ସାଂଘାତିକ ଜାଲିଆତି : କେନାଲ ବନ୍ଧା ପକାଇ ୫ କୋଟି ଋଣ

The Sakala Picture
Published On

ଭୁବନେଶ୍ୱର : ରାଜଧାନୀରେ ସାଂଘାତିକ ଠକେଇ। କେନାଲ ବନ୍ଧା ପକାଇ ବ୍ୟାଙ୍କରୁ ୫ କୋଟି ଠକିବା ପରେ ଅଭିଯୁକ୍ତକୁ ଧରିଛି ଅର୍ଥନୈତିକ ଅପରାଧ ଶାଖା। ଅଭିଯୁକ୍ତ ହେଉଛନ୍ତି ଡମଣାଛକ ଆର୍‌କେ ଟିମ୍ବର ଡିପୋର ମାଲିକ ନରେନ୍ଦ୍ର କୁମାର ସାହୁ। ଜାମିନ ନ ମିଳିବାରୁ ଝାରପଡ଼ା ଜେଲ୍‌କୁ ପଠାଇଦିଆଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ, ବ୍ୟାଙ୍କ ଏ ଠକେଇ ସମ୍ପର୍କରେ ସାମାନ୍ୟ ସୁରାକ ପାଇ ନ ଥିଲା। ଯେତେବେଳେ ନରେନ୍ଦ୍ର ଆଦୌ କିସ୍ତି ପଇଠ କଲେନାହିଁ ତାର ବର୍ଷକ […]

ଭୁବନେଶ୍ୱର : ରାଜଧାନୀରେ ସାଂଘାତିକ ଠକେଇ। କେନାଲ ବନ୍ଧା ପକାଇ ବ୍ୟାଙ୍କରୁ ୫ କୋଟି ଠକିବା ପରେ ଅଭିଯୁକ୍ତକୁ ଧରିଛି ଅର୍ଥନୈତିକ ଅପରାଧ ଶାଖା। ଅଭିଯୁକ୍ତ ହେଉଛନ୍ତି ଡମଣାଛକ ଆର୍‌କେ ଟିମ୍ବର ଡିପୋର ମାଲିକ ନରେନ୍ଦ୍ର କୁମାର ସାହୁ। ଜାମିନ ନ ମିଳିବାରୁ ଝାରପଡ଼ା ଜେଲ୍‌କୁ ପଠାଇଦିଆଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ, ବ୍ୟାଙ୍କ ଏ ଠକେଇ ସମ୍ପର୍କରେ ସାମାନ୍ୟ ସୁରାକ ପାଇ ନ ଥିଲା। ଯେତେବେଳେ ନରେନ୍ଦ୍ର ଆଦୌ କିସ୍ତି ପଇଠ କଲେନାହିଁ ତାର ବର୍ଷକ ପରେ ବ୍ୟାଙ୍କ୍ ଠକେଇ ସମ୍ପର୍କରେ ଜାଣିଥିଲା।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ଗସ୍ତ ନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଜାରି

ଇଓଡବ୍ଲୁ ସୂଚନା ଅନୁସାରେ ନରେନ୍ଦ୍ର ତାଙ୍କ କାଠ ଡିପୋ ପାଇଁ ବିଭିନ୍ନ ମେସିନ କିଣିବା ପାଇଁ ୨୦୦୯ ମେ ମାସରେ ଜନପଥ ଆଇଡିବିଆଇ ବ୍ୟାଙ୍କରୁ ୮୦ ଲକ୍ଷ ଟଙ୍କା ଋଣ ନେଇଥିଲେ। ତେବେ ଏଥିପାଇଁ ଚନ୍ଦକା ଅଞ୍ଚଳରେ ତାଙ୍କ ପତ୍ନୀଙ୍କ ନାମରେ ଥିବା ୬ଟି ପ୍ଲଟକୁ ବନ୍ଧକ ରଖିଥିଲେ। ଏହା ସହ ପତ୍ନୀ ଗ୍ୟାରେଣ୍ଟର ରହିଥିଲେ। ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ଜମିର ସ୍ଥିତାବସ୍ଥା ଯାଞ୍ଚ ନ କରି ଋଣ ମଞ୍ଜୁର କରିଦେଇଥିଲେ। ଜୁନ୍ ମାସରେ ବ୍ୟାଙ୍କ କର୍ତ୍ତୃପକ୍ଷ ନରେନ୍ଦ୍ରଙ୍କ ଆକାଉଣ୍ଚରେ ସମସ୍ତ ଟଙ୍କା ଡିପୋଜିଟ୍ କରିଦେଇଥିଲେ। କିନ୍ତୁ ବର୍ଷେ ପର୍ଯ୍ୟନ୍ତ ନରେନ୍ଦ୍ର କିସ୍ତି ନ ଦେବାରୁ ବ୍ୟାଙ୍କ ବାରମ୍ବାର ନୋଟିସ୍ କରିଥିଲେ। ହେଲେ ଏହାର ଉତ୍ତର ଦେଇ ନ ଥିଲେ ନରେନ୍ଦ୍ର। ଶେଷରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଲୋନ୍‌କୁ ଏନ୍‌ପିଏ ଘୋଷଣା କରିବା ସହ ଟ୍ରିବ୍ୟୁନାଲ ଯାଇଥିଲେ। ଟ୍ରିବ୍ୟୁନାଲ ନରେନ୍ଦ୍ରଙ୍କ ଜମିକୁ ନିଲାମ କରି ସୁଧମୂଳ ଅସୁଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଭାଲୁ ସହ ଲଢି ମୃତ୍ୟୁ ମୁଖରୁ ବର୍ତ୍ତିଲେ ୧୩ ବର୍ଷର ନାବାଳକ

ସେତେବେଳକୁ ମୂଳ ଓ ସୁଧ ମିଶି ୪.୮୦ କୋଟି ହୋଇସାରିଥିଲା। ବ୍ୟାଙ୍କ କର୍ତ୍ତୃପକ୍ଷ ଜମି ଜବତ କରିବାକୁ ଯାଇଥିବା ବେଳେ ଜାଲିଆତି ଧରାପଡ଼ିଥିଲା। ନରେନ୍ଦ୍ର ବନ୍ଧକ ରଖିଥିବା ୬ଟି ପ୍ଲଟରୁ ୪ଟି ପ୍ଲଟକୁ ଝୁମୁକା କେନାଲ ପାଇଁ ବିକ୍ରି କରିଦେଇଥିଲେ। ଏହା ସହିତ ବାକି ୨ଟି ପ୍ଲଟକୁ ମଧ୍ୟ ବିକ୍ରି କରିଥିଲେ। ଏହାପରେ ବ୍ୟାଙ୍କ ମ୍ୟାନେଜର ଅସିତ କୁମାର ପାଢ଼ୀ ୨୦୨୦ରେ ଇଓଡବ୍ଲୁରେ ଅଭିଯୋଗ କରିଥିଲେ। ଅଭିଯୋଗର ପ୍ରାୟ ୮ ମାସ ପରେ ଅଭିଯୁକ୍ତ ଧରାପଡ଼ିଥିବା ବେଳେ, ବ୍ୟାଙ୍କରୁ ଏତେ ପରିମାଣରେ ଋଣ ନେବାକୁ ସକ୍ଷମ ହେଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସବୁଠୁ ବଡ଼ ବ୍ୟାଙ୍କ୍‍ରେ ଥିବା ଫିଲ୍ଡ ଅଧିକାରୀଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସେମାନେ ବନ୍ଧକ ରଖାଯାଇଥିବା ଜମିକୁ କାହିଁକି ଯାଞ୍ଚ କରିନଥିଲେ? ତେଣୁ ଏଭଳି ଠକେଇ ପଛରେ ବ୍ୟାଙ୍କର କେତେକ ଅଧିକାରୀଙ୍କ ଭୂମିକା ଥିବା ସନ୍ଦେହ କରାଯାଉଛି। କେଉଁମାନେ ନରେନ୍ଦ୍ରଙ୍କୁ ସାଥ୍‍ ଦେଇଛନ୍ତି ସେନେଇ ମଧ୍ୟ ଇଓଡବ୍ଲ୍ୟୁ ଅଧିକାରୀମାନେ ଯାଞ୍ଚ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଫେବୃଆରୀ ୧୭ରୁ ବିଧାନସଭା ଅଧିବେଶନ, ୨୦ରେ ହେବ ବଜେଟ ଉପସ୍ଥାପନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp