Thursday Horoscope; ଗୁରୁବାର ରାଶିଫଳ ( ୧୧-୧୨-୨୦୨୫ )
ମେଷ: ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଆଇଟି ଚାକିରିଆଙ୍କ ପାଇଁ ଦିନ ଭଲ। ଚାକିରିରେ ପରିବର୍ତ୍ତନ ହେବ। ରାଜନୀତିରେ ସଫଳ ହେବେ। ସନ୍ତାନଙ୍କ ଭବିଷ୍ୟତ ଲାଗି ବାପାମାଆ ଅର୍ଥ ନିବେଶ କରିବେ।
ବୃଷ: ଦୀର୍ଘ ଦିନରୁ ଆଶା କରିଥିବା ଦିଗରୁ ଅର୍ଥ ମିଳିବ। ବ୍ୟସ୍ତତା ଭିତରେ ଦିନଟି କଟିବ। ବ୍ୟବସାୟ ଆଗକୁ ବଢ଼ାଇବାକୁ ପ୍ରୟାସ କରିବେ। ଅତିଥି ସତ୍କାର କରିପାରନ୍ତି। ସୃଜନାତ୍ମକ କ୍ଷେତ୍ରରେ ସଫଳତା ହାସଲ କରିବେ।
ମିଥୁନ: ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। କଳା ଓ ସାହିତ୍ୟ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି। ସ୍ବାସ୍ଥ୍ୟରେ ସୁଧାର ଆସିବ। ଅଧିକ ପରିଶ୍ରମ କରିବେ। ପାରିବାରିକ ଜୀବନ ସୁଖମୟ ହେବ।
କର୍କଟ: ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ। ପଡୋଶୀଙ୍କ ସହ ସମ୍ପର୍କ ଘନିଷ୍ଠ ହୋଇପାରେ। ରାଜନେତାଙ୍କ ପାଇଁ ଦିନଟି ଭଲ। ଅଫିସ୍ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
ସିଂହ: ନିବେଶରୁ ଲାଭ ପାଇବେ। କାର୍ଯ୍ୟରେ ସଫଳତା ମିଳିବ। ବ୍ୟବହାରରେ ସଂଯମତା ରକ୍ଷା କରିବେ। ତରିବରିଆ ଭାବେ କୌଣସି ନିଷ୍ପତ୍ତି ନେବେ ନାହିଁ। ଶିକ୍ଷା କ୍ଷେତ୍ରରେ ସମ୍ମାନ ମିଳିବ।
କନ୍ୟା: ଦିନଟି ମିଶ୍ରଫଳ ପ୍ରଦାନ କରିବ। ଘର ସାଜସଜ୍ଜାରେ ଅଧିକ ଖର୍ଚ୍ଚାନ୍ତ ହେବେ। ମହିଳାମାନେ ଘରକାର୍ଯ୍ୟରେ ସମୟ ଅତିବାହିତ କରିବେ। ପଡ଼ୋଶୀଙ୍କ ସହ ମତାନ୍ତର ଦୂର ହେବ।
ତୁଳା: ସରକାରୀ କ୍ଷେତ୍ରରେ ଲାଭ ମିଳିବ। ଧାର କରଜ କରିବାରୁ ରକ୍ଷା ପାଇବେ। ଭବିଷ୍ୟତ ପାଇଁ ବଡ଼ ନିଷ୍ପତ୍ତି ନେବେ। ଅଫିସ୍ରେ ପଦୋନ୍ନତି ସମ୍ଭାବନା ଅଛି। ଛାତ୍ରଛାତ୍ରୀ ପଢ଼ାରେ ଧ୍ୟାନ ଦେବେ।
ବିଛା: ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ପୂରା କରିବେ। ଇଚ୍ଛା ପୂରଣ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବନ୍ଧୁଙ୍କ ସହ ବୁଲିବାକୁ ଯିବେ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ।
ଧନୁ: ଧାର୍ମିକ ସ୍ଥାନକୁ ଯାତ୍ରାଯୋଗ ଅଛି। ବ୍ୟବସାୟ ଜନିତ ସମସ୍ୟା ସମାଧାନ ହେବ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ଆର୍ଥିକ ଉନ୍ନତିକୁ ନେଇ ପ୍ରସନ୍ନ ରହିବେ। ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ।
ମକର: ନାଚ, ଗୀତରେ ସଫଳତା ମିଳିବ। ଛାତ୍ରଛାତ୍ରୀ ପଢ଼ା ପ୍ରତି ଆଗ୍ରହ ପ୍ରକାଶ କରିବେ। ବିଦେଶ ଯାତ୍ରା ଯୋଗ ଅଛି। ଭଉଣୀଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ଯୋଗ ରହିଛି।
କୁମ୍ଭ: ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ। ଘର ପାଇଁ ନୂଆ ଜିନିଷ କିଣିବେ। ସନ୍ତାନଙ୍କ ସହ ସମୟ ଅତିବାହିତ କରିବେ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ମିଳିବ। ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ।
ମୀନ: ବ୍ୟସ୍ତତା ଭିତରେ ନିଜ ପାଇଁ ସମୟ ବାହାର କରିବେ। ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବେ। ପୈତୃକ ସମ୍ପତ୍ତି ବିବାଦର ସମାଧାନ ହେବ। ବ୍ୟବସାୟରେ ପରିବର୍ତ୍ତନ ଆଣିବେ।





