ନିଶାସକ୍ତ ସ୍ୱାମୀର ଗୁଳିମାଡ଼ରେ ସ୍ତ୍ରୀ ମୃତ

The Sakala Picture
Published On

ଛତ୍ରଙ୍ଗ : ସାବିତ୍ରୀ ଅମାବାସ୍ୟା ଦିନ ସାମାନ୍ୟ ରାଗ ଉପରେ ନିୟନ୍ତ୍ରଣ ରଖି ନ ପାରି ସ୍ତ୍ରୀର ଜୀବନ ନେଇଛି ସ୍ବାମୀ। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଧୀନ ମହାଳିକପଡ଼ା ପଞ୍ଚାୟତ ଗେରେଡିସାହି ଗ୍ରାମରେ ମଙ୍ଗଳବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ରୋହିତ ମଲ୍ଲିକ (୨୫) ନିଶାସକ୍ତ ଅବସ୍ଥାରେ ତା ସ୍ତ୍ରୀ ଗୀତାଞ୍ଜଳି ମଲ୍ଲିକ (୨୦)ଙ୍କୁ ଦେଶୀ ବନ୍ଧୁକରୁ ଗୁଳି ଚଳାଇ ହତ୍ୟା କରିଛି। ଗୀତାଞ୍ଜଳିଙ୍କୁ ଗ୍ରାମବାସୀ ୧୦୮ ଆମ୍ୱୁଲାନ୍ସ ଯୋଗେ ହରଭଙ୍ଗା ଚିକିତ୍ସାଳୟକୁ […]

ଛତ୍ରଙ୍ଗ : ସାବିତ୍ରୀ ଅମାବାସ୍ୟା ଦିନ ସାମାନ୍ୟ ରାଗ ଉପରେ ନିୟନ୍ତ୍ରଣ ରଖି ନ ପାରି ସ୍ତ୍ରୀର ଜୀବନ ନେଇଛି ସ୍ବାମୀ। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଧୀନ ମହାଳିକପଡ଼ା ପଞ୍ଚାୟତ ଗେରେଡିସାହି ଗ୍ରାମରେ ମଙ୍ଗଳବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ରୋହିତ ମଲ୍ଲିକ (୨୫) ନିଶାସକ୍ତ ଅବସ୍ଥାରେ ତା ସ୍ତ୍ରୀ ଗୀତାଞ୍ଜଳି ମଲ୍ଲିକ (୨୦)ଙ୍କୁ ଦେଶୀ ବନ୍ଧୁକରୁ ଗୁଳି ଚଳାଇ ହତ୍ୟା କରିଛି। ଗୀତାଞ୍ଜଳିଙ୍କୁ ଗ୍ରାମବାସୀ ୧୦୮ ଆମ୍ୱୁଲାନ୍ସ ଯୋଗେ ହରଭଙ୍ଗା ଚିକିତ୍ସାଳୟକୁ ନେଇଥିଲେ। ଡାକ୍ତର କିନ୍ତୁ ମୃତ ଘୋଷଣା କରିଥିଲେ। ରୋହିତକୁ ପୁଲିସ ଗିରଫ କରିଛି। ବୁଧବାର ଶବ ବ୍ୟବଛେଦ ହେବ ବୋଲି ତଦନ୍ତ ଅଧିକାରୀ ପୂର୍ଣ୍ଣଚନ୍ଦ୍ର କିସାନ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ରୋହିତ ଓ ତାଙ୍କ ସ୍ତ୍ରୀ ମଧ୍ୟରେ କଳହ ଲାଗିରହିଥିଲା। ଏଣୁ ରୋହିତ ଗୀତାଞ୍ଜଳିଙ୍କୁ ଗୁଳି ଚଳାଇଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବଢୁଛି ଭିଡ଼ ହିଂସା: ପୁଲିସ ଉପସ୍ଥିତିରେ ଆଇନକୁ ହାତକୁ ନେଉଛନ୍ତି ଲୋକେ, ଅପରାଧୀ ଚଳାଉଛନ୍ତି ଆତଙ୍କରାଜ

01 Jun 2022 By The Sakala

ନିଶାସକ୍ତ ସ୍ୱାମୀର ଗୁଳିମାଡ଼ରେ ସ୍ତ୍ରୀ ମୃତ

ଛତ୍ରଙ୍ଗ : ସାବିତ୍ରୀ ଅମାବାସ୍ୟା ଦିନ ସାମାନ୍ୟ ରାଗ ଉପରେ ନିୟନ୍ତ୍ରଣ ରଖି ନ ପାରି ସ୍ତ୍ରୀର ଜୀବନ ନେଇଛି ସ୍ବାମୀ। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଧୀନ ମହାଳିକପଡ଼ା ପଞ୍ଚାୟତ ଗେରେଡିସାହି ଗ୍ରାମରେ ମଙ୍ଗଳବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ରୋହିତ ମଲ୍ଲିକ (୨୫) ନିଶାସକ୍ତ ଅବସ୍ଥାରେ ତା ସ୍ତ୍ରୀ ଗୀତାଞ୍ଜଳି ମଲ୍ଲିକ (୨୦)ଙ୍କୁ ଦେଶୀ ବନ୍ଧୁକରୁ ଗୁଳି ଚଳାଇ ହତ୍ୟା କରିଛି। ଗୀତାଞ୍ଜଳିଙ୍କୁ ଗ୍ରାମବାସୀ ୧୦୮ ଆମ୍ୱୁଲାନ୍ସ ଯୋଗେ ହରଭଙ୍ଗା ଚିକିତ୍ସାଳୟକୁ ନେଇଥିଲେ। ଡାକ୍ତର କିନ୍ତୁ ମୃତ ଘୋଷଣା କରିଥିଲେ। ରୋହିତକୁ ପୁଲିସ ଗିରଫ କରିଛି। ବୁଧବାର ଶବ ବ୍ୟବଛେଦ ହେବ ବୋଲି ତଦନ୍ତ ଅଧିକାରୀ ପୂର୍ଣ୍ଣଚନ୍ଦ୍ର କିସାନ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ରୋହିତ ଓ ତାଙ୍କ ସ୍ତ୍ରୀ ମଧ୍ୟରେ କଳହ ଲାଗିରହିଥିଲା। ଏଣୁ ରୋହିତ ଗୀତାଞ୍ଜଳିଙ୍କୁ ଗୁଳି ଚଳାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର