କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

Madhusudan Das Picture
Published On

ମେଷ: ରବି, ସୋମବାରରେ ଅନିଶ୍ଚିତ ଭବିଷ୍ୟତ ପାଇଁ ଅବସାଦରେ ରହିପାରନ୍ତି। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ମଙ୍ଗଳ, ବୁଧ, ଗୁରୁବାରରେ ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଶୁକ୍ର, ଶନିବାରରେ ଆର୍ଥିକ କ୍ଷେତ୍ରରେ ଅବନତି ପରିଲକ୍ଷିତ ହୋଇପାରେ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ବୃଷ: ରବି, ସୋମବାରରେ ବ୍ୟସ୍ତତା ମଧ୍ୟରେ ରହିବେ। ପାରିବାରିକ କାର୍ଯ୍ୟରେ ଫସି ରହିବେ। ମଙ୍ଗଳ, ବୁଧ, ଗୁରୁବାରରେ ନୂତନ ଚିନ୍ତା ନେଇ ଆଗକୁ ବଢ଼ିବେ।  ଶୁକ୍ର, ଶନିବାରରେ ଜୀବନସାଥୀଙ୍କ ସହଯୋଗ ପାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନଲଗାଇବେ।

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ (୦୮-୦୯-୨୦୨୬)

ମିଥୁନ: ରବି, ସୋମବାରରେ ନିଜ ବ୍ୟବହାର ପାଇଁ ପ୍ରଶଂସିତ ହେବେ। ମହିଳାମାନେ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ମଙ୍ଗଳ, ବୁଧ, ଗୁରୁବାରରେ କୌଣସି ଗୁରୁତ୍ବପୂର୍ଣ୍ଣ କଥାକୁ ନେଇ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ଶୁକ୍ର, ଶନିବାରରେ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ପାଇ ସଠିକ୍‌ ମାର୍ଗ ଅନୁସରଣ କରିବେ। 

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ (୧୦-୦୯-୨୦୨୬)

କର୍କଟ: ରବି, ସୋମବାରରେ  ପାରିବାରିକ ସମ୍ପର୍କରେ ତିକ୍ତତା ଦେଖାଦେଇପାରେ। କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି। ମଙ୍ଗଳ, ବୁଧ, ଗୁରୁବାରରେ ନୂତନ ନିବେଶ କରି ଲାଭାନ୍ବିତ ହେବେ। ବ୍ୟବସାୟ ସମ୍ବନ୍ଧରେ ଦୂରଯାତ୍ରା କରିବେ। ଶୁକ୍ର, ଶନିବାରରେ ପୈତୃକ ସମ୍ପତ୍ତିରେ ଭାଗୀଦାରୀ ହେବେ।

ସିଂହ: ରବି, ସୋମବାରରେ ବିଭିନ୍ନ କ୍ଷେତ୍ରରୁ ସାହାଯ୍ୟ ପାଇବେ। ପରିସ୍ଥିତି ସହ ଖାପଖୁଆଇ ଚଳିବେ। ମଙ୍ଗଳ, ବୁଧ, ଗୁରୁବାରରେ ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳତା ଦେଖାଦେବ । ବ୍ୟବସାୟ ପ୍ରସାରିତ ହୋଇପାରେ। ଶୁକ୍ର, ଶନିବାରରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଅଟକି ଯାଇପାରେ ।

କନ୍ୟା: ରବି, ସୋମବାରରେ ଗୁରୁଜନଙ୍କ ଅାଶୀର୍ବାଦ ଲାଭ କରିବେ। କର୍ମକ୍ଷେତ୍ରରେ ଦାୟିତ୍ବଭାର ବଢ଼ିପାରେ। ମଙ୍ଗଳ, ବୁଧ, ଗୁରୁବାରରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଶୁକ୍ର, ଶନିବାରରେ  ଅଭାବ ଓ ଅସୁବିଧା ଦେଖାଦେଇପାରେ। 

ତୁଳା: ରବି, ସୋମବାରରେ ନିଜ ପ୍ରତିଭାର ପ୍ରଦର୍ଶନ କରିବେ। ଦୀର୍ଘ ଦିନର ଯୋଜନାରେ ସଫଳତା ପାଇବେ। ମଙ୍ଗଳ, ବୁଧ, ଗୁରୁବାରରେ କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗ ପାଇବେ। ଅର୍ଥହାନିର ଶିକାର ହୋଇପାରନ୍ତି।  ଶୁକ୍ର, ଶନିବାରରେ ସମାଜରେ ଉଚ୍ଚ ସମ୍ମାନର ଅଧିକାରୀ ହେବେ। 

ବିଛା: ରବି, ସୋମବାରରେ ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ମଙ୍ଗଳ, ବୁଧ,ଗୁରୁବାରରେ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଦେଖାଦେଇ ପାରେ। ଅର୍ଥହାନି ଯୋଗ ରହିଛି। ଶୁକ୍ର, ଶନିବାରରେ ମନୋରଞ୍ଜନ କାର୍ଯ୍ୟରେ ମଜ୍ଜି ରହିବେ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ଫଳାଫଳ କରିବେ। 

ଧନୁ: ରବି, ସୋମବାରରେ ଆଶାବାଦୀ ଓ ଉତ୍ସାହିତ ରହିବେ। ମଙ୍ଗଳ, ବୁଧ, ଗୁରୁବାରରେ ବିବାଦୀୟ ସ୍ଥିତିରୁ ଦୂରେଇ ରୁହନ୍ତୁ। ଦାମ୍ପତ୍ୟ ଜୀବନରେ ଶାନ୍ତି ରହିବ। ଶୁକ୍ର, ଶନିବାରରେ ଅର୍ଥ ଆଗମନର ସୂଚନା ପାଇବେ। ନୂତନ ନିବେଶ ପାଇଁ ଅନୁଭବୀଙ୍କ ପରାମର୍ଶ ଲୋଡ଼ିବେ।

ମକର: ରବି, ସୋମବାରରେ  ପରିଶ୍ରମ ମୁତାବକ ଫଳପ୍ରାପ୍ତି । ପରିବାର ସହ ଦୂରଯାତ୍ରା ଯୋଗ ରହିଛି। ମଙ୍ଗଳ, ବୁଧ, ଗୁରୁବାରରେ ଅବହେଳାର ଶିକାର ହେବେ । ଅତ୍ୟଧିକ କାର୍ଯ୍ୟକରି ଅସୁସ୍ଥ ମନେ କରିବେ। ଶୁକ୍ର, ଶନିବାରରେ ବନ୍ଧୁଙ୍କଠାରୁ ଆର୍ଥିକ ସହଯୋଗ ପାଇବେ। 

କୁମ୍ଭ: ରବି, ସୋମବାରରେ ସକାରାତ୍ମକ ଭାବନା ସହ କାର୍ଯ୍ୟ କରିବେ। ପ୍ରିୟଜନଙ୍କ କଥାକୁ ଗୁରୁତ୍ବ ଦେବେ। ମଙ୍ଗଳ, ବୁଧ, ଗୁରୁବାରରେ କଠୋର ପରିଶ୍ରମ ଓ ଧୈର୍ଯ୍ୟ ଶକ୍ତି  ବଳରେ ସଫଳତା ପାଇବେ। ଶୁକ୍ର, ଶନିବାରରେ ଅନ୍ୟର କଥାରେ ମୁଣ୍ଡ ପୂରାନ୍ତୁ ନାହିଁ।

ମୀନ: ରବି, ସୋମବାରରେ  ସାମାଜିକ ସମାବେଶରେ ସାହାଯ୍ୟ କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରଶଂସାର ଅଧିକାରୀ ହେବେ। ମଙ୍ଗଳ, ବୁଧ, ଗୁରୁବାରରେ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିବେ। ଶୁକ୍ର, ଶନିବାରରେ କୋର୍ଟକଚେରୀ ମାମଲାରେ ପଡ଼ିଯାଇପାରନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp