ଅନ୍ଧାରି ଗଳିରେ ଅନ୍ଧବିଶ୍ୱାସ

The Sakala Picture
Published On

ନୀଳଗିରି :  ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୂଳଡିହା ଅଭୟାରଣ୍ୟ ରେ ୭ ଦିନ ଧରି ଜଣେ ଆଦିବାସୀ ମହିଳା ଙ୍କୁ ଡାହାଣୀ ସନ୍ଦେହରେ ଅଟକ ରଖିବା ନେଇ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଘଟଣାକୁ ନେଇ ନୀଳଗିରି ଏସଡ଼ିପିଓ ବିଶେଷ ସୂତ୍ରରୁ ଖବର ପାଇ ତଦନ୍ତ ନିର୍ଦେଶ ଦେବା ପରେ ବୃଦ୍ଧା ଜଣକ ଉଦ୍ଧାର ହୋଇଛନ୍ତି। ସୂଚନାଯୋଗ୍ୟ କୂଳଡିହା ଅଭୟାରଣ୍ୟ ଭିତରେ ଥିବା ଚେମଚଟା ଗାଁ ଭିତରେ ଲୋଧା ଶ୍ରେଣୀର ଲୋକେ ରୁହନ୍ତି। […]

ନୀଳଗିରି :  ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୂଳଡିହା ଅଭୟାରଣ୍ୟ ରେ ୭ ଦିନ ଧରି ଜଣେ ଆଦିବାସୀ ମହିଳା ଙ୍କୁ ଡାହାଣୀ ସନ୍ଦେହରେ ଅଟକ ରଖିବା ନେଇ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଘଟଣାକୁ ନେଇ ନୀଳଗିରି ଏସଡ଼ିପିଓ ବିଶେଷ ସୂତ୍ରରୁ ଖବର ପାଇ ତଦନ୍ତ ନିର୍ଦେଶ ଦେବା ପରେ ବୃଦ୍ଧା ଜଣକ ଉଦ୍ଧାର ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

ସୂଚନାଯୋଗ୍ୟ କୂଳଡିହା ଅଭୟାରଣ୍ୟ ଭିତରେ ଥିବା ଚେମଚଟା ଗାଁ ଭିତରେ ଲୋଧା ଶ୍ରେଣୀର ଲୋକେ ରୁହନ୍ତି। ସେହିଗ୍ରାମର ବ୍ୟକ୍ତି ଙ୍କର ଦେଢ଼ ବର୍ଷର ଶିଶୁକନ୍ୟା ଜ୍ଵରରେ ପିଡୀତ ପରେ ତାଙ୍କୁ ଝଡାଫୁଙ୍କା କରିଥିଲେ। ଡାହାଣୀ ଲାଗିଥିବା ସନ୍ଦେହ କରି ପାଖ ଗାଁ ପଦ୍ମପୁର ଗାଁର ଜଣେ ଗୁଣିଆ ପାଖକୁ ଯାଇଥିଲେ । ହେଲେ ଶିଶୁ କନ୍ୟାଟି ମୃତ୍ୟୁ ହୋଇଥିଲା। ଗୁଣିଆ ଜଣକ ସେହି ଗାଁର ଜଣେ ବୃଦ୍ଧା ଗୁଣି କରିଥିବା କହିବା ପରେ ମୃତକଙ୍କ ପରିବାର ତାଙ୍କୁ ନଜର ବନ୍ଦୀ ରଖିଥିଲେ। ଆଗକୁ କୌଣସି ଅଘଟଣ ଘଟିବା ପୂର୍ବରୁ ନୀଳଗିରି ଏସଡିପିଓ ରିତେଶ କୁମାର ମହାପାତ୍ର ଘଟଣା ବିଷୟରେ ଖବର ପାଇ ବରହମପୁର ପୋଲିସ କୁ ତଦନ୍ତ ନିର୍ଦେଶ ଦେଇଥିଲେ। ପରେ ପୋଲିସ ସମ୍ପୁକ୍ତ ମହିଳାଙ୍କୁ ଯାଇ ଉଦ୍ଧାର କରିବା ସହ କପ୍ତିପଦା ପୋଲିସକୁ ହସ୍ତାନ୍ତର କରିଛନ୍ତି। ପରେ ବୃଦ୍ଧା ଜଣକ ଉଦଳା ସ୍ୱଧାର ଗୃହରେ ରଖାଯାଇଥିବା ସୂଚନା ଦେଇଛନ୍ତି କପ୍ତିପଦା ଥାନାଧିକାରୀ ସଂଜୟ ପ୍ରଧାନ।

ଆହୁରି ପଢ଼ନ୍ତୁ: ଚାକିରି ବାହାନାରେ ଡାକି ଯୁବତୀଙ୍କୁ ଦୁଷ୍କର୍ମ, ପୁଲିସର ଚଢ଼ଉ; ପ୍ରେମୀ ଯୁଗଳଙ୍କ ସହ ୩ ଅଟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର