ଓଟିଡିସି ନାଁରେ ୩କୋଟି ଟଙ୍କା ଠକେଇ ମାମଲା : ଖୋଲୁଛି ଆତ୍ମଘୋଷିତ ବାବାଙ୍କ ଗୁମର

The Sakala Picture
Published On

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟକ ଉନ୍ନୟନ ନିଗମ (ଓଟିଡିସି)ନାଁରେ ୩କୋଟି ଟଙ୍କା ଠକେଇ ଅଭିଯୋଗରେ ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀ ଓରଫ ଶ୍ରୀ ବିଜୟାନନ୍ଦ ମହାରାଜଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ରବିବାର ଗିରଫ କରିଥିଲା। ଗିରଫ ହେବା ପରେ ଆତ୍ମଘୋଷିତ ବାବା ବିଜୟାନନ୍ଦଙ୍କ କେଳେଙ୍କାରୀର ଗୁମର ଫିଟିବାରେ ଲାଗିଛି। ତାଙ୍କ ନାଁରେ ଏବେ ଅଭିଯୋଗରେ ଫର୍ଦ୍ଦ ବଢ଼଼ୁଛି। ଠକେଇ ଶିକାର ବ୍ୟକ୍ତି ବିଜୟାନନ୍ଦଙ୍କ ବିରୋଧରେ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ ନିକଟରେ ଅଭିଯୋଗ କରିଛନ୍ତି। ସେପଟେ ସାମ୍ନାକୁ ଆସିଛି […]

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟକ ଉନ୍ନୟନ ନିଗମ (ଓଟିଡିସି)ନାଁରେ ୩କୋଟି ଟଙ୍କା ଠକେଇ ଅଭିଯୋଗରେ ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀ ଓରଫ ଶ୍ରୀ ବିଜୟାନନ୍ଦ ମହାରାଜଙ୍କୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ରବିବାର ଗିରଫ କରିଥିଲା। ଗିରଫ ହେବା ପରେ ଆତ୍ମଘୋଷିତ ବାବା ବିଜୟାନନ୍ଦଙ୍କ କେଳେଙ୍କାରୀର ଗୁମର ଫିଟିବାରେ ଲାଗିଛି। ତାଙ୍କ ନାଁରେ ଏବେ ଅଭିଯୋଗରେ ଫର୍ଦ୍ଦ ବଢ଼଼ୁଛି। ଠକେଇ ଶିକାର ବ୍ୟକ୍ତି ବିଜୟାନନ୍ଦଙ୍କ ବିରୋଧରେ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ ନିକଟରେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ସେପଟେ ସାମ୍ନାକୁ ଆସିଛି ଭଣ୍ଡ ବାବା ବିଜୟାନନ୍ଦଙ୍କ କିଛି ଫଟୋ। ଲୋକଙ୍କୁ ଭୁଆଁ  ବୁଲାଇବା ଲାଗି ସାଜିଥିଲେ ବାବା। ବିଜୟାନନ୍ଦଙ୍କ ମୁଣ୍ଡରେ ମୁକୁଟ, ମଥାରେ ସିନ୍ଧୁର ଟିକା ଆଉ ଗଳାରେ ଫୁଲମାଳ। କେତେବେଳେ ଗେରୁଆ ବସ୍ତ୍ର ତ ଆଉ କେତେବେଳେ ଧଳାବସ୍ତ୍ର ପିନ୍ଧି ଭକ୍ତଙ୍କୁ ଦର୍ଶନ ଦେଉଥିଲେ ବିଜୟାନନ୍ଦ। ତାଙ୍କର ଏଭଳି ଏକାଧିକ ବାବାଙ୍କର ଛଦ୍ମବେଶର ଫଟୋ ସୋସିଆଲ୍‍ ମିଡିଆରେ ଭାଇରାଲ୍‍ ହେବାରେ ଲାଗିଛି। ସେ ତନ୍ତ୍ରମନ୍ତ୍ର ଆଳରେ କଣ୍ଟ୍ରାକ୍ଟରଙ୍କୁ ଜାଲରେ ଫସାଇ କରୁଥିଲେ ଠକେଇର ମାଷ୍ଟରପ୍ଲାନ୍‍। ସ୍ପେଶାଲ କ୍ଲାସ୍‍ କଣ୍ଟ୍ରାକ୍ଟରଙ୍କୁ ମାୟାଜାଲରେ ଫସାଇ ମିଛ ୱାର୍କ ଅର୍ଡର ଓ ଜାଲ୍‍ ସିଲ୍‍ ଓ ଦସ୍ତଖତ କରି କଣ୍ଟ୍ରାକ୍ଟରଙ୍କୁ ଟଙ୍କା ଚୂନ ଲଗାଉଥିଲେ ବିଜୟାନନ୍ଦ। ଏଭଳି ବଡ଼ ବଡ଼ କଣ୍ଟ୍ରାକ୍ଟରଙ୍କ ଠାରୁ କୋଟି କୋଟି ଟଙ୍କା ଠକିନେଇଛି ତଥାକଥିତ ବାବା ବିଜୟାନନ୍ଦ। ତେବେ ଇଓଡବ୍ଲୁ ନିକଟରେ ଏକାଧିକ ଅଭିଯୋଗ କରିବା ପରେ ବାବା ବିଜୟାନନ୍ଦଙ୍କୁ ରିମାଣ୍ଡରେ ଅଣାଯାଇ ପଚରାଉଚରା କରାଯିବା ବୋଲି ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ସୂଚନାଯୋଗ୍ୟ ଯେ, ଭଣ୍ଡବାବା ବିଜୟାନନ୍ଦ ନିଜକୁ ଓଟିଡିସିର ଚେୟାରମ୍ୟାନ ପରିଚୟ ଦେଇ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ଧନୁର୍ଦ୍ଧର ଚମ୍ପତିରାୟଙ୍କୁ ୩କୋଟିର ଟଙ୍କା ଚୂନ ଲଗାଇଥିଲେ। ଓଟିଡିସିର ଦେଢ଼ଶହ କୋଟି ଟଙ୍କାର କାମ ଥିବା କହି ଅଗ୍ରିମ ବାବଦରେ ୩କୋଟି ନେଇ ଚମ୍ପଟ ମାରିଥିଲେ। ଏନେଇ କ୍ରାଇମବ୍ରାଞ୍ଚରେ ଇଓଡବ୍ଲ୍ୟୁ ପାଖରେ ଅଭିଯୋଗ ହେବାପରେ ଆତ୍ମଘୋଷିତ ବାବା ବିଜୟାନନ୍ଦ ଏବଂ ସହଯୋଗୀ ବିଟେକ ଇଂଞ୍ଜିନିୟର ଚନ୍ଦନ ଆକାଶ ମହାନ୍ତିଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଥିଲା।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର