ବିଜନୌରରେ ଚାଞ୍ଚଲ୍ୟ: କ୍ଲିନିକ ଭିତରେ ପଶି ଡାକ୍ତରଙ୍କୁ ଗୁଳି କରି ହତ୍ୟା, ବାଇକ ଛାଡ଼ି ଫେରାର ହେଲା ଦୁର୍ବୃତ୍ତ

Suryakanta Picture
Published On

ଉତ୍ତରପ୍ରଦେଶର ବିଜନୌର ଜିଲ୍ଲାରେ ଗୁରୁବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନଗିନା ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଡାକ୍ତରଖାନା ମଧ୍ୟରେ ଜଣେ ଡାକ୍ତରଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ମୃତକ ହେଲେ ୪୫ ବର୍ଷୀୟ ଡାକ୍ତର ରାଜକୁମାର। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ଭଙ୍ଗା ଚୁଡ଼ି ଖୋଲିଲା ହତ୍ୟା ରହସ୍ୟ: ନିର୍ଯାତନାରେ ଅତିଷ୍ଠ ହୋଇ ମାଲିକାଣୀଙ୍କୁ ହତ୍ୟା କଲା ଚାକରାଣୀ

କ୍ଲିନିକ ଭିତରେ ପଶି ଆକ୍ରମଣ

ସୂଚନା ଅନୁଯାୟୀ, ଡାକ୍ତର ରାଜକୁମାର ନଗିନା-ଧାମପୁର ରୋଡରେ 'ଶିବାଳୟ ହେଲଥ କେୟାର' ନାମକ ଏକ କ୍ଲିନିକ ଚଳାଉଥିଲେ। ଗୁରୁବାର ସନ୍ଧ୍ୟାରେ ସେ ନିଜ ଚ୍ୟାମ୍ବରରେ ବସି ରୋଗୀ ଦେଖୁଥିବା ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ବାଇକରେ ସେଠାରେ ପହଞ୍ଚିଥିଲେ। ଦୁର୍ବୃତ୍ତ ଜଣକ ସିଧା ଡାକ୍ତରଙ୍କ କ୍ୟାବିନ ଭିତରକୁ ପଶି ତାଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ। ଗୁଳିମାଡ଼ ପରେ ଡାକ୍ତର ଗୁରୁତର ଆହତ ହୋଇ ପଡ଼ିଯାଇଥିଲେ ଏବଂ ଘଟଣାସ୍ଥଳରେ ଉପସ୍ଥିତ ରୋଗୀ ଓ କର୍ମଚାରୀଙ୍କ ମଧ୍ୟରେ ଦୌଡ଼ାଦୌଡ଼ି ଆରମ୍ଭ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ଯୁଦ୍ଧ: ହୋରମୁଜ୍ ବନ୍ଦ ନେଇ ବଢିଲା ଚିନ୍ତା, କିନ୍ତୁ ଭାରତ ପାଖରେ ରହିଛି ଏହି ‘ପ୍ଲାନ୍-ବି’

ଡାକ୍ତର ମୃତ ଘୋଷିତ

ଗୁଳିମାଡ଼ ପରେ ସ୍ଥାନୀୟ ଲୋକେ ତୁରନ୍ତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଡାକ୍ତର ରାଜକୁମାରଙ୍କୁ ଉଦ୍ଧାର କରି ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC) କୁ ନେଇଥିଲେ। ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷିତ କରିଥିଲେ। ମୃତ ଡାକ୍ତର ରାଜକୁମାର ମୂଳତଃ ଗାଜିଆବାଦର ବାସିନ୍ଦା ଥିଲେ ଏବଂ ବିଗତ ୪ ବର୍ଷ ହେବ ନଗିନାରେ ରହି ଚିକିତ୍ସା ସେବା ଯୋଗାଉଥିଲେ।

ଆହୁରି ପଢ଼ନ୍ତୁ: ନକଲି ଇସ୍ରୋ ବୈଜ୍ଞାନିକର କାରନାମା: ବିବାହ ପ୍ରତିଶ୍ରୁତି ଦେଇ ପୁଣେ ଯୁବତୀଙ୍କ ଠାରୁ ୪୨ ଲକ୍ଷ ଠକେଇ

ପୋଲିସର ତଦନ୍ତ ଜାରି

ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅତିରିକ୍ତ ପୋଲିସ ଅଧୀକ୍ଷକ (ASP) ପ୍ରକାଶ କୁମାରଙ୍କ ସୂଚନା ମୁତାବକ, ଅଭିଯୁକ୍ତ ବ୍ୟକ୍ତି ନିଜ ବାଇକଟିକୁ ଘଟଣାସ୍ଥଳରେ ଛାଡ଼ି ଫେରାର ହୋଇଯାଇଛି। ପୋଲିସ ବାଇକକୁ ଜବତ କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp