ସରକାରୀ ଚାକିରିଆଙ୍କ ପାଇଁ ଦିନଟି ଭଲ। ଭାବିଚିନ୍ତି ନିଷ୍ପତ୍ତି ନେବେ। ଜୀବନସାଥୀଙ୍କ ସହ ଉତ୍ତମ ବୁଝାମଣା ରହିବ।

ମୀନ: ଆଧ୍ୟାତ୍ମିକ କାମ ପ୍ରତି ଆଗ୍ରହ ବଢ଼ିବ। ବିଦ୍ୟାର୍ଥୀ କ୍ୟାରିୟର ପାଇଁ ନୂଆ ଲକ୍ଷ୍ୟ ନିର୍ଦ୍ଧାରିତ କରିବେ। କାର୍ଯ୍ୟରେ ବଡ଼ ଭାଇଙ୍କ ସହଯୋଗ ମିଳିବ। ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ସାହାଯ୍ୟ ମିଳିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp