ଗୁରୁବାର ରାଶିଫଳ ( ୦୬-୧୧-୨୦୨୫ )
ମେଷ: ଦୀର୍ଘ ଦିନର ଆଶା ପୂରଣ ହେବ। ପେଟଜନିତ ସମସ୍ୟା ଦେଖାଦେଇପାରେ। ଛାତ୍ରଛାତ୍ରୀ ପଢ଼ାରେ ମନ ଦେବେ। ବ୍ୟବସାୟରେ କ୍ଷତି ସହି ପାରନ୍ତି। ଭାଇ-ଭଉଣୀଙ୍କ ସହଯୋଗ ମିଳିବ।
ବୃଷ: ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ନିବେଶ କରିବାକୁ ଭଲ ସମୟ। ଚକ୍ଷୁ ସମସ୍ୟା ହୋଇପାରେ। ମାନ ସମ୍ମାନ ବୃଦ୍ଧି ପାଇବ। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ।
ମିଥୁନ: ଅଫିସ୍ ସହକର୍ମୀଙ୍କ ସହଯୋଗ ମିଳିବନି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନିବେଶରୁ ଲାଭ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଖର୍ଚ୍ଚ ବଢ଼ିପାରେ। ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବେ।
କର୍କଟ: କର୍ମକ୍ଷେତ୍ରରେ ସମସ୍ତଙ୍କ ସହ ଭଲ ଆଚରଣ ଦେଖାନ୍ତୁ। ପିତାମାତାଙ୍କ କଥାମାନି ଚଳନ୍ତୁ। ଛାତ୍ରଛାତ୍ରୀ ପଢ଼ାରେ ମନ ଦେବେ। ଧାର୍ମିକସ୍ଥାନକୁ ଯାତ୍ରା ଯୋଗ ଅଛି।
ସିଂହ: ଖର୍ଚ୍ଚ ବଢ଼ିବ। ଅଫିସ୍ କାମ ପାଇଁ ଦୂରସ୍ଥାନ ଯାତ୍ରା ଯୋଗ ରହିଛି। ଜୀବନସାଥୀଠାରୁ ଉପହାର ପାଇବେ। ଲୋକ ସମ୍ପର୍କ ବଢ଼ିବ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ।
କନ୍ୟା: ନିବେଶରୁ କ୍ଷତି ସହି ପାରନ୍ତି। ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହେବ । ପଡୋଶୀଙ୍କ ସହ ସୁସମ୍ପର୍କ ରହିବ। ଘର ପାଇଁ ନୂଆ ଜିନିଷ କିଣିବେ। ବନ୍ଧୁଙ୍କ ସହ ଦୂର ସ୍ଥାନ ଯାତ୍ରା କରିପାରନ୍ତି।
ତୁଳା: ଅଚାନକ ଖୁସି ଖବର ପାଇବେ। ସନ୍ତାନଙ୍କ ଭବିଷ୍ୟତ ପାଇଁ ଯୋଜନା କରିବେ। ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ ବିତାନ୍ତୁ। ଦାନ ଧର୍ମ କରନ୍ତୁ। ପୁରୁଣା ନିବେଶରୁ ଲାଭ ମିଳିବ।
ବିଛା: ରାଜନୀତିରେ ସକ୍ରିୟ ରହି ପାରନ୍ତି। ନୂଆ ଗାଡ଼ି କିଣିବେ। ପୈତୃକ ସମ୍ପତ୍ତିକୁ ନେଇ ବିବାଦ ସୃଷ୍ଟି ହେବ। ଆୟ ଓ ବ୍ୟୟ ସମାନ ରହିବ। ପ୍ରେମିକ-ପ୍ରେମିକାଙ୍କ ପାଇଁ ଦିନଟି ଭଲ।
ଧନୁ: ବ୍ୟବସାୟ ପାଇଁ ନୂଆ ଯୋଜନା କରିବେ। ପିଲାମାନେ ନାଚ ଗୀତରେ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ। ପରିବାର ସହିତ ହସଖୁସିର ସମୟ ବିତାଇବେ।
ମକର: ଧାର୍ମିକ କାର୍ଯ୍ୟରେ ସମୟ ବିତିବ। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ। ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁନି। ପୁରୁଣା ନିବେଶରୁ କ୍ଷତି ସହିବେ। ଚକ୍ଷୁ ସମସ୍ୟା ଦେଖାଦେବ।
କୁମ୍ଭ: ଅଫିସରେ କାର୍ଯ୍ୟ ଭାର ବଢ଼ିବ। ଜମି କ୍ରୟ କରିପାରନ୍ତି। ଉଧାର ଟଙ୍କା ଫେରି ପାଇବେ। ଆଇଟି କର୍ମଚାରୀଙ୍କ ପାଇଁ ଦିନଟି ଭଲ। ଘର ପାଇଁ ନୂଆ ଜିନିଷ କିଣିେବ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି।
ମୀନ: ଅଫିସ କାମକୁ ନେଇ ଚିନ୍ତା ବଢ଼ିବ। ଦିନଟି ମିଶ୍ରଫଳ ପ୍ରଦାନ କରିବ। ଲୋକ ସମ୍ପର୍କ ବୃଦ୍ଧି ପାଇବ। ଅଚାନକ ଖୁସି ଖବର ପାଇେବ। ପିଲାମାନେ ଖେଳମନସ୍କ ହେବେ। ଆୟ ଓ ବ୍ୟୟ ସମାନ ରହିବ।





