ଇନଷ୍ଟାଗ୍ରାମରୁ ପରିଚୟ ପରେ ବିବାହ ଆଳରେ ପ୍ରତାରଣା, ପ୍ରେମିକକୁ ବାନ୍ଧିଲା ପୋଲିସ

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ପ୍ରେମ ପ୍ରତାରଣା ଘଟଣା ସାମ୍ନାକୁ ଆସିଛି। ପ୍ରତାରଣାର ଶିକାର ହୋଇଥିବା ମହିଳା ଇନଫୋସିଟି ଥାନାରେ ଏତଲା ଦେଇଛନ୍ତି। ପୁଲିସ ଚଣ୍ଡିଖୋଲରେ ଚଢ଼ଉ କରି ପ୍ରେମିକକୁ ଉଠାଇ ଆଣି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଉଛି ଢେଙ୍କାନାଳ ଜିଲ୍ଲା କୁସୁମଯୋଡ଼ିର ତପନ କୁମାର ନାଏକ (୩୦)।

ଆହୁରି ପଢ଼ନ୍ତୁ: ଲୁଧିଆନାରେ ପିଜା ଆଉଟଲେଟ୍ ଉପରେ ଆଖିବୁଜା ଗୁଳିମାଡ଼: ୩ ସେକେଣ୍ଡରେ ୩ ରାଉଣ୍ଡ ଫାୟାରିଂ

ପୁଲିସ ସୂଚନାନୁଯାୟୀ, ବାଲୁଗାଁ ଅଞ୍ଚଳର ଜଣେ ୩୪ ବର୍ଷୀୟା ମହିଳା ୧୫ ବର୍ଷ ପୂର୍ବେ ବିବାହ କରିଥିଲେ। କିନ୍ତୁ କୌଣସି କାରଣରୁ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା ଓ ସେ ତାଙ୍କ ଦୁଇ ପୁଅକୁ ଧରି ଇନଫୋସିଟି ଥାନା ଅଞ୍ଚଳରୁ ରହୁଛନ୍ତି। ୨୦୨୧ ମସିହାରେ ଇନଷ୍ଟାଗ୍ରାମ ଜରିଆରେ ଘରୋଇ ସଂସ୍ଥାରେ ବରିଷ୍ଠ ରୋଷେୟା ଭାବେ କାମ କରୁଥିବା ତପନ ସହ ତାଙ୍କର ପରିଚୟ ହୋଇଥିଲା। ତପନ ତାଙ୍କୁ ପ୍ରେମ ନିବେଦନ କରିବା ପରେ ଉଭୟଙ୍କ ସମ୍ପର୍କ ଆଗକୁ ବଢ଼଼ିଥିଲା। ଛୁଟି ସମୟରେ ତପନ ଭୁବନେଶ୍ୱର ଆସି ମହିଳାଙ୍କ ପାଖରେ ରହୁଥିଲା। ମହିଳା ଜଣକ ମଧ୍ୟ ତାଙ୍କ ପୁଅମାନେ ମଧ୍ୟ ତପନକୁ ବାପା ବୋଲି ସମ୍ବୋଧନ କରୁଥିଲେ। ଉଭୟ ଅନେକ ସମୟରେ ବୁଲାବୁଲି କରିବା ସହ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ତପନ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲା। ମହିଳାଙ୍କ ପରିବାର ଲୋକ ମଧ୍ୟ ଉଭୟଙ୍କ ସମ୍ପର୍କ ବିଷୟରେ ଅବଗତ ଥିଲେ। 

ଆହୁରି ପଢ଼ନ୍ତୁ: ୩କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବକେୟା ଅଭିଯୋଗରେ ପାରାଦ୍ଵୀପ ବନ୍ଦରରେ ବିଦେଶୀ ଜାହାଜ 'MT UNITY' ଗିରଫ

 ହେଲେ ନିକଟ ଅତୀତରେ ତପନର ପରିବାର ଲୋକେ ତାର ବିବାହ ପାଇଁ ଝିଅ ଖୋଜିବା ଆରମ୍ଭ କରିଥିଲେ। ଏହାପରଠାରୁ ତପନ ମହିଳାଙ୍କ ସହ ଯୋଗାଯୋଗ ରଖିନଥିଲା। ଏହାରି ଭିତରେ ତପନର ବିବାହ ସ୍ଥିତ ହୋଇ ଯାଇଥିଲା। ମହିଳା ଫୋନ୍‌‌ କରିବାରୁ ତପନ ତାଙ୍କୁ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଶେଷରେ ମହିଳା ଜଣକ ଇନଫୋସିଟି ଥାନାର ଦ୍ୱାରସ୍ଥ ହେବାପରେ ପୁଲିସ ମାମଲା ରୁଜୁ କରିଥିଲା। ଚଣ୍ଡିଖୋଲରେ ଚଢ଼ଉ କରି ତପନକୁ ଥାନାକୁ ଉଠାଇ ଆଣିଥିଲା। ପ୍ରାଥମିକ ତଦନ୍ତରୁ ପ୍ରମାଣ ମିଳିବା ପରେ ତପନକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଆହୁରି ପଢ଼ନ୍ତୁ: ଘୁର୍ଣ୍ଣିବଳୟ ପ୍ରଭାବରେ କାଲିଠୁ ରାଜ୍ୟରେ ପୁଣି ବଢିବ ବର୍ଷା, ଉପକୂଳ ଓଡିଶାରେ ବିଜୁଳି ଘଡଘଡି ସହ ଆଶଙ୍କା

20 Aug 2026 By Madhusudan Das

ଇନଷ୍ଟାଗ୍ରାମରୁ ପରିଚୟ ପରେ ବିବାହ ଆଳରେ ପ୍ରତାରଣା, ପ୍ରେମିକକୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ପ୍ରେମ ପ୍ରତାରଣା ଘଟଣା ସାମ୍ନାକୁ ଆସିଛି। ପ୍ରତାରଣାର ଶିକାର ହୋଇଥିବା ମହିଳା ଇନଫୋସିଟି ଥାନାରେ ଏତଲା ଦେଇଛନ୍ତି। ପୁଲିସ ଚଣ୍ଡିଖୋଲରେ ଚଢ଼ଉ କରି ପ୍ରେମିକକୁ ଉଠାଇ ଆଣି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଉଛି ଢେଙ୍କାନାଳ ଜିଲ୍ଲା କୁସୁମଯୋଡ଼ିର ତପନ କୁମାର ନାଏକ (୩୦)।

ପୁଲିସ ସୂଚନାନୁଯାୟୀ, ବାଲୁଗାଁ ଅଞ୍ଚଳର ଜଣେ ୩୪ ବର୍ଷୀୟା ମହିଳା ୧୫ ବର୍ଷ ପୂର୍ବେ ବିବାହ କରିଥିଲେ। କିନ୍ତୁ କୌଣସି କାରଣରୁ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା ଓ ସେ ତାଙ୍କ ଦୁଇ ପୁଅକୁ ଧରି ଇନଫୋସିଟି ଥାନା ଅଞ୍ଚଳରୁ ରହୁଛନ୍ତି। ୨୦୨୧ ମସିହାରେ ଇନଷ୍ଟାଗ୍ରାମ ଜରିଆରେ ଘରୋଇ ସଂସ୍ଥାରେ ବରିଷ୍ଠ ରୋଷେୟା ଭାବେ କାମ କରୁଥିବା ତପନ ସହ ତାଙ୍କର ପରିଚୟ ହୋଇଥିଲା। ତପନ ତାଙ୍କୁ ପ୍ରେମ ନିବେଦନ କରିବା ପରେ ଉଭୟଙ୍କ ସମ୍ପର୍କ ଆଗକୁ ବଢ଼଼ିଥିଲା। ଛୁଟି ସମୟରେ ତପନ ଭୁବନେଶ୍ୱର ଆସି ମହିଳାଙ୍କ ପାଖରେ ରହୁଥିଲା। ମହିଳା ଜଣକ ମଧ୍ୟ ତାଙ୍କ ପୁଅମାନେ ମଧ୍ୟ ତପନକୁ ବାପା ବୋଲି ସମ୍ବୋଧନ କରୁଥିଲେ। ଉଭୟ ଅନେକ ସମୟରେ ବୁଲାବୁଲି କରିବା ସହ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ତପନ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲା। ମହିଳାଙ୍କ ପରିବାର ଲୋକ ମଧ୍ୟ ଉଭୟଙ୍କ ସମ୍ପର୍କ ବିଷୟରେ ଅବଗତ ଥିଲେ। 

 ହେଲେ ନିକଟ ଅତୀତରେ ତପନର ପରିବାର ଲୋକେ ତାର ବିବାହ ପାଇଁ ଝିଅ ଖୋଜିବା ଆରମ୍ଭ କରିଥିଲେ। ଏହାପରଠାରୁ ତପନ ମହିଳାଙ୍କ ସହ ଯୋଗାଯୋଗ ରଖିନଥିଲା। ଏହାରି ଭିତରେ ତପନର ବିବାହ ସ୍ଥିତ ହୋଇ ଯାଇଥିଲା। ମହିଳା ଫୋନ୍‌‌ କରିବାରୁ ତପନ ତାଙ୍କୁ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଶେଷରେ ମହିଳା ଜଣକ ଇନଫୋସିଟି ଥାନାର ଦ୍ୱାରସ୍ଥ ହେବାପରେ ପୁଲିସ ମାମଲା ରୁଜୁ କରିଥିଲା। ଚଣ୍ଡିଖୋଲରେ ଚଢ଼ଉ କରି ତପନକୁ ଥାନାକୁ ଉଠାଇ ଆଣିଥିଲା। ପ୍ରାଥମିକ ତଦନ୍ତରୁ ପ୍ରମାଣ ମିଳିବା ପରେ ତପନକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର