ଦୁଇ ଶିଶୁକୁ କୂଅକୁ ଠେଲି ହତ୍ୟା କରିବା ଘଟଣା, ବାପା ଓ ମା’ ଗିରଫ

The Sakala Picture
Published On

କନ୍ଧମାଳ : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଖ୍ରୀଷ୍ଟିଆନ ସାହିରେ ଦୁଇ ଶିଶୁଙ୍କୁ ମାଆ କୂଅକୁ ଠେଲି ହତ୍ୟା କରିବା ଘଟଣାରେ ପୁଲିସ ଆଜି ବାପା ଏମ୍‌.ରାଜେଶ ପାତ୍ର ଓ ମା’ ଭାଗ୍ୟଲକ୍ଷ୍ମୀ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଅ ଝିଅକୁ ରାଇକିଆ ନିକଟସ୍ତ ଆଲିମା ଅଞ୍ଚଳର ଏକ କୂଅ ରେ ଠେଲି ଦେଇଥିଲା ମା ଭାଗ୍ୟଲଷ୍ମୀ । ପୁଲିସ ଏହି ମାମଲାରେ ତଦନ୍ତ କରୁଥିବା ବେଳେ ରାଜେଶଙ୍କୁ ଆଇପିସି ଧାରା ୩୦୬ ଓ […]

କନ୍ଧମାଳ : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଖ୍ରୀଷ୍ଟିଆନ ସାହିରେ ଦୁଇ ଶିଶୁଙ୍କୁ ମାଆ କୂଅକୁ ଠେଲି ହତ୍ୟା କରିବା ଘଟଣାରେ ପୁଲିସ ଆଜି ବାପା ଏମ୍‌.ରାଜେଶ ପାତ୍ର ଓ ମା’ ଭାଗ୍ୟଲକ୍ଷ୍ମୀ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଅ ଝିଅକୁ ରାଇକିଆ ନିକଟସ୍ତ ଆଲିମା ଅଞ୍ଚଳର ଏକ କୂଅ ରେ ଠେଲି ଦେଇଥିଲା ମା ଭାଗ୍ୟଲଷ୍ମୀ । ପୁଲିସ ଏହି ମାମଲାରେ ତଦନ୍ତ କରୁଥିବା ବେଳେ ରାଜେଶଙ୍କୁ ଆଇପିସି ଧାରା ୩୦୬ ଓ ୪୯୮ ଏବଂ ଭାଗ୍ୟଲକ୍ଷ୍ମୀଙ୍କ ନାମରେ ଧାରା ୩୦୨ ଓ ୩୦୬ ପ୍ରକାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଶ୍ରୀକାନ୍ତ ଖମାରି କହିଛନ୍ତି।ଆଜି ରାଇକିଆ ପୁଲିସ ମୃତ ଶିଶୁଙ୍କ ମା ଭାଗ୍ୟଲକ୍ଷ୍ମୀ ଓ ବାପା ରଜେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଜେଲ ଯାଇଛନ୍ତି ଉଭୟ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ର ରାୟଗଡ଼ରେ ଚାଞ୍ଚଲ୍ୟ: ଲିଭ୍-ଇନ୍ ପାର୍ଟନରକୁ ମଙ୍ଗଳସୂତ୍ରରେ ତଣ୍ଟିଚିପି ହତ୍ୟା କଲା ପ୍ରେମିକ

ସୂଚନା ଅନୁସାରେ ସ୍ୱାମୀ ଏମ୍. ରାଜେଶ ପାତ୍ର ଏବଂ ସ୍ତ୍ରୀ ଏମ୍. ଭାଗ୍ୟାଲଷ୍ମୀ ପାତ୍ର ରାଇକିଆ ଅଞ୍ଚଳ ଖ୍ରୀଷ୍ଟିୟାନ ସାହିରେ ବସବାସ କରୁଥିଲେ । ଦୀର୍ଘ ଦିନ ହେଲା ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା । ତେବେ ଶୁକ୍ରବାର(୧୬ତାରିଖରେ) ଅତ୍ୟଧିକ କଳହ ଉବୟଙ୍କ ମଧ୍ୟରେ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ତେବେ ସ୍ତ୍ରୀ ଭାଗ୍ୟାଲଷ୍ମୀ ଅପରାହ୍ନ ୪ ଟାବେଳେ ପୁଅ ଏବଂ ଝିଅ କୁ ଧରି କୁଆଡେ ଚାଲିଯାଇଥିଲେ । ରାଇକିଆ-ଅଲିମାହା ରାସ୍ତାରେ ଥିବା ଏକ କୂଅ ମଧ୍ୟକୁ ଭାଗ୍ୟଲକ୍ଷ୍ମୀ ନିଜର ୯ ବର୍ଷର ଶିଶୁକନ୍ୟା ଓ ୫ ବର୍ଷର ଶିଶୁପୁତ୍ରକୁ ଠେଲି ହତ୍ୟା କରିବା ପ‌ରେ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏନେଇ ପୁଲିସ କେସ ନଂ ୭୧/୨୧ରେ ମାମଲା ରୁଜୁ କରି ତଦନ୍ତ କରିଥିବା ବେଳେ ଉଭୟ ରାଜେଶ ଓ ଭାଗ୍ୟଲକ୍ଷ୍ମୀଙ୍କୁ ପଚରାଉଚରା ଚଳାଇଥିଲା।

ଆହୁରି ପଢ଼ନ୍ତୁ: ହାଇଦ୍ରାବାଦରେ ଅଭାବନୀୟ ଘଟଣା: ବିବାହ ଭାଙ୍ଗିବାରୁ ଯୁବତୀଙ୍କୁ ନିଜର ଏଚଆଇଭି (HIV) ସଂକ୍ରମିତ ରକ୍ତ ଇଞ୍ଜେକ୍ସନ ଦେଲା ଯୁବକ, ଶେଷରେ ଜୀବନ ହାରିଲେ ପୀଡ଼ିତା

ଅନ୍ୟପଟେ ଭାଗ୍ୟଲକ୍ଷ୍ମୀଙ୍କ ଭାଇ ଥାନାରେ ଦେଇଥିବା ଏତଲା ପ୍ରକାରେ ପୁଲିସ ପାରିବାରିକ ଅଶାନ୍ତି କାରଣରୁ ଏଭଳି କାଣ୍ଡ ଘଟିଥିବା ପୁଲିସ ଜାଣିବାକୁ ପାଇଥିଲା। ରାଜେଶଙ୍କ ପରକୀୟା ପ୍ରୀତି ଯୋଗୁଁ ଘରେ ସବୁ ସମୟରେ ପତି ଓ ପତ୍ନୀଙ୍କ ମଧ୍ୟରେ କଳହ ଲାଗିରହୁଥିଲା। ଏପରିକି ବହୁ ସମୟରେ ରାଜେଶ ପତ୍ନୀ ଭାଗ୍ୟଲକ୍ଷ୍ମୀଙ୍କୁ ନିର୍ୟାତନା ଦେଉଥିବା ନେଇ ଭାଇ ରାଇକିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି କାରଣରୁ ମାନସିକ ଭା‌ରସାମ୍ୟ ହରାଇ ଭାଗ୍ୟଲକ୍ଷ୍ମୀ ଦୂୁଇ ସନ୍ତାନଙ୍କୁ କୂଅକୁ ଠେଲି ହତ୍ୟା କରିବା ପ‌ରେ ନିଜେ ଆତ୍ମହତ୍ୟା କରିଥିବା ତଦନ୍ତ ବେଳେ ଜଣାପଡ଼ିଥିବା ବେଳେ ପୁଲିସ ଉଭୟଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଚାଞ୍ଚଲ୍ୟ: ବରକୁ ପାଉଥିଲା ଭଲ, ଇର୍ଷାରେ ବିବାହ ପୂର୍ବରୁ ଭାବୀ କନ୍ୟା ଉପରକୁ ଏସିଡ୍ ଫିଙ୍ଗିଲା ପଡ଼ୋଶୀ ଯୁବତୀ

22 Jul 2021 By The Sakala

ଦୁଇ ଶିଶୁକୁ କୂଅକୁ ଠେଲି ହତ୍ୟା କରିବା ଘଟଣା, ବାପା ଓ ମା’ ଗିରଫ

କନ୍ଧମାଳ : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଖ୍ରୀଷ୍ଟିଆନ ସାହିରେ ଦୁଇ ଶିଶୁଙ୍କୁ ମାଆ କୂଅକୁ ଠେଲି ହତ୍ୟା କରିବା ଘଟଣାରେ ପୁଲିସ ଆଜି ବାପା ଏମ୍‌.ରାଜେଶ ପାତ୍ର ଓ ମା’ ଭାଗ୍ୟଲକ୍ଷ୍ମୀ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଅ ଝିଅକୁ ରାଇକିଆ ନିକଟସ୍ତ ଆଲିମା ଅଞ୍ଚଳର ଏକ କୂଅ ରେ ଠେଲି ଦେଇଥିଲା ମା ଭାଗ୍ୟଲଷ୍ମୀ । ପୁଲିସ ଏହି ମାମଲାରେ ତଦନ୍ତ କରୁଥିବା ବେଳେ ରାଜେଶଙ୍କୁ ଆଇପିସି ଧାରା ୩୦୬ ଓ ୪୯୮ ଏବଂ ଭାଗ୍ୟଲକ୍ଷ୍ମୀଙ୍କ ନାମରେ ଧାରା ୩୦୨ ଓ ୩୦୬ ପ୍ରକାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଶ୍ରୀକାନ୍ତ ଖମାରି କହିଛନ୍ତି।ଆଜି ରାଇକିଆ ପୁଲିସ ମୃତ ଶିଶୁଙ୍କ ମା ଭାଗ୍ୟଲକ୍ଷ୍ମୀ ଓ ବାପା ରଜେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ଜେଲ ଯାଇଛନ୍ତି ଉଭୟ।

ସୂଚନା ଅନୁସାରେ ସ୍ୱାମୀ ଏମ୍. ରାଜେଶ ପାତ୍ର ଏବଂ ସ୍ତ୍ରୀ ଏମ୍. ଭାଗ୍ୟାଲଷ୍ମୀ ପାତ୍ର ରାଇକିଆ ଅଞ୍ଚଳ ଖ୍ରୀଷ୍ଟିୟାନ ସାହିରେ ବସବାସ କରୁଥିଲେ । ଦୀର୍ଘ ଦିନ ହେଲା ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା । ତେବେ ଶୁକ୍ରବାର(୧୬ତାରିଖରେ) ଅତ୍ୟଧିକ କଳହ ଉବୟଙ୍କ ମଧ୍ୟରେ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ତେବେ ସ୍ତ୍ରୀ ଭାଗ୍ୟାଲଷ୍ମୀ ଅପରାହ୍ନ ୪ ଟାବେଳେ ପୁଅ ଏବଂ ଝିଅ କୁ ଧରି କୁଆଡେ ଚାଲିଯାଇଥିଲେ । ରାଇକିଆ-ଅଲିମାହା ରାସ୍ତାରେ ଥିବା ଏକ କୂଅ ମଧ୍ୟକୁ ଭାଗ୍ୟଲକ୍ଷ୍ମୀ ନିଜର ୯ ବର୍ଷର ଶିଶୁକନ୍ୟା ଓ ୫ ବର୍ଷର ଶିଶୁପୁତ୍ରକୁ ଠେଲି ହତ୍ୟା କରିବା ପ‌ରେ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏନେଇ ପୁଲିସ କେସ ନଂ ୭୧/୨୧ରେ ମାମଲା ରୁଜୁ କରି ତଦନ୍ତ କରିଥିବା ବେଳେ ଉଭୟ ରାଜେଶ ଓ ଭାଗ୍ୟଲକ୍ଷ୍ମୀଙ୍କୁ ପଚରାଉଚରା ଚଳାଇଥିଲା।

ଅନ୍ୟପଟେ ଭାଗ୍ୟଲକ୍ଷ୍ମୀଙ୍କ ଭାଇ ଥାନାରେ ଦେଇଥିବା ଏତଲା ପ୍ରକାରେ ପୁଲିସ ପାରିବାରିକ ଅଶାନ୍ତି କାରଣରୁ ଏଭଳି କାଣ୍ଡ ଘଟିଥିବା ପୁଲିସ ଜାଣିବାକୁ ପାଇଥିଲା। ରାଜେଶଙ୍କ ପରକୀୟା ପ୍ରୀତି ଯୋଗୁଁ ଘରେ ସବୁ ସମୟରେ ପତି ଓ ପତ୍ନୀଙ୍କ ମଧ୍ୟରେ କଳହ ଲାଗିରହୁଥିଲା। ଏପରିକି ବହୁ ସମୟରେ ରାଜେଶ ପତ୍ନୀ ଭାଗ୍ୟଲକ୍ଷ୍ମୀଙ୍କୁ ନିର୍ୟାତନା ଦେଉଥିବା ନେଇ ଭାଇ ରାଇକିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି କାରଣରୁ ମାନସିକ ଭା‌ରସାମ୍ୟ ହରାଇ ଭାଗ୍ୟଲକ୍ଷ୍ମୀ ଦୂୁଇ ସନ୍ତାନଙ୍କୁ କୂଅକୁ ଠେଲି ହତ୍ୟା କରିବା ପ‌ରେ ନିଜେ ଆତ୍ମହତ୍ୟା କରିଥିବା ତଦନ୍ତ ବେଳେ ଜଣାପଡ଼ିଥିବା ବେଳେ ପୁଲିସ ଉଭୟଙ୍କୁ ଗିରଫ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର