ଅନ୍‌ଲାଇନ୍‌ ଚାକିରି ଓ ନିବେଶ ଆଳ: ପୁଣି ୩ ଜଣଙ୍କଠାରୁ ୮୦ ଲକ୍ଷ ଉଡ଼ାଇନେଲେ ସାଇବର୍‌ ଠକ

The Sakala Picture
Published On

ଭୁବନେଶ୍ୱର: ଅନ୍‌ଲାଇନ୍‌‌ରେ ଚାକିରି ଓ ନିବେଶ ଆଳରେ ସାଇବର୍‌ ଠକ ୩ଜଣଙ୍କୁ ୮୦ ଲକ୍ଷ ଟଙ୍କାର ଚୂନ ମାରିଛନ୍ତି। ଏ ସଂପର୍କରେ ଆଜି ସାଇବର୍‌ ଥାନାରେ ଅଭିଯୋଗ ହୋଇଛି। ଠକାମିର ଶିକାର ହୋଇଥିବା କେନ୍ଦ୍ରାପଡ଼ାର ବିଜୁ ବେହେରା, ସାଲିଆସାହିର ରାଜେଶ ବେହେରା ଏବଂ ବିନୋଦ ସେଠିଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ପୃଥକ୍‌ ପୃଥକ୍‌ ମାମଲା ରୁଜୁ କରି ତଦନ୍ତ କରୁଛି। ସୂଚନାନୁସାରେ, ବିଜୁ ଅନ୍‌ଲାଇନ୍‌ରେ ଚାକିରି ପାଇଁ ଆବେଦନ କରିଥିଲେ। ପରେ ତାଙ୍କ ଟେଲିଗ୍ରାମ୍‌ ନମ୍ବରକୁ ଏକ […]

ଭୁବନେଶ୍ୱର: ଅନ୍‌ଲାଇନ୍‌‌ରେ ଚାକିରି ଓ ନିବେଶ ଆଳରେ ସାଇବର୍‌ ଠକ ୩ଜଣଙ୍କୁ ୮୦ ଲକ୍ଷ ଟଙ୍କାର ଚୂନ ମାରିଛନ୍ତି। ଏ ସଂପର୍କରେ ଆଜି ସାଇବର୍‌ ଥାନାରେ ଅଭିଯୋଗ ହୋଇଛି। ଠକାମିର ଶିକାର ହୋଇଥିବା କେନ୍ଦ୍ରାପଡ଼ାର ବିଜୁ ବେହେରା, ସାଲିଆସାହିର ରାଜେଶ ବେହେରା ଏବଂ ବିନୋଦ ସେଠିଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ପୃଥକ୍‌ ପୃଥକ୍‌ ମାମଲା ରୁଜୁ କରି ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: OLXରେ ଶସ୍ତା ଘର ଭଡ଼ାର ପ୍ରଲୋଭନ ଦେଖାଇ ଠକେଇ, ମାଆ ଓ ପୁଅ ଗିରଫ

ସୂଚନାନୁସାରେ, ବିଜୁ ଅନ୍‌ଲାଇନ୍‌ରେ ଚାକିରି ପାଇଁ ଆବେଦନ କରିଥିଲେ। ପରେ ତାଙ୍କ ଟେଲିଗ୍ରାମ୍‌ ନମ୍ବରକୁ ଏକ ମେସେଜ୍‌ ଆସିଥିଲା। ଘରୁ ବସି ଚାକିରି (ୱାର୍କ-ଫ୍ରମ୍‌-ହୋମ୍‌) କରିବାକୁ ସେଥିରେ ତାଙ୍କୁ ଲୋଭନୀୟ ଅଫର୍‌ ଦିଆଯାଇଥିଲା। ଦରମା ବାବଦକୁ ଠକମାନେ ତାଙ୍କୁ ମାସକୁ ୪୦ ହଜାର ଟଙ୍କା ଦରମା ଦେବେ ବୋଲି କହିଥିଲେ। ଆଗପଛ ବିଚାର ନ କରି ବିଜୁ ସେମାନଙ୍କ ଜାଲରେ ପଡ଼ି ଯାଇଥିଲେ। ପରେ ଠକମାନେ ତାଙ୍କୁ ଏକାଧିକ ଟେଲିଗ୍ରାମ୍‌ରେ ଯୋଡ଼ି ଟଙ୍କା ନିବେଶ କରିବା ପାଇଁ ପ୍ରବର୍ତ୍ତାଇଥିଲେ। ଲୋଭରେ ପଡ଼ି ବିଜୁ ପର୍ଯ୍ୟାୟକ୍ରମେ ୧୫ ଲକ୍ଷ ୩୯ ହଜାର ଟଙ୍କା ନିବେଶ କରିଥିଲେ। କିନ୍ତୁ ଟଙ୍କା ଉଠାଇବା ବେଳକୁ ଅଭିଯୁକ୍ତମାନେ ଉଭାନ୍‌ ହୋଇଯାଇଥିଲେ। ଯେଉଁ ଆପ୍‌ ଜରିଆରେ ବିଜୁ ନିବେଶ କରିଥିଲେ, ତାହା ମଧ୍ୟ ବନ୍ଦ ହୋଇଯାଇଥିଲା। ସେ ସାଇବର୍‌ ଠକଙ୍କ ଦ୍ବାରା ଶିକାର ହୋଇଥିବା ଜାଣିବା ପରେ ଏ ସଂପର୍କରେ ଥାନାର ଦ୍ୱାରସ୍ଥ ହୋଇଥିଲେ।

ଆହୁରି ପଢ଼ନ୍ତୁ: ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ: ଶଳାକୁ ପଥରରେ ଛେଚି ହତ୍ୟା କଲା ପିଶାଚ ଭିଣୋଇ !

ସେହିପରି ସମାନ ଢଙ୍ଗରେ ସାଲିଆସାହିର ରାଜେଶ ବେହେରା ୨୦ ଲକ୍ଷ ଏବଂ ବିନୋଦ ସେଠି ୧୨ ଲକ୍ଷରୁ ଅଧିକ ଟଙ୍କା ଠକାମିର ଶିକାର ହୋଇଛନ୍ତି। ସେମାନେ ମଧ୍ୟ ଅନ୍‌ଲାଇନ୍‌ରେ ଚାକିରି ଖୋଜୁଥିଲେ। ଏହାର ଫାଇଦା ନେଇ ଠକମାନେ ତାଙ୍କୁ ଜାଲରେ ଫସାଇଥିଲେ। ଠକମାନେ ପ୍ରଥମେ ଦୁହିଁଙ୍କୁ ଏକ ୱେବ୍‌ସାଇଟ୍‌(ଜାଲ)ରେ ପଞ୍ଜୀକରଣ କରିବାକୁ କହିଥିଲେ। ଏହାକୁ ଅସଲି ୱେବସାଇଟ୍‌ ଭାବି ସେମାନେ ପଞ୍ଜୀକରଣ କରିବା ପରେ ଠକମାନେ ଦୁହିଁଙ୍କୁ ଫୋନ୍‌ କରିଥିଲେ। ଦୁଇଜଣଙ୍କ ଚାକିରି ହୋଇଯାଇଛି, କିନ୍ତୁ ଏଥିପାଇଁ ସେମାନଙ୍କୁ ୧୦ରୁ ୧୫ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ। ଚାକିରି ଲୋଭରେ ଦୁଇଜଣଯାକ ଟଙ୍କା ପଇଠ କରିବା ପରେ ଠକ ଆହୁରି ଟଙ୍କା ମାଗିଥିଲେ। ଆହୁରି ଅଧିକ ଟଙ୍କା ଦେବା ପରେ ନିଯୁକ୍ତିପତ୍ର ମିଳିବ ବୋଲି କହିଥିଲେ। ସନ୍ଦେହ ହେବାରୁ ସେମାନେ ନିଜନିଜସ୍ତରରେ ଯାଞ୍ଚ କରି ଜାଣିବାକୁ ପାଇଥିଲେ ଯେ ଏହା ସାଇବର୍‌ ଠକଙ୍କ କରାମତି। ପରେ ସେମାନେ ଏ ସଂପର୍କରେ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଶ୍ୱଶୁର ଘରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ୱାମୀର ପରକୀୟା ପ୍ରୀତି ପାଇଁ ହତ୍ୟା ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର