Monday Horoscope: ସୋମବାର ରାଶିଫଳ ( ୦୨-୦୩-୨୦୨୬ )
ମେଷ: ଅଜଣା ଲୋକଙ୍କୁ ବିଶ୍ବାସ କରି ନିବେଶ କରନ୍ତୁନି। ରାଜନେତାଙ୍କ ପାଇଁ ଦିନଟି ଭଲ। ଅଫିସ୍ କାର୍ଯ୍ୟ ପୂରା କରିବେ। ପଡୋଶୀଙ୍କ ସହ ସୁସମ୍ପର୍କ ବଢ଼ିବ। ପ୍ରେମ ଜୀବନ ସୁଖମୟ ହେବ।
ବୃଷ: ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। ସନ୍ତାନଙ୍କ ଭବିଷ୍ୟତ ଲାଗି ବାପାମାଆ ଅର୍ଥ ନିବେଶ କରିବେ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ। ଦାନଧର୍ମ କରନ୍ତୁ। ଭାବିଚିନ୍ତି କଥା କୁହନ୍ତୁ।
ମିଥୁନ: ବୁଝି ବିଚାରି କାମ କରନ୍ତୁ। ଅଯଥାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ସମସ୍ୟାର ସମାଧାନ ହୋଇପାରେ। ବିଦ୍ୟାର୍ଥୀ ଖେଳକୁଦରେ ଅଧିକ ସମୟ ବିତାଇବେ। ଦାନଧର୍ମ କରନ୍ତୁ।
କର୍କଟ: ସ୍ବାସ୍ଥ୍ୟରେ ସୁଧାର ଆସିବ। ଅଧିକ ପରିଶ୍ରମ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ବାଦବିବାଦରୁ ଦୂରେଇ ରହିବେ। ଖର୍ଚ୍ଚରେ ନିୟନ୍ତ୍ରଣ ରକ୍ଷା କରିବେ।
ସିଂହ: ଅଚାନକ ଖୁସି ଖବର ପାଇପାରନ୍ତି। ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ। ଯାନବାହନ କ୍ରୟ କରିପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ବ୍ୟବହାରରେ ସଂଯମତା ରକ୍ଷା କରିବେ।
କନ୍ୟା: ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟକ୍ତିଗତ କଥା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁନି। ପଡ଼ୋଶୀଙ୍କ ସହ ମତାନ୍ତର ଦୂର ହେବ।
ତୁଳା: ଅଫିସ୍ କାମକୁ ନେଇ ଚିନ୍ତା ବଢ଼ିପାରେ। ଅଟକି ଥିବା ଧନ ମିଳିପାରେ। ସମ୍ପର୍କୀୟଙ୍କଠାରୁ ଉପହାର ପାଇବେ। ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିପାରେ।
ବିଛା: ନୂତନ ଜମି କ୍ରୟ କରିପାରନ୍ତି। ଲୋକସମ୍ପର୍କ ବୃଦ୍ଧି ପାଇବ। ମହିଳାମାନେ ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ପୂରା କରିବେ। ଇଚ୍ଛା ପୂରଣ ହେବ।
ଧନୁ: ଆଶା କରିଥିବା ଦିଗରୁ ନିରାଶ ହୋଇପାରନ୍ତି। ଧୈର୍ଯ୍ୟ ହରାନ୍ତୁନି। ଧାର୍ମିକ ସ୍ଥାନକୁ ଯାତ୍ରାଯୋଗ ଅଛି। ବ୍ୟବସାୟ ଜନିତ ସମସ୍ୟାର ସମାଧାନ ହେବ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ।
ମକର: ପୁରୁଣା ନିବେଶରୁ ଲାଭ ମିଳିପାରେ। ମହିଳାମାନେ ଉଦାସ ରହି ପାରନ୍ତି। ଅଫିସ୍ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଛାତ୍ରଛାତ୍ରୀ ପଢ଼ା ପ୍ରତି ଆଗ୍ରହ ପ୍ରକାଶ କରିବେ।
କୁମ୍ଭ: ଦୀର୍ଘ ଦିନର ଆଶା ପୂରଣ ହୋଇପାରେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତଯୋଗ ରହିଛି। ସାମାଜିକ କାର୍ଯ୍ୟରେ ସାମିଲ ହେବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ। ପୂଜାର୍ଚ୍ଚନା କରନ୍ତୁ।
ମୀନ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ଦେବ। ବନ୍ଧୁଙ୍କ ସହିତ ସମୟ ବିତାଇବେ। ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବେ। ପୈତୃକ ସମ୍ପତ୍ତି ବିବାଦର ସମାଧାନ ହେବ।





